‘ପିଏମଙ୍କ ଦ୍ୱାରା ଆୟୋଜିତ କୋଭିଡ ବୈଠକକୁ ମୋତେ ଡକାଯାଇନଥିଲା’ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, April 23, 2021

‘ପିଏମଙ୍କ ଦ୍ୱାରା ଆୟୋଜିତ କୋଭିଡ ବୈଠକକୁ ମୋତେ ଡକାଯାଇନଥିଲା’

ନୂଆଦିଲ୍ଲୀ: ଶୁକ୍ରବାର କରୋନା ମହାମାରୀ ଦ୍ୱାରା ଅଧିକ ପ୍ରଭାବିତ ୧୧ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ମୁଖ୍ୟମନ୍ତ୍ରୀମାନଙ୍କ ସହ ପ୍ରଧାନମନ୍ତ୍ରୀ ଏକ ବୈଠକ କରି କୋଭିଡ ସ୍ଥିତିର ସମୀକ୍ଷା କରିଥିଲେ। ଯେଉଁ ରାଜ୍ୟରେ କରୋନା ସଂକ୍ରମଣ ବଢିଛି ସେହି ରାଜ୍ୟର ମୁଖ୍ୟମନ୍ତ୍ରୀ ଏହି ବୈଠକରେ ସାମିଲ ହୋଇଥିଲେ। ଏହି ରାଜ୍ୟ ଗୁଡ଼ିକ ମଧ୍ୟରେ ପଶ୍ଚିମବଙ୍ଗ ରହିଛି। କିନ୍ତୁ ରାଜ୍ୟର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ କେନ୍ଦ୍ର ସରକାର ବୈଠକ ପାଇଁ ଡାକିନଥିବା ଅଭିଯୋଗ ହୋଇଛି। ହେଲେ ତାଙ୍କ ବଦଳରେ ପଶ୍ଚିମବଙ୍ଗର ମୁଖ୍ୟ ଶାସନ ସଚିବ ଅଲପନା ବନ୍ଦୋପାଧ୍ୟାୟ ଉପସ୍ଥିତ ଥିବା ନେଇ ଜଣାପଡ଼ିଛି।

ଶୁକ୍ରବାର ମମତା ବାନାର୍ଜୀ ପ୍ରେସ କନଫରେନସ କରି କହିଛନ୍ତି, ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଆୟୋଜିତ ବୈଠକକୁ ତାଙ୍କୁ ନିମନ୍ତ୍ରଣ କରାଯାଇ ନଥିଲା। ଯେଉଁଥିରେ ସଂକ୍ରମଣ ହାର ଅଧିକ ଥିବା ରାଜ୍ୟର ସିଏମ ମାନଙ୍କ ସହ ପ୍ରଧାନମନ୍ତ୍ରୀ ବୈଠକ କରିଥିଲେ। ୧୦ ଟି ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କୁ ନିମନ୍ତ୍ରଣ କରାଯାଇଥିଲା, ଯେଉଁଠାରେ କୋଭିଡଙ୍କର ଅଧିକ ମାମଲା ରହିଛି। କିନ୍ତୁ ମୋତେ ନିମନ୍ତ୍ରଣ କରାଯାଇ ନଥିଲା। ମୋତେ ନିମନ୍ତ୍ରଣ କରାଯାଇଥିଲା କି ବୋଲି ଏହି ଅବସରରେ ସେ ମିଡିଆକୁ ପ୍ରଶ୍ନ କରିଥିଲେ। ତାଙ୍କୁ ଡାକିଥିଲେ ସେ ବୈଠକରେ ଯୋଗ ଦେଇଥା’ନ୍ତେ ବୋଲି କହିଛନ୍ତି।

ସୂଚନାଯୋଗ୍ୟ, କୋଭିଡର ଦ୍ୱିତୀୟ ଲହର ବେଳେ ପଶ୍ଚିମବଙ୍ଗରେ ବିଧାନସଭା ନିର୍ବାଚନ ପାଇଁ ଜୋରଦାର ପ୍ରଚାର ଚାଲିଛି। ଏହି ସମୟରେ ବିଜେପି ଓ ଟିଏମସି ମୁହାଁମୁହିଁ ହୋଇଛନ୍ତି। ଉଭୟ ପରସ୍ପର ବିରୋଧରେ ଆରୋପ ପ୍ରତ୍ୟାରୋପ ଆଣିଛନ୍ତି। ବିଜେପି ଜୟଶ୍ରୀରାମର ନାରା ଦେଇ ମମତାଙ୍କୁ ଉସକାଉଥିବା ବେଳେ ମମତା ପ୍ରଧାନମନ୍ତ୍ରୀ ମୋଦି ଓ ଗୃହମନ୍ତ୍ରୀ ଅମିତ ଶାହଙ୍କୁ ଗୁଣ୍ଡା କହି ଜୋରଦାର ବର୍ଷୁଛନ୍ତି।  ପ୍ରଧାନମନ୍ତ୍ରୀ କିନ୍ତୁ କୋଭିଡ ମୁକାବିଲା ପାଇଁ ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କୁ ନେଇ ବୈଠକ କରିଥିଲେ। ହେଲେ ମମତା ବାନାର୍ଜୀ କୌଣସି ବୈଠକରେ ଉପସ୍ଥିତ ନଥିଲେ। ଏହାକୁ ମିଶାଇ ମୋଦିଙ୍କର ତିନୋଟି ବୈଠକରେ ମମତା ଯୋଗ ଦେଇ ନାହାନ୍ତି। ପୂର୍ବରୁ ମମତା ବୈଠକକୁ ନଆସି ମୁଖ୍ୟ ଶାସନ ସଚିବ ନହେଲେ ତାଙ୍କର ସହଯୋଗୀ ମନ୍ତ୍ରୀଙ୍କୁ ପିଏମଙ୍କ ବୈଠକକୁ ପଠାଉଥିବାର ନଜିର ରହିଛି।

ବୈଠକରେ କଣ କହିଲେ ପ୍ରଧାନମନ୍ତ୍ରୀ ?

ଏହି ବୈଠକରେ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଦେଶର ବିଭିନ୍ନ ରାଜ୍ୟ ତଥା ଦ୍ୱିତୀୟ ଓ ତୃତୀୟ ଶ୍ରେଣୀର ସହରଗୁଡିକରେ ଏକ ସଙ୍ଗରେ କରୋନା ସଂକ୍ରମଣ ବୃଦ୍ଧି ପାଇଛି। ଏହି ମହାମାରୀର ମୁକାବିଲା ପାଇଁ ମିଳିତ ପ୍ରୟାସର ଆବଶ୍ୟକତା ରହିଛି । କରୋନାର ପ୍ରଥମ ସଂକ୍ରମଣ କାଳରେ ଭାରତ ଏହାର ମୁକାବିଲା କରିବାରେ ଯେଉଁ ସଫଳତା ଲାଭ କରିଥିଲା, ତା’ ପଛରେ ମିଳିତ ଉଦ୍ୟମ ଓ ଲଢେଇ ଥିଲା ପ୍ରମୁଖ କାରଣ । ଏବେ ଏହି ଦ୍ୱିତୀୟ ଲହରକୁ ସମ୍ମିଳିତ ଭାବେ ସମସ୍ତ ଶକ୍ତି ଖଟାଇ ପ୍ରତିରୋଧ କରିହେବ ବୋଲି ସେ କହିଛନ୍ତି ।

ପ୍ରଧାନମନ୍ତ୍ରୀ ଏହି ଲଢେଇରେ ରାଜ୍ୟମାନଙ୍କୁ କେନ୍ଦ୍ର  ସମସ୍ତ ପ୍ରକାର ସାହାଯ୍ୟ ସହଯୋଗ ଯୋଗାଇ ଦେବାକୁ ପ୍ରତିଶ୍ରୁତି ଦେଇଛନ୍ତି । ସେ କହିଛନ୍ତି ଯେ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ମଧ୍ୟ ରାଜ୍ୟମାନଙ୍କ ସହ ନିୟମିତ ସମ୍ପର୍କ ରକ୍ଷା କରି ପରିସ୍ଥିତି ଉପରେ ତୀକ୍ଷ୍‌ଣ ନଜର ରଖିଛି । କରୋନା ସଂକ୍ରମଣ ମୁକାବିଲା ପାଇଁ ରାଜ୍ୟମାନଙ୍କୁ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ନିୟମିତଭାବେ ଆବଶ୍ୟକ ପରାମର୍ଶ ଯୋଗାଇଦେଇଛି ।

ଅକ୍ସିଜେନ ଯୋଗାଣ ସମ୍ପର୍କରେ ପ୍ରଧାନମନ୍ତ୍ରୀ ରାଜ୍ୟମାନଙ୍କ ଦ୍ୱାରା ଉତ୍‌ଥାପିତ ପ୍ରସଙ୍ଗଗୁଡିକୁ ଶୁଣିବା ସହିତ ଏ କ୍ଷେତ୍ରରେ ଥିବା ଅସୁବିଧା ଦୂର କରିବାକୁ ପ୍ରତିଶ୍ରୁତି ଦେଇଛନ୍ତି । ସେ କହିଛନ୍ତି ଯେ ଅକ୍ସିଜେନ ଯୋଗାଣ ବଢାଇବା ପାଇଁ ନିରନ୍ତର ଉଦ୍ୟମ କରାଯାଉଛି । ଏଥିପାଇଁ କେନ୍ଦ୍ର ସରକାରଙ୍କ ସମ୍ପୃକ୍ତ ସବୁ ମନ୍ତ୍ରଣାଳୟ ଓ ବିଭାଗ ମିଳିତ ଭାବେ କାର୍ଯ୍ୟ କରୁଛନ୍ତି । ତତ୍କାଳ ଆବଶ୍ୟକତା ପୂରଣ ପାଇଁ ଶିଳ୍ପ ସଂସ୍ଥାରେ ବ୍ୟବହୃତ ଅକ୍ସିଜେନକୁ ଚିକିତ୍ସା ପାଇଁ ଯୋଗାଇ ଦିଆଯାଉଛି ।

ଏଭଳି ପରିସ୍ଥିତିରେ ସବୁ ରାଜ୍ୟ ମିଳିତଭାବେ କାମ କରିବାକୁ ପ୍ରଧାନମନ୍ତ୍ରୀ ପରାମର୍ଶ ଦେଇଛନ୍ତି । ଅତ୍ୟାବଶ୍ୟକ ଔଷଧପତ୍ର ଓ ଅକ୍ସିଜେନର ଅଭାବ ଦୂର କରିବା ପାଇଁ ରାଜ୍ୟମାନେ ନିଜ ନିଜ ମଧ୍ୟରେ ସମନ୍ୱୟ ରକ୍ଷା କରିବାକୁ ସେ କହିଛନ୍ତି । ଆହୁରି ମଧ୍ୟ  ଅକ୍ସିଜେନ ଓ ଅତ୍ୟାବଶ୍ୟକ ଔଷଧକୁ ଅସାଧୁବ୍ୟକ୍ତି ମହଜୁଦ୍ କରି ଏହାର କଳାବଜାରୀ ଯେପରି ନ କରନ୍ତି ସେଥିପ୍ରତି କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସେ ରାଜ୍ୟମାନଙ୍କୁ ପରାମର୍ଶ ଦେଇଛନ୍ତି ।

The post ‘ପିଏମଙ୍କ ଦ୍ୱାରା ଆୟୋଜିତ କୋଭିଡ ବୈଠକକୁ ମୋତେ ଡକାଯାଇନଥିଲା’ appeared first on Odisha Reporter.



from Odisha Reporter https://ift.tt/3xhFkIG

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages