ପାଟଣା: ଏକ ଯାତ୍ରିବାହୀ ଗାଡ଼ି ପୋଲ ଉପରେ ଯାଉଥିବା ବେଳେ ଗଙ୍ଗୀ ନଦୀ ଉପରେ ଖସି ପଡ଼ିଛି। ଏଥିରେ ୮ ଜଣଙ୍କ ମୃତ୍ୟୁ ଘଟିଛି। ଯାତ୍ରୀବାହି ଗାଡ଼ିରେ ମୋଟ୍ ୨୫ ଜଣ ଥିଲେ ବୋଲି ସୂଚନା ରହିଛି। ପାଟଣାର ଦାନାପୁରରେ ଏହି ଅଭାବନୀୟ ଘଟଣା ଘଟିଛି।
ଶୁକ୍ରବାର ସକାଳେ ପିପା ବ୍ରିଜ ଦେଇ ଏହି ଯାତ୍ରିବାହୀ ଜିପଟି ଅତିକ୍ରମ କରୁଥିଲା। ଏହି ସମୟରେ ଏହି ଘଟଣା ଘଟିଛି। ଗାଡିଟି ଭାରସାମ୍ୟ ହରାଇ ନଦୀରେ ଖସି ପଡିଥିବା ନେଇ ସୂଚନା ରହିଛି। ଯାତ୍ରୀମାନେ ଏକ ପ୍ରି ଓ୍ୱେଡିଂ ସମାରୋହରେ ଯୋଗ ଦେଇ ଫେରୁଥିବା ବେଳେ ଏହି ଦୁର୍ଘଟଣା ଘଟିଥିବା ସୂଚନା ରହିଛି।
Bihar: A jeep, carrying at least 15 passengers, fell into river Ganga at Peepapul in Patna today; at least 10 people missing. Search operation for the missing peole is underway. pic.twitter.com/wObcjXFYQM
— ANI (@ANI) April 23, 2021
ନଦୀରେ ଗାଡ଼ିଟି ଖସି ପଡ଼ିବା ପରେ ଉଦ୍ଧାରକାରୀ ଟିମ୍ ଆସି ଘଟଣାସ୍ଥଳରେ ପହଞ୍ଚିଥିଲେ। ଏହାପରେ ନଦୀରୁ ଆଠ ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଛି। ବାକି ଲୋକଙ୍କୁ ଖୋଜା ଚାଲିଥିବା ସୂଚନା ରହିଛି।
ମୃତକ ମାନେ ହେଲେ ରମାକାନ୍ତ ସିଂହ (୭୫), ଗୀତ ଦେବୀ (୬୦), ଅରବିନ୍ଦ ସିଂହ (୫୦), ସରୋଜ ଦେବୀ (୬୫), ଅନୁରାଧା ଦେବୀ (୭୫) ଏବଂ ଆଶିଷ (୮)। ସେହିପରି ଦୁଇ ଛୋଟ ଛୁଆ ଏବଂ ଦୁଇ ଜଣ ୧୨ ଓ ୧୪ ବର୍ଷୀୟ ପିଲାଙ୍କୁ ଚିହ୍ନଟ କରାଯାଇପାରିନଥିବା ସୂଚନା ରହିଛି।
The post ପୋଲ ତଳକ ଖସି ପଡ଼ିଲା ଯାତ୍ରୀବାହି ଜିପ୍ appeared first on Odisha Reporter.
from Odisha Reporter https://ift.tt/3sO0kmS
No comments:
Post a Comment