ଓସ୍କାରରୁ ବାଦ୍‌ ପଡିଲା ପ୍ରିୟଙ୍କାଙ୍କ ଫିଲ୍ମ, ହାତେଇ ନେଲା ‘ନୋମାଡଲ୍ୟାଣ୍ଡ’ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, April 25, 2021

ଓସ୍କାରରୁ ବାଦ୍‌ ପଡିଲା ପ୍ରିୟଙ୍କାଙ୍କ ଫିଲ୍ମ, ହାତେଇ ନେଲା ‘ନୋମାଡଲ୍ୟାଣ୍ଡ’

ଲସ୍‌ଆଞ୍ଜଲିସ୍‌: ଘୋଷଣା ହୋଇଛି ବହୁ ପ୍ରତିକ୍ଷିତ ଏକାଡେମୀ ଆୱାର୍ଡ ତଥା ଓସ୍କାର ଆୱାର୍ଡ । ୨୦୨୧ର ଓସ୍କାର ପୁରସ୍କାର ସମାରୋହରେ ବାଜି ମାରିଛି ‘ନୋମାଡଲ୍ୟାଣ୍ଡ’। ସମସ୍ତଙ୍କୁ ପଛରେ ପକାଇ ଏହି ଫିଲ୍ମ ହାତେଇଛି ତିନି ତିନିଟି ଆୱାର୍ଡ। ଏକ ଗାଡି ଉପରେ ଜୀବନଯାପନ କରୁଥିବା ଜଣେ ମହିଳାଙ୍କ ଉପରେ ଅାଧାରିତ ଏହି ଫିଲ୍ମକୁ  ମିଳିଛି ୩ଟି ବ଼ଡ ପୁରସ୍କାର। ଏ ବର୍ଷର ଏକାଡେମୀ ଆଓ୍ୱାର୍ଡରେ ‘ନୋମାଡଲ୍ୟାଣ୍ଡ’ ଶ୍ରେଷ୍ଠ ଫିଲ୍ମ ଭାବେ ବିବେଚିତ ହୋଇଛି।

ସେହିପରି ଏହି ଫିଲ୍ମର ନିର୍ଦ୍ଦେଶନା ଦେଇଥିବା କ୍ଲୋଇ ଚାଓ ଶ୍ରେଷ୍ଠ ନିର୍ଦ୍ଦେଶକ ପୁରସ୍କାର ଜିତିଛନ୍ତି।  ଓସ୍କାରର ୯୩ ବର୍ଷର ଇତିହାସରେ କ୍ଲୋଇ ଚାଓ ଦ୍ୱିତୀୟ ମହିଳା ଭାବେ ଶ୍ରେଷ୍ଠ ନିର୍ଦ୍ଦେଶକ ପୁରସ୍କାର ହାତେଇଛନ୍ତି।

ସେହିପରି ଫିଲ୍ମର ଲିଡ୍‌ ରୋଲରେ ଥିବା ଫ୍ରାନ୍ସିସ୍ ମ୍ୟାକଡୋରମାଣ୍ଡଙ୍କୁ ମିଳିଛି ଶ୍ରେଷ୍ଠ ଅଭିନେତ୍ରୀ ପୁରସ୍କାର।  ଅନ୍ୟପକ୍ଷରେ ବେଷ୍ଟ ଆକ୍ଟର ପୁରସ୍କାର ପାଇଛନ୍ତି ବିଶିଷ୍ଠ ଅଭିନେତା ଆନ୍ଥୋନି ହପକିନ୍ସ ।  ୮୩ ବର୍ଷୀୟ ଏହି ବ୍ରିଟିଶ୍ ଅଭିନେତାଙ୍କୁ ଫିଲ୍ମ ‘ଦି ଫାଦର’ ପାଇଁ ପୁରସ୍କାର ମିଳିଛି।  ଆଉ ଏହି ପୁରସ୍କାର ଜିତିବାରେ ସେ ହେଛନ୍ତି ସବୁଠାରୁ ବୟସ୍କ ଅଭିନେତା।

ତେବେ ଏହି ଓସ୍କାରରୁ ବାଦ୍‌ ପଡିଛି ଦେଶୀ ଗାର୍ଲ ପ୍ରିୟଙ୍କା ଚୋପ୍ରାଙ୍କ ଫିଲ୍ମ। ୧୫ ମାର୍ଚ୍ଚ ୨୦୨୧ ରେ ପ୍ରିୟଙ୍କା ଚୋପ୍ରା ଏବଂ ତାଙ୍କ ସ୍ୱାମୀ ନିକ ଜୋନାସ ଓସ୍କାର ଆୱାର୍ଡ ନାମାଙ୍କନ ଘୋଷଣା କରିଥିଲେ । ଯେଉଁଥିରେ ପ୍ରିୟଙ୍କାଙ୍କ ଫିଲ୍ମ ‘ଦ ହ୍ୱାଇଟ୍ ଟାଇଗର’ ମଧ୍ୟ ସାମିଲ୍ ଥିଲା । ବର୍ତ୍ତମାନ ଏହି ଆୱାର୍ଡ ସୋ’ ଆୟୋଜିତ ହୋଇଛି ।  ଏଥି ସହିତ, ଅନେକ ବର୍ଗର ବିଜେତାଙ୍କ ନାମ ଘୋଷଣା କରାଯାଇଛି । କିନ୍ତୁ ‘ଦ ହ୍ୱାଇଟ୍ ଟାଇଗର୍’ ଆୱାର୍ଡ ଜିତି ପାରି ନାହିଁ, ଫିଲ୍ମଟି ଶ୍ରେଷ୍ଠ ଆଡେପ୍ଟେଡ୍ ସ୍କ୍ରିନପ୍ଲେ ବର୍ଗରେ ମନୋନୀତ ହୋଇଥିଲା।

The post ଓସ୍କାରରୁ ବାଦ୍‌ ପଡିଲା ପ୍ରିୟଙ୍କାଙ୍କ ଫିଲ୍ମ, ହାତେଇ ନେଲା ‘ନୋମାଡଲ୍ୟାଣ୍ଡ’ appeared first on Odisha Reporter.



from Odisha Reporter https://ift.tt/3ezI5wk

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages