ପୁଣିଥରେ ହସ୍ପିଟାଲରେ ଭର୍ତ୍ତି ହେଲେ ଶରଦ ପାଓ୍ୱାର - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, April 11, 2021

ପୁଣିଥରେ ହସ୍ପିଟାଲରେ ଭର୍ତ୍ତି ହେଲେ ଶରଦ ପାଓ୍ୱାର

ମୁମ୍ୱାଇ: ଏନସିପି ସୁପ୍ରିମୋ ଶରଦ ପାଓ୍ୱାର (୮୦) ପୁଣିଥରେ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ଡାକ୍ତରଙ୍କ ଦ୍ୱାରା ପୂର୍ବ ନିର୍ଦ୍ଧାରିତ ତାରିଖ ଅନୁଯ।ୟୀ ପାଓ୍ୱାରଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ରବିବାର ସେ ମୁମ୍ୱାଇ ସ୍ଥିତ ବ୍ରିଚ କ୍ୟାଣ୍ଡି ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ପାଓ୍ୱାରଙ୍କ ଗଲ୍ଫ ବ୍ଲାଡରରେ  ଅପରେସନ ହେବ ବୋଲି ସୂଚନା ରହିଛି। ଏନସିପି ନେତା ନଓ୍ୱାବ ମଲିକ ଏହି ସୂଚନା ଦେଇଛନ୍ତି।

ଆଜି ପାଓ୍ୱାରଙ୍କର ଅପରେସନ ହେବ ବୋଲି ସୂଚନା ରହିଛି। ଗତ ମାସରେ ମଧ୍ୟ ପେଟ ସମସ୍ୟା ପାଇଁ ପାଓ୍ୱାର ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ଆଉ ହସ୍ପିଟାଲରୁ ଡିସଚାର୍ଜ ହେବାର ୭ ଦିନ ବିଶ୍ରାମ ନେବାକୁ ଡାକ୍ତର ପରାମର୍ଶ ଦେଇଥିଲେ। ଏହାପରେ ପାଓ୍ୱାରଙ୍କ ଗଲ୍ପ ବ୍ଲାଡର ଅପରେସନ କରିବାକୁ ଡାକ୍ତର ନିଷ୍ପତ୍ତି ନେଇଥିଲେ। ଏବେ ୧୪ ଦିନ ପରେ ପାଓ୍ୱାରଙ୍କର ଅପରେସନ ହେବାକୁ ଯାଉଛି।

ସୂଚନାଯୋଗ୍ୟ, ଗତ ମାସ ମାର୍ଚ୍ଚ ୩୦ରେ ପାଓ୍ୱାରଙ୍କର ଷ୍ଟୋନ ଅପରେସନ ହୋଇଥିଲା। ଏହି ହସ୍ପିଟାଲରେ ବ୍ରିଚ କ୍ୟାଣ୍ଡି ହସ୍ପିଟାଲରେ ପାଓ୍ୱାର ଭର୍ତ୍ତି ହୋଇଥିଲେ। ପେଟରେ ସମସ୍ୟା ହେବାରୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଏନଡୋସ୍କୋପି ହେବା ପରେ ଜଣାପଡ଼ିଥିଲା ପାଓ୍ୱାରଙ୍କର ଷ୍ଟୋନ ଅପରେସନ ହେବ।

The post ପୁଣିଥରେ ହସ୍ପିଟାଲରେ ଭର୍ତ୍ତି ହେଲେ ଶରଦ ପାଓ୍ୱାର appeared first on Odisha Reporter.



from Odisha Reporter https://ift.tt/2RnaxJT

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages