ପାସ୍‌ ହେଲେ ବାଇକ୍‌, ଫେଲ୍ ହେଲେ ବି ବାଇକ୍‌ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, April 23, 2021

ପାସ୍‌ ହେଲେ ବାଇକ୍‌, ଫେଲ୍ ହେଲେ ବି ବାଇକ୍‌

ପପୁ: ଲଭ୍‌ ମ୍ୟାରେଜ୍ ଓ ଆରେଞ୍ଜ୍ ମ୍ୟାରେଜ୍‌ ମଧ୍ୟରେ ତଫାତ୍ କ’ଣ?
ବିଟୁ: ଲଭ୍‌ ମ୍ୟାରେଜ୍‌ରେ ପୁଅ ତା’ ଗର୍ଲ ଫ୍ରେଣ୍ଡକୁ ବାହା ହୁଏ। ଆରେଞ୍ଜ୍ ମ୍ୟାରେଜ୍‌ରେ ପୁଅ ଆଉ କାହାର ଗର୍ଲ ଫ୍ରେଣ୍ଡକୁ ବାହା ହୁଏ।
……………………………………………………………………………………………………………………………………

ବାପା: ତୁ ପାସ୍‌ କର କି ଫେଲ୍ ହ, ତୋତେ ବାଇକ୍ ନିଶ୍ଚିତ ମିଳିବ।
ପୁଅ: ଧନ୍ୟବାଦ ବାପା। ତୁମେ ବହୁତ ଭଲ।
ବାପା: ପାସ୍‌ ହେଲେ ବାଇକ୍ ଚଢ଼ି କଲେଜ୍ ଯିବୁ। ଆଉ ଫେଲ୍ ହେଲେ ବାଇକ୍‌ ନେଇ କ୍ଷୀର ବିକିବାକୁ ଯିବୁ।
……………………………………………………………………………………………………………………………………

ହ୍ୟାଣ୍ଡସମ୍‌ ପୁଅଟିଏ କ୍ଲାସ୍‌କୁ ଆସିବା ପରେ ସବୁ ଝିଅ ତା’ ଦିୱାନୀ ହୋଇଗଲେ। କିନ୍ତୁ ପୁଅଟି ଏମିତି କିଛି କଥା କହିଦେଲେ, ଯାହା ଶୁଣି ଝିଅଙ୍କ ହୋସ୍ ଉଡ଼ି ଯାଇଥିଲା।

ତା’ହେଲେ ପୁଅଟି ଏମିତି କ’ଣ କହିଥିବ?

ପୁଅଟି କ୍ଲାସ୍‌କୁ ଆସି କହିଥିଲା, ଭଉଣୀମାନେ ଟିକେ ବାହାରି ଯାଅ। ମୁଁ କ୍ଲାସ୍‌ ରୁମ୍‌ ଝାଡ଼ୁ କରିବି।

ହାଏରେ ବେକାରୀ!
……………………………………………………………………………………………………………………………………

ଜଣେ ବ୍ୟକ୍ତି ତାଙ୍କ ପତ୍ନୀଙ୍କୁ ସବୁ ଦିନେ ଫୋନ୍‌ କରୁଥିଲେ, ଯିଏ ରାଗି ତାଙ୍କ ବାପ ଘରକୁ ଚାଲି ଯାଇଥିଲେ। କିନ୍ତୁ ପତ୍ନୀଙ୍କ ବଦଳରେ ସବୁଦିନେ ଶାଶୂ ଫୋନ୍ ଉଠାଉ ଥିଲେ ଓ ଝିଅ ଆଉ ତାଙ୍କ (ଜ୍ୱାଇଁ) ପାଖକୁ ଫେରିବ ନାହିଁ ବୋଲି କହୁଥିଲେ।

ସେଦିନ କିନ୍ତୁ ଶାଶୂ ବହୁତ ରାଗି ଯାଇଥିଲେ। ଜ୍ୱାଇଁ ପୁଣି ଫୋନ୍‌ରେ ସେହି ପୁରୁଣା କଥା ପଚାରିବାରୁ ସେ କହିଥିଲେ- କେତେ ଥର ତୁମକୁ କହିଲି, ଝିଅ ଆଉ ତୁମ ପାଖକୁ ଫେରିବ ନାହିଁ। ବାରମ୍ବାର ଏହି କଥା କହିବା ସତ୍ତ୍ୱେ ତୁମେ କାହିଁକି ସବୁ ଦିନେ ସେହି ସମାନ ପ୍ରଶ୍ନ କରୁଛ?

ଜ୍ୱାଇଁ: ଆପଣଙ୍କ ମୁହଁରୁ ଏହି କଥା ଶୁଣି ଭାରି ବଢ଼ିଆ ଲାଗେ। ତେଣୁ ସବୁ ଦିନେ ଫୋନ୍ କରୁଛି।

The post ପାସ୍‌ ହେଲେ ବାଇକ୍‌, ଫେଲ୍ ହେଲେ ବି ବାଇକ୍‌ appeared first on Odisha Reporter.



from Odisha Reporter https://ift.tt/3vaQxJa

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages