ଭାରତକୁ ସହଯୋଗ କରିବାକୁ ଆଗେଇ ଆସିଲା ଗୁଗୁଲ୍ ଓ ମାଇକ୍ରୋସଫ୍ଟ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, April 25, 2021

ଭାରତକୁ ସହଯୋଗ କରିବାକୁ ଆଗେଇ ଆସିଲା ଗୁଗୁଲ୍ ଓ ମାଇକ୍ରୋସଫ୍ଟ

ନୂଆଦିଲ୍ଲୀ: କରୋନା କୋପରେ ଦିନକୁ ଦିନ ଭାରତ ଅଧିକରୁ ଅଧିକ ପ୍ରଭାବିତ ହେଉଛି। ପ୍ରତିଦିନ ଏବେ ୩ ଲକ୍ଷ ଉପର କରୋନା ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି। ସ୍ଥିତି ଶୋଚନୀୟ ହୋଇପଡ଼ିଥିବା ବେଳେ ଭାରତକୁ ସହଯୋଗ କରିବା ପାଇଁ ଅଣ୍ଟା ଭିଡିଛନ୍ତି ଆମେରିକା, ଜର୍ମାନୀ, ଇସ୍ରାଏଲ, ଫ୍ରାନ୍ସ ଆଦି ଅନେକ ଦେଶ।

ଏହି କ୍ରମରେ ଏବେ ବିଶ୍ୱର ସବୁଠୁ ବଡ଼ ସର୍ଚ୍ଚ ଇଞ୍ଜିନ୍ କମ୍ପାନୀ ଗୁଗୁଲ ମଧ୍ୟ ଭାରତକୁ ସହଯୋଗର ହାତ ବଢ଼ାଇଛି। ଭାରତୀୟ ବଂଶୋଦ୍ଭବ ତଥା ଗୁଗୁଲର ସିଇଓ ସୁନ୍ଦର ପିଚାଇ କହିଛନ୍ତି, ଭାରତରେ କୋଭିଡ ମହାମାରୀର ସ୍ଥିତି ଚିନ୍ତାଜନକ। ଗୁଗୁଲ ଏବଂ ଗୁଗୁଲରେ କାମ କରୁଥିବା କର୍ମଚାରୀ ମିଶି ୧୩୫ କୋଟି ଟଙ୍କାର ସହାୟତା ରାଶି ପଠାଇଛନ୍ତି। ଏଥିରେ ଗୁଗୁଲର ଦୁଇଟି କମ୍ପାନୀ ରହିଛି। ଗୋଟିଏ google.org ଏବଂ ଗୁଗୁଲର ସହଯୋଗୀ କମ୍ପାନୀ (୨୦ କୋଟି)। ଗୁଗୁଲ ଏହି ଟଙ୍କା GiveIndia ନାମକ ଏନଜିଓକୁ ଦେଇଛି। ଯେଉଁମାନେ କୋଭିଡରେ ପ୍ରଭାବିତ ହୋଇ ସର୍ବସ୍ୱାନ୍ତ ହୋଇଛନ୍ତି ସେମାନଙ୍କୁ GiveIndia ସହାୟତା ଯୋଗାଇବ।

ସେହିପରି ୧୩୫ କୋଟିରୁ କିଛି ଟଙ୍କା ୟୁନିସେଫକୁ ଦେଇଛି ଗୁଗୁଲ। ଏହି ଟଙ୍କା ଜରିଆରେ ୟୁନିସେଫ ଭାରତକୁ ସ୍ୱାସ୍ଥ୍ୟ ଉପକରଣ ପଠାଇବ। ଯେଉଁଥିରେ ଅକ୍ସିଜେନ, ଭେଣ୍ଟିଲେଟର ଏବଂ ଅନ୍ୟାନ୍ୟ ଉପକରଣ ରହିଛି। ପିଚାଇଙ୍କ ସୂଚନା ଅନୁଯାୟୀ ଗୁଗୁଲର ୯୦୦ କର୍ମଚାରୀ ମିଶି ଭାରତ ପାଇଁ ୩.୭ କୋଟି ଟଙ୍କାର ସହାୟତା ଦେଇଛନ୍ତି।

ସେହିପରି ମାଇକ୍ରୋସଫ୍ଟର ସିଇଓ ମଧ୍ୟ ସତ୍ୟ ନାଡେଲା ମଧ୍ୟ ଭାରତର ସ୍ଥିତିକୁ ଦେଖି ଚିନ୍ତାବ୍ୟକ୍ତ କରିଛନ୍ତି। ଆମେରିକା ସରକାର ଭାରତକୁ ସହ।ଯୋଗ କରୁଛନ୍ତି। ମାଇକ୍ରୋସଫ୍ଟ ମଧ୍ୟ ସମସ୍ତ ପ୍ରକାର ସହଯୋଗ କରିବା ପାଇଁ ରାଜି ଅଛି। ଏଭଳି ସ୍ଥିତିରେ  ଅକ୍ସିଜେନ ଏବଂ ଅନ୍ୟାନ୍ୟ ଉପକରଣ ପଠାଇବା ସହିତ ସମସ୍ତ ପ୍ରକାର ବୈଷୟିକ ସହାୟତା କରିବ ବୋଲି ଏହି ଭାରତୀୟ ବଂଶୋଦ୍ଭବ କହିଛନ୍ତି। 

The post ଭାରତକୁ ସହଯୋଗ କରିବାକୁ ଆଗେଇ ଆସିଲା ଗୁଗୁଲ୍ ଓ ମାଇକ୍ରୋସଫ୍ଟ appeared first on Odisha Reporter.



from Odisha Reporter https://ift.tt/3dOcacv

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages