ଭାରତକୁ ସହଯୋଗ କରିପାରିବନି ଆମେରିକା, ଚାଇନା କହିଲା ‘ଆମେ ରେଡୀ’ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, April 23, 2021

ଭାରତକୁ ସହଯୋଗ କରିପାରିବନି ଆମେରିକା, ଚାଇନା କହିଲା ‘ଆମେ ରେଡୀ’

ଓ୍ୱାଶିଂଟନ: କରୋନା ଟିକା ତିଆରି କରିବା ପାଇଁ ଭାରତକୁ କଞ୍ଚାମାଲ ଦରକାର। ଏହି କଞ୍ଚାମାଲ ଉପରେ ଆମେରିକା ରୋକ୍ ଲଗାଇଛି। ତେଣୁ ଭାରତ ଏବେ କିଭଳି ଅଧିକରୁ ଅଧିକ ଟିକା ତିଆରି କରିବ ସେ ନେଇ ଚିନ୍ତାରେ। ଆମେରିକା ଭାରତର ମିତ୍ର ରାଷ୍ଟ୍ର ହୋଇଥିଲେ ମଧ୍ୟ ବିପତ୍ତି ବେଳେ ଏବେ କୌଣସି ପ୍ରକାର ସହଯୋଗ କରିପାରୁନି ବୋଲି କହିଛି। ହେଲେ ଭାରତର ଶତ୍ରୁ ରାଷ୍ଟ୍ର ପାଲଟିଥିବା ଚାଇନା ଏବେ ବିପତ୍ତି ବେଳେ ଭାରତକୁ ସହଯୋଗ କରିବାକୁ ପ୍ରସ୍ତୁତ ବୋଲି କହିଛି।

ସେରମ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆ (ଏସଆଇଆଇ) ଟିକା ପାଇଁ ଆବଶ୍ୟକ କଞ୍ଚା ମାଲ ଉପରୁ ପ୍ରତିବନ୍ଧକ ହଟାଇବାକୁ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କୁ ଅନୁରୋଧ କରିଥିଲା। ଏବେ ଏହା ଉପରେ କୌଣସି ପ୍ରତିକ୍ରିୟା ଦିଆଯାଇ ପାରିବନି ବୋଲି କହିଛି ହ୍ୱାଇଟ୍ ହାଉସ। ସୋମବାର ବାଇଡେନ ସରକାରରେ ନ୍ୟାଶନାଲ ଇନଷ୍ଟିଚ୍ୟୁଟ୍ ଅଫ୍ ଆଲର୍ଜ ଡିଜିଜର ନିର୍ଦ୍ଦେଶକ ଡକ୍ଟର ଆନ୍ଥୋନି ଫାଉସି କହିଛନ୍ତି, ଭାରତକୁ କଞ୍ଚାମାଲ ପ୍ରସଙ୍ଗରେ ଏବେ ଆମେ କୌଣସି ସହଯୋଗ କରିପାରିବୁ ନାହିଁ। ପରବର୍ତ୍ତୀ ସମୟରେ ଏ ବାବଦରେ ମତ ରଖିବୁ। ଦେଶରେ ଡିଫେନ୍ସ ପ୍ରଡକ୍ସନ ଆକ୍ଟ ଲାଗୁ ହୋଇଛି। ଏହି ନୀତିର ଅର୍ଥ ‘ଆମେରିକା ପ୍ରଥମ’। ତେଣୁ କୋଭିଡ୍ ବେଳେ ଆମେରିକା ଭାରତକୁ ସହଯୋଗ କରିପାରୁ ନାହିଁ। ଆମେରିକା କଞ୍ଚାମାଲ ଉପରେ ରୋକ୍ ଲଗାଇଥିବାରୁ ଭାରତ ତୃତୀୟ ପର୍ଯ୍ୟାୟରେ କିଭଳି ସମସ୍ତ ପ୍ରାପ୍ତ ବୟସ୍କଙ୍କୁ ଟିକା ଦେବ ସେ ନେଇ ସନ୍ଦେହ ଉପୁଜିଛି।

ବାଇଡେନଙ୍କୁ ସମାଲୋଚନା କଲେ ନିଜ ଦଳର ସାଂସଦ

ଅନ୍ୟପଟେ ଆମେରିକାର କିଛି ସାଂସଦ ଏବେ ଭାରତ ସମର୍ଥନରେ ବାହାରି ବାଇଡେନ ସରକାରଙ୍କୁ ସମାଲୋଚନା କରିଛନ୍ତି। ବାଇଡେନଙ୍କ ଡେମୋକ୍ରାଟିକ ପାର୍ଟିର ସାଂସଦ ଏଡ୍ ମାର୍କେ (Ed Markey) କହିଛନ୍ତି, ବାଇଡେନ ପ୍ରଶାସନ ଭାରତକୁ ସହଯୋଗ କରିବା ଦରକାର। ସେ ନିଜ ଟ୍ୱିଟରେ ଲେଖିଛନ୍ତି ଯେ ଭାରତରେ ଦୈନିକ କରୋନା ସଂକ୍ରମଣ ରେକର୍ଡ ସଂଖ୍ୟକ ବୃଦ୍ଧି ପାଉଛି। ତେଣୁ ପୃଥିବୀ ଦିବସ ଅବସରରେ କେବଳ ଆମେ ଗ୍ରହ ବାବଦରେ ଚିନ୍ତା ନକରି ଏଥିରେ ବାସ କରୁଥିବା ସମସ୍ତ ଲୋକଙ୍କ ସ୍ୱାସ୍ଥ୍ୟ ସହିତ ଜଡିତ ସମସ୍ୟା ଉପରେ ଗୁରୁତ୍ୱ ଦେବା ଦରକାର।

ଇଡ ମାର୍କେ ଏଭଲି କହି ଏବେ ନିଜ ସରକାରକୁ ସେ ଘେରିଛନ୍ତି। ଆମେରିକା ପାଖରେ ପର୍ଯ୍ୟାପ୍ତ ପରିମାଣର ଟିକା ଅଛି। ତଥାପି ଆମେ ଭାରତ ଭଳି ଦେଶକୁ ସମର୍ଥନ କରିବାକୁ ମନା କରୁଛୁ ବୋଲି ସେ କହିଛନ୍ତି। ଆମ ପାଖରେ ସାହାଯ୍ୟ କରିବାକୁ ପ୍ରଯ୍ୟାପ୍ତ ସମ୍ବଳ ରହିଛି ଏବଂ ଅନ୍ୟରୁ ଲୋକମାନେ ସାହାଯ୍ୟ ଆବଶ୍ୟକ କରୁଛନ୍ତି। ତେଣୁ ସେମାନଙ୍କୁ ସାହାଯ୍ୟ କରିବା ଆମର ନୈତିକକା ବୋଲି ସେ କହିଛନ୍ତି। ସେହିଭଳି ମିଚିଗାନର ଡେମୋକ୍ରାଟିକ୍ ପାର୍ଟିର ସାଂସଦ ହାଲି ଷ୍ଟିଭେନ୍ସ ମଧ୍ୟ ଟ୍ୱିଟ୍ କରି ଭାରତରେ ବଢ଼ୁଥିବା ସଂକ୍ରମଣକୁ ଦେଖି ସେ ଦୁଃଖ ପ୍ରକାଶ କରିଛନ୍ତି। ଅନ୍ତର୍ଜାତୀୟ ସଂଗଠନକୁ ସେ ଟ୍ୱିଟ୍ କରି ଭାରତକୁ ସହଯୋଗ କରିବା ପାଇଁ ନିବେଦନ କରିଛନ୍ତି।

ସହଯୋଗ କରିବାକୁ ଚାଇନା ପ୍ରସ୍ତୁତ

ଭାରତରେ କରୋନା ସଂକ୍ରମଣ ବୃଦ୍ଧି ପାଉଥିବା ଦେଖି ଚାଇନାର ବୈଦେଶିକ ମନ୍ତ୍ରାଳୟର ମୁଖପାତ୍ର ଓ୍ୱାଙ୍ଗ ଓ୍ୱେନବିନ (Wang Wenbin) କହିଛନ୍ତି ଭାରତକୁ ସହଯୋଗ କରିବାକୁ ତାଙ୍କ ଦେଶ ପ୍ରସ୍ତୁତ। କୋଭିଡ୍ ସାରା ମାନବଜାତି ପାଇଁ ଶତ୍ରୁ। ଏହାକୁ ମୁକାବିଲା କରିବା ପାଇଁ ସମସ୍ତଙ୍କୁ ଏକଜୁଟ ହେବାକୁ ହେବ। ଭାରତକୁ ସମସ୍ତ ପ୍ରକାର ଚିକିତ୍ସା ଉପକରଣ ପଠାଇବା ପାଇଁ ଚାଇନା ପ୍ରସ୍ତୁତ ବୋଲି ସେ କହିଛନ୍ତି। ହେଲେ ବେଜିଂ ନୂଆଦିଲ୍ଲୀ ଆଗରେ ସହଯୋଗ କରିବା ପାଇଁ ପ୍ରସ୍ତାବ ରଖିଛି କି ନାହିଁ ଓ୍ୱେନବିନ କହିନାହାନ୍ତି।

ସୂଚନାଯୋଗ୍ୟ, ଆଜି ଭାରତ ଯେଉଁ ମହାମାରୀରେ କଲବଲ ହେଉଛି ସେହି ଭାଇରସର ମୂଳ ଉତ୍ସ ଚାଇନାର ଉହାନ ବୋଲି କୁହାଯାଉଛି।

The post ଭାରତକୁ ସହଯୋଗ କରିପାରିବନି ଆମେରିକା, ଚାଇନା କହିଲା ‘ଆମେ ରେଡୀ’ appeared first on Odisha Reporter.



from Odisha Reporter https://ift.tt/3xdYKON

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages