ମାଲକାନଗିରି(ଜିତେନ୍ଦ୍ର ବେଉରା): ଗାଁ ନିକଟକୁ ମେଳା ଦେଖିବାକୁ ଯାଇ ଗତ ୨୧ ତାରିଖରୁ ନକ୍ସଲଙ୍କ ଦ୍ୱାରା ଅପହୃତ ହୋଇଥିବା ପୁଲିସ୍ ସବଇନ୍ସପେକ୍ଟର ମୁରଲୀ ତାତିଙ୍କ ଫେରାଇବା ପାଇଁ ସମସ୍ତ ରଣକୌଶଳ ଶେଷରେ ଫେଲ୍ ମାରିଲା। ୩ ଦିନ ପରେ ମୁରଲୀଙ୍କ ମୃତଦେହ ମୃତଦେହ ବିଜାପୁରର କୁସୁମପାରାଠାରୁ ଆଜି ଉଦ୍ଧାର ହୋଇଛି । ନକ୍ସଲ ସଙ୍ଗଠନ ପାଇଁ କ୍ଷତି ପହଞ୍ଚାଇଥିବାରୁ ତାଙ୍କୁ ପ୍ରଜାକୋର୍ଟରେ ମୃତ୍ୟୁଦଣ୍ଡ ଦିଆଯାଇଥିବା ନକ୍ସଲ ସଙ୍ଗଠନ ପକ୍ଷରୁ ସ୍ପଷ୍ଟ କରାଯାଇଛି।
ନକ୍ସଲମାନେ ବିଜାପୁରର କୁସୁମପାରାଠାରେ ରାସ୍ତାରେ ଉପରେ ମୁରଲୀଙ୍କ ମୃତଦେହ ଛାଡ଼ି ଚାଲି ଯାଇଥିଲେ। ଖବର ପାଇ ପୁଲିସ୍ ସେଠାରେ ପହଞ୍ଚି ତାଙ୍କ ମୃତଦେହ ଉଦ୍ଧାର କରି ନିକଟସ୍ଥ ସ୍ୱାସ୍ଥ୍ୟକେନ୍ଦ୍ରକୁ ନେଇଥିବା ଜଣାଯାଇଛି। ମୁରଲିଙ୍କ ପରିବାରବର୍ଗ ମଧ୍ୟ ସେଠାରେ ପହଞ୍ଚିଥିବା ଜଣାଯାଇଛି।
ଯବାନ ଜଣକ ପୋଲିସ SI ଭାବେ ଜଗଦଲପୁରଠାରେ କାର୍ଯ୍ୟ କରୁଥିଲେ । ତାଙ୍କ ଘର ବିଜାପୁରର ପାଲନାରେ ହୋଇଥିବା ବେଳେ ଛୁଟିରେ ଘରକୁ ଯାଇଥିଲେ। ଗତ ୨୧ ତାରିଖରେ ଗାଁ ନିକଟକୁ ମେଳା ଦେଖିବାକୁ ଯିବା ବେଳେ ନକ୍ସଲଙ୍କ ଦ୍ୱାରା ଅପହୃତ ହୋଇଥିଲେ । ପାଲନାରଠାରୁ ନକ୍ସଲମାନେ ତାଙ୍କୁ ଅପହରଣ କରିନେଇଥିଲେ। ପୁଲିସ୍କୁ ନକ୍ସଲଙ୍କ ଗତବିଧି ସମ୍ପର୍କରେ ସୂଚନା ଦେଉଥିବାରୁ ତାଙ୍କୁ ହତ୍ୟା କରାଯାଇଥିବା ନକ୍ସଲ ସଙ୍ଗଠନ ପକ୍ଷରୁ ଜାରି ପ୍ରେସ୍ ନୋଟରେ କୁହାଯାଇଛି।
ସ୍ୱାମୀଙ୍କ ମୁକ୍ତି ନିମନ୍ତେ ଗତକାଲି ସବଇନ୍ସପେକ୍ଟର ମୁରଲୀ ତାତିଙ୍କ ପତ୍ନୀ ନକ୍ସଲଙ୍କୁ ଆକୁଳ ନିବେଦନ କରିଥିଲେ। ଏହାବ୍ୟତୀତ ଗଣ୍ଡୱାନା ସମାଜ ମଧ୍ୟ ଏଥିନିମନ୍ତେ ଅଣ୍ଟା ଭିଡିଥିଲା। ହେଲେ ମୁରଲୀ ତାତିଙ୍କୁ ଫେରାଇ ଆଣିବା ପାଇଁ ସମସ୍ତ ରଣକୌଶଳ ଫେଲ୍ ମାରିଲା ।
ସୂଚନାଯୋଗ୍ୟ, କିଛି ଦିନ ତଳେ ଛତିଶଗଡ ବିଜାପୁରରୁ କୋବ୍ରା କମାଣ୍ଡୋ ରାକେଶ୍ୱର ସିଂ ମାନହାସଙ୍କୁ ନକ୍ସଲମାନେ ଅପହରଣ କରି ନେଇଥିଲେ ମଧ୍ୟ ସୁରକ୍ଷିତ ଭାବେ ଛାଡ଼ି ଦେଇଥିଲେ।
ନକ୍ସଲ ଦମନ ପାଇଁ ପୁଲିସ୍ ପକ୍ଷରୁ ସ୍ୱତନ୍ତ୍ର ରଣନୀତି ପ୍ରସ୍ତୁତ କରାଯାଉଛି। କିଛି ଦିନ ପୂର୍ବେ ନକ୍ସଲ ଶିବିର ଉପରେ ଡ୍ରୋନରେ ବିସ୍ଫୋରଣ ହୋଇଥିଲା। ନକ୍ସଲମାନେ ଏଥିନିମନ୍ତେ ପୁଲିସ୍କୁ ଦାୟି କରିଥିବା ବେଳେ ପୁଲିସ୍ ପକ୍ଷରୁ ଏହାକୁ ଖଣ୍ଡନ କରାଯାଇଥିଲା।
The post ନକ୍ସଲ ଶୁଣିଲେନି ସ୍ତ୍ରୀଙ୍କ ଆକୁଳ ନିବେଦନ; ଅପହୃତ ସବଇନ୍ସପେକ୍ଟରଙ୍କୁ ମାରି ଫିଙ୍ଗିଦେଲେ appeared first on Odisha Reporter.
from Odisha Reporter https://ift.tt/2PiHfvv
No comments:
Post a Comment