ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜ୍ୟରେ କରୋନାରେ ଆଉ ୮ ଜଣଙ୍କ ମୃତ୍ୟୁ ଘଟିଛି। ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି। ଏହା ସହିତ ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୧,୯୮୧ରେ ପହଞ୍ଚିଛି।
ଏହି ୮ ମୃତକଙ୍କ ମଧ୍ୟରୁ ସୁନ୍ଦରଗଡ଼ ଜିଲ୍ଲାରୁ ସର୍ବାଧିକ ୨ ଜଣ ଅଛନ୍ତି। ସେହିପରି ବାଲେଶ୍ୱର, ବରଗଡ଼, ଭଦ୍ରକ, ବଲାଙ୍ଗିର, କଟକ ଓ ନୂଆପଡ଼ା ଜିଲ୍ଲାରୁ ଜଣେ ଲେଖାଏଁ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି।
ଆଉ ୨ ଜଣଙ୍କ ମୃତ୍ୟୁ ସହିତ ସୁନ୍ଦରଗଡ଼ ଜିଲ୍ଲାରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୧୮୦ରେ ପହଞ୍ଚିଛି। ସେହିପରି ବାଲେଶ୍ୱରରେ ଏଯାବତ୍ ୯୮ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ବରଗଡ଼ରେ ୪୪, ଭଦ୍ରକରେ ୨୭, ବଲାଙ୍ଗିରରେ ୪୯, କଟକରେ ୧୪୪ ଓ ନୂଆପଡ଼ା ଜିଲ୍ଲାରେ ୩୫ରେ ପହଞ୍ଚିଛି।
ରାଜ୍ୟରେ କରୋନାରେ ଏଯାବତ ଖୋର୍ଦ୍ଧା ଜିଲ୍ଲାରେ ଅଧିକ ଜୀବନ ଯାଇଛି। ଏହି ଜିଲ୍ଲାରେ ୩୪୩ ଜଣଙ୍କ ମୃତ୍ୟୁ ଘଟିଛି। ଏହା ତଳକୁ ରହିଛି ଗଞ୍ଜାମ ଜିଲ୍ଲା। ଏଠାରୁ ୨୫୫ ଜଣଙ୍କ ଜୀବନ ଗଲାଣି। ପୁରୀ ଜିଲ୍ଲାରେ ୧୧୯ ଜଣଙ୍କ ମୃତ୍ୟୁ ଘଟିଛି।
ସୂଚନାଯୋଗ୍ୟ, ରାଜ୍ୟରେ ଗତ ୨୪ ଘଣ୍ଟାରେ ୬,୬୪୭ ଜଣ ନୂଆ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧,୧୮୯ ଜଣ ଅଛନ୍ତି। ସେହିପରି ୬,୬୪୭ଟି ନୂଆ କେସ୍ ସହିତ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୪ ଲକ୍ଷ ପାର ହୋଇଯାଇଛି। ରାଜ୍ୟରେ ୪,୦୧, ୩୪୧ ଜଣ କରୋନାରେ ଆକ୍ରାନ୍ତ ହୋଇଥିବା ବେଳେ ୩,୫୬,୦୦୩ ଜଣ ସୁସ୍ଥ ହୋଇସାରିଛନ୍ତି। ୪୩,୩୦୪ ଜଣ ଏବେ ଚିକିତ୍ସାଧୀନ ଅଛନ୍ତି।
The post ୭ ଜିଲ୍ଲାରୁ କରୋନା ନେଲା ୮ ଜୀବନ appeared first on Odisha Reporter.
from Odisha Reporter https://ift.tt/3dM03N7
No comments:
Post a Comment