କୋଲକାତା: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଶୁକ୍ରବାର କେନ୍ଦ୍ର ସରକାରଙ୍କ ବିରୋଧରେ ପାତର ଅନ୍ତର ଅଭିଯୋଗ ଆଣିଛନ୍ତି। ପଶ୍ଚିମବଙ୍ଗ ପାଇଁ ଯେଉଁ ଅକ୍ସିଜେନ ବ୍ୟବସ୍ଥା ରହିଛି ତାହାକୁ ଅନ୍ୟ ରାଜ୍ୟକୁ ପଠାଇ ଦେଉଛି କେନ୍ଦ୍ର ସରକାର। କେନ୍ଦ୍ରର ଏଭଳି ପଦକ୍ଷେପ ଦ୍ୱାରା ତାଙ୍କ ରାଜ୍ୟରେ ଅକ୍ସିଜେନର ଅଭାବ ସୃଷ୍ଟି ହେବାକୁ ଯାଉଛି। ଆଉ ଯେଉଁମାନେ କୋଭିଡରେ ଚିକିତ୍ସିତ ହେଉଛନ୍ତି ସେମାନଙ୍କ ଜୀବନ ବିପଦ ମୁହଁରେ ଥିବା ମମତା ଅଭିଯୋଗ କରିଛନ୍ତି।
ସେ କହିଛନ୍ତି, ୨୦୨୦ରେ WHO କେନ୍ଦ୍ର ସରକାରଙ୍କୁ ଅକ୍ସିଜେନ ସଂରକ୍ଷଣ ବୃଦ୍ଧି କରିବାକୁ କହିଥିଲେ, କିନ୍ତୁ କେନ୍ଦ୍ର ଏହି ପରାମର୍ଶକୁ ଅଣଦେଖା କରିଛି। ତେଣୁ ସାରା ଦେଶ ଏବେ ଅକ୍ସିଜେନର ସଙ୍କଟ ଦେଖିବାକୁ ମିଳିଛି। ଏବେ କେନ୍ଦ୍ର ସରକାର ବେଙ୍ଗାଲ ପାଇଁ ଧାର୍ଯ୍ୟ ହୋଇଥିବା ଅକ୍ସିଜେନକୁ ଉତ୍ତର ପ୍ରଦେଶକୁ ପଠାଇବା ପାଇଁ ବ୍ୟବସ୍ଥା ହୋଇଛି ବୋଲି ମମତା କହିଛନ୍ତି।
ମମତା ଶୁକ୍ରବାର ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି, ଆମକୁ ଅକ୍ସିଜେନ ଯୋଗାଉଥିବା SAIL କମ୍ପାନୀକୁ ଉତ୍ତରପ୍ରଦେଶକୁ ଅକ୍ସିଜେନ ପଠାଇବାକୁ କୁହାଯାଇଥିଲା। ଏହା ଆମ ରାଜ୍ୟରେ ଅକ୍ସିଜେନ ସଙ୍କଟ ବଢ଼ାଇବ।
ତେବେ ନିଜେ ନେଇଥିବା ପଦକ୍ଷେପ ବାବଦରେ ମୁଖ୍ୟମନ୍ତ୍ରୀ କହିଛନ୍ତି, ଅକ୍ସିଜେନ ଏବଂ ଔଷଧର ସଙ୍କଟ ଏବେ ଦେଖାଦେଇଛି। ଯେଉଁ ଶିଳ୍ପକୁ ଅକ୍ସିଜେନ ଯାଉଥିଲା ସେଥିରେ ସାମୟିକ ରୋକ ଲଗାଯାଇଛି। ଏହି ଅକ୍ସିଜେନକୁ କେବଳ ଚିକିତ୍ସା ଉଦ୍ଦେଶ୍ୟରେ ବ୍ୟବହାର କରିବାକୁ ନିଷ୍ପତ୍ତି ନିଆଯାଇଛି। ଆମ ସରକାର ୫ ହଜାର ସିଲିଣ୍ଡରର ଏକ ଷ୍ଟକ୍ ବ୍ୟବସ୍ଥା କରିଛି। ସେଠାରେ ୧୫ ହଜାର ସିଲିଣ୍ଡରର ଅତିରିକ୍ତ ଷ୍ଟକ୍ ଅଛି। ଆଗାମୀ କିଛି ଦିନ ପାଇଁ ଆମର ଆବଶ୍ୟକତା ପୂରଣ କରିବାକୁ ୨୦ ହଜାର ସିଲିଣ୍ଡର ଷ୍ଟକ୍ କରାଯିବ।
ପଶ୍ଚିମବଙ୍ଗରେ ଉପଲବ୍ଧ ମେଡିକାଲ ଅକ୍ସିଜେନକୁ ଅନ୍ୟ କୌଣସି ସ୍ଥାନକୁ ପଠାନ୍ତୁ ନାହିଁ ବୋଲି ଏବେ କେନ୍ଦ୍ର ସରକାରଙ୍କୁ ନିବେଦନ କରିଛନ୍ତି ମମତା। ଏଥିସହ ରାଜ୍ୟର ଆବଶ୍ୟକତାକୁ ବିଚାର କରିବାକୁ ଅନୁରୋଧ କରିଛନ୍ତି ମମତା ବାନାର୍ଜୀ।
The post ପଶ୍ଚିମବଙ୍ଗର ଅକ୍ସିଜେନକୁ ୟୁପି ପଠାଉଛି କେନ୍ଦ୍ର: ମମତା appeared first on Odisha Reporter.
from Odisha Reporter https://ift.tt/2QsMWYf
No comments:
Post a Comment