ପିପିଲି ପାଇଁ ଆଜି ପ୍ରଚାରକୁ ଓହ୍ଲାଇବେ ନବୀନ ଓ ଅପରାଜିତା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, April 11, 2021

ପିପିଲି ପାଇଁ ଆଜି ପ୍ରଚାରକୁ ଓହ୍ଲାଇବେ ନବୀନ ଓ ଅପରାଜିତା

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ପିପିଲି ଉପନିର୍ବାଚନ ପାଇଁ ଜୋରସୋର ପ୍ରଚାର ଚାଲିଛି। ଆଜି ପ୍ରଚାର ମଇଦାନକୁ ଓହ୍ଲାଇବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ତେବେ ସେ ପିପିଲି ଯିବେ ନାହିଁ। ଭର୍ଚୁଆଲ ମୋଡ୍‌ରେ ଅପରାହ୍ନ ୪ଟାରେ ବିଜେଡି ପ୍ରାର୍ଥୀ ରୁଦ୍ର ପ୍ରତାପ ମହାରଥୀଙ୍କ ପାଇଁ ସେ ନିର୍ବାଚନ ପ୍ରଚାର କରିବେ। ପିପିଲି ବ୍ଲକର ଦାଣ୍ଡମୁକୁନ୍ଦପୁର, କୁମାରେଶ୍ୱର, ପାଟସାହାଣିପୁର ଏବଂ ଡେଲାଙ୍ଗ ବ୍ଲକର ରେଞ୍ଚ, ବଡ଼ ଆଙ୍କୁଲା ଓ ସିଂ ବରମ୍ପୁରରେ ମୁଖ୍ୟମନ୍ତ୍ରୀ ଭର୍ଚୁଆଲ ବୈଠକ କରିବେ।

ଅନ୍ୟପକ୍ଷରେ ବିଜେପି ପାଇଁ ଆଜି ମଇଦାନକୁ ଓହ୍ଲାଇବେ ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ। ଦଳୀୟ ପ୍ରାର୍ଥୀ ଆଶ୍ରିତ ପଟ୍ଟନାୟକଙ୍କ ପାଇଁ ସେ କରିବେ ପ୍ରଚାର। ପିପିଲି ନିର୍ବାଚନମଣ୍ଡଳୀର ଲକ୍ଷ୍ମୀନାରାୟଣପୁର, ପୁବାଶାସନ, ପୋପରଙ୍ଗା, ଓରକଳ, ଭାରତୀପୁର, ପାଣିଦୋଳ, କଣ୍ଟି ଓ ହରିରାଜପୁରରେ ରାଲି କରିବେ ଅପରାଜିତା।

ଗତକାଲି ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା ଓ ସୁନ୍ଦରଗଡ଼ ସାଂସଦ ଜୁଏଲ ଓରାମ ପ୍ରମୁଖ ଆଶ୍ରିତଙ୍କ ପାଇଁ ପ୍ରଚାର କରିଥିଲେ।

ଅନ୍ୟପକ୍ଷରେ ଗତକାଲି ପିପିଲିରେ ନିର୍ବାଚନୀ ହିଂସା ଦେଖିବାକୁ ମିଳିଥିଲା। ଡେଲାଙ୍ଗର ଜେନାପୁର ପଞ୍ଚାୟତର ବ୍ରାହ୍ମଣ ବାଡ଼ ଗାଁରେ ବିଜେପି କର୍ମୀଙ୍କୁ ବିଜେଡି କର୍ମୀମାନେ ଗୋଡ଼ାଇ ଗୋଡ଼ାଇ ପିଟିଥିବା ନେଇ ଅଭିଯୋଗ ହୋଇଛି। ନିର୍ବାଚନ ପ୍ରଚାର ବେଳେ ଏହି ଘଟଣା ଘଟିଥିବା ବେଳେ ଏହି ଘଟଣାରେ ପୁଲିସ୍ ୨ ଜଣଙ୍କୁ ଗିରଫ କରିଛି। ଏଥିରେ ୩ ଜଣ ଆହତ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୨ ଜଣଙ୍କୁ ଭୁବନେଶ୍ୱର ଏମ୍ସରେ ଭର୍ତ୍ତି କରାଯାଇଛି। ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତି ଏମ୍ସ ଯାଇ ଆହତଙ୍କ ସ୍ୱାସ୍ଥ୍ୟାବସ୍ଥା ପଚାରି ବୁଝିଛନ୍ତି।

The post ପିପିଲି ପାଇଁ ଆଜି ପ୍ରଚାରକୁ ଓହ୍ଲାଇବେ ନବୀନ ଓ ଅପରାଜିତା appeared first on Odisha Reporter.



from Odisha Reporter https://ift.tt/3d9SUWE

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages