ରାୟଗଡ଼ା(ମନୋଜ ପାତ୍ର): ଆଜି ଭୋରରୁ ରାୟଗଡ଼ା ଜିଲ୍ଲାର ବିଭିନ୍ନ ସ୍ଥାନରେ ମୃଦୁ ଭୂକମ୍ପ ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ଭୂକମ୍ପର ତୀବ୍ରତା ୩.୨ ଥିବା ନେଇ ସ୍ୱତନ୍ତ୍ର ରିଲିଫ କମିଶନରଙ୍କ ପକ୍ଷରୁ ସୂଚନା ମିଳିଛି । ତେବେ ଭୂକମ୍ପ ଯୋଗୁ ଧନଜୀବନ ହାନୀ ହୋଇଥିବାର କୌଣସି ସୂଚନା ମିଳିପାରିନି।
ଭୋରରୁ ଲୋକେ ଶୋଇଥିବା ବେଳେ ଭୂକମ୍ପ ହୋଇଥିବାରୁ ଅଧିକାଂଶ ଲୋକ ଏହାର ଝଟକା ଅନୁଭବ କରିପାରିନଥିଲେ । ତଥାପି କିଛି ଲୋକ ମୃଦୁ ଭୂକମ୍ପ ଅନୁଭବ କରିପାରି ଭୟଭୀତ ହୋଇପଡିଥିବା ସୂଚନା ମିଳିଛି ।
The post ରାୟଗଡ଼ା ଜିଲ୍ଲାରେ ମୃଦୁ ଭୂକମ୍ପ appeared first on Odisha Reporter.
from Odisha Reporter https://ift.tt/2OTPBJQ
No comments:
Post a Comment