୧୭୪୧ କରୋନା ଆକ୍ରାନ୍ତ ଚିହ୍ନଟ: ସୁନ୍ଦରଗଡ଼ରେ ସର୍ବାଧିକ, ଖୋର୍ଦ୍ଧାରେ ୨୦୦ ଡେଇଁଲା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, April 11, 2021

୧୭୪୧ କରୋନା ଆକ୍ରାନ୍ତ ଚିହ୍ନଟ: ସୁନ୍ଦରଗଡ଼ରେ ସର୍ବାଧିକ, ଖୋର୍ଦ୍ଧାରେ ୨୦୦ ଡେଇଁଲା

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜ୍ୟରେ ଦୈନିକ କରୋନା ସଂକ୍ରମଣ ମାମଲା ବଢ଼ିବାରେ ଲାଗିଛି। ଆଜି ଆସିଥିବା ରିପୋର୍ଟ ଅନୁଯାୟୀ ଗତ ୨୪ ଘଣ୍ଟାରେ ରାଜ୍ୟରେ ୧୭୪୧ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୧୦୧୫ କ୍ୱାରେଣ୍ଟାଇନ୍‌ରେ ଥିଲେ। ବାକି ୭୨୬ଟି ହେଉଛି ଲୋକାଲ୍ କେସ୍‌।

ସୁନ୍ଦରଗଡ଼ ଜିଲ୍ଲାରୁ ସର୍ବାଧିକ ୨୬୮ ଜଣ ଚିହ୍ନଟ ହୋଇଥିବା ବେଳେ ଖୋର୍ଦ୍ଧାରୁ ୨୦୪, ବାଲେଶ୍ୱରରୁ ୧୫୮, ସମ୍ବଲପୁରରୁ ୧୨୧ ଓ କଳାହାଣ୍ଡି ଜିଲ୍ଲାରୁ ୧୧୪ ଜଣ ଚିହ୍ନଟ ହୋଇଛନ୍ତି। ସେହିଭଳି ବରଗଡ଼ ଜିଲ୍ଲାରୁ ୯୭, ବଲାଙ୍ଗିରରୁ ୯୩, ନୂଆପଡ଼ାରୁ ୯୬ ଓ ନବରଙ୍ଗପୁର ଜିଲ୍ଲାରୁ ୮୦ ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି।

ଅନୁଗୋଳ ଜିଲ୍ଲାରୁ ୪୩ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଭଦ୍ରକରୁ ୧୧, ବୌଦ୍ଧରୁ ୫, କଟକରୁ ୫୮, ଦେବଗଡ଼ରୁ ୯, ଢେଙ୍କାନାଳରୁ ୨, ଗଜପତିରୁ ୧୪, ଗଞ୍ଜାମରୁ ୯, ଜଗତସିଂହପୁରରୁ ୯, ଯାଜପୁରରୁ ୩୮, ଝାରସୁଗୁଡ଼ାରୁ ୪୩, କନ୍ଧମାଳରୁ ୮, କେନ୍ଦ୍ରାପଡ଼ାରୁ ୨, କେନ୍ଦୁଝରରୁ ୫୩, କୋରାପୁଟରୁ ୯, ମାଲକାନଗିରିରୁ ୩, ମୟୂରଭଞ୍ଜରୁ ୩୯, ନୟାଗଡ଼ରୁ ୭, ପୁରୀରୁ ୫୪, ରାୟଗଡ଼ାରୁ ୩୫ ଓ ସୋନପୁର ଜିଲ୍ଲାରୁ ୧୩ ଜଣ ଚିହ୍ନଟ ହୋଇଛନ୍ତି। ସେହିପରି ଷ୍ଟେଟ୍‌ପୁଲ୍‌ରୁ ୪୬ ଜଣ ଚିହ୍ନଟ ହୋଇଛନ୍ତି।

୧୭୪୧ଟି ନୂଆ କେସ୍ ସହିତ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩,୫୧,୩୦୨ରେ ପହଞ୍ଚିଛି। ସେମାନଙ୍କ ମଧ୍ୟରୁ ୩,୪୦,୦୬୨ ଜଣ ସୁସ୍ଥ ହୋଇସାରିଥିବା ବେଳେ ୯୨୫୯ ଜଣ ଚିକିତ୍ସାଧୀନ ଅଛନ୍ତି। ଅନ୍ୟପକ୍ଷରେ ନୂଆପଡ଼ା ଜିଲ୍ଲାରେ କରୋନାରେ ଆଉ ୨ ଜଣଙ୍କ ମୃତ୍ୟୁ ଘଟିଛି। ଏହା ସହିତ ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୧୯୨୮ରେ ପହଞ୍ଚିଛି। ଆଉ ନୂଆପଡ଼ା ଜିଲ୍ଲାରେ ଏହି ସଂଖ୍ୟା ୨୯ରେ ପହଞ୍ଚିଛି।

The post ୧୭୪୧ କରୋନା ଆକ୍ରାନ୍ତ ଚିହ୍ନଟ: ସୁନ୍ଦରଗଡ଼ରେ ସର୍ବାଧିକ, ଖୋର୍ଦ୍ଧାରେ ୨୦୦ ଡେଇଁଲା appeared first on Odisha Reporter.



from Odisha Reporter https://ift.tt/329Ui4Y

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages