କୂଅ ଖୋଳି ଜେସିବି କାଢ଼ିଲା ମୃତ ଦେହ, ଫସିଥିଲେ ୫ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, April 6, 2021

କୂଅ ଖୋଳି ଜେସିବି କାଢ଼ିଲା ମୃତ ଦେହ, ଫସିଥିଲେ ୫

କାମାକ୍ଷାନଗର (ଓଡ଼ିଶା ରିପୋର୍ଟର): କୂଅର ନନ୍ଦ ବାନ୍ଧିବା ବେଳେ ମାଟି ଧସିବାରୁ ଜଣକର ମୃତ୍ୟୁ ହୋଇଛି। ଏହି ଅଘଟଣ ଘଟିଛି ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଆଳତୁମା ଗାଁରେ।  ମୃତକ ହେଲେ ଧୂଳିଆ ମଲ୍ଲିକ।  ଅନ୍ୟ ୪ ଜଣ ଅଳ୍ପକେ ବର୍ତ୍ତି ଯାଇଛନ୍ତି । ୫ ଜଣ ଯାକ ଶ୍ରମିକ କୂଅର ନନ୍ଦ ବସାଇବା କାମରେ ନିୟୋଜିତ ଥିଲେ। ଏହି ସମୟରେ ହଠାତ ମାଟି ଧସି ଯାଇଥିଲା।

ମାଟି ତଳେ ରହିଯାଇଥିଲେ ୫ ଜଣ ଶ୍ରମିକ । ତେବେ ୪ ଜଣଙ୍କୁ ବହୁ କଷ୍ଟ ପରେ ଉଦ୍ଧାର କରାଯାଇଥିଲା । ୫ ଘଣ୍ଟାର ଅପରେସନ ପରେ ପଞ୍ଚମ ଶ୍ରମିକଙ୍କୁ ମଧ୍ୟ ଉଦ୍ଧାର କରାଯାଇଥିଲା। କିନ୍ତୁ ସେତେବେଳକୁ ତାଙ୍କର ମୃତ୍ୟୁ ହୋଇ ସାରିଥିଲା।

ଜଣେ ଶ୍ରମିକ କହିଛନ୍ତି ଯେ, କୂଅ ଖୋଳିବାକୁ ଆସିଥିଲୁ। ନନ୍ଦ ବସାଉ ଥିଲୁ। ନନ୍ଦ ବସାଇବା ସମୟରେ ତଳେ ପାଣି ଶୁଖିଲା ଥିଲା । ତେଣୁ ନନ୍ଦକୁ ପୁଣି ତଳକୁ ଖସାଇବା ବେଳକୁ ବାଲି ଧସି ହୋଇ ଆହୁରି ତଳକୁ ଫସିଗଲା। ଏଥିରେ ଆମର ଜଣେ ଲୋକ ତଳେ ରହି ଚାପି ହୋଇ ଯାଇଥିଲେ। ତାଙ୍କର ମୃତ୍ୟୁ ଘଟିଛି।

The post କୂଅ ଖୋଳି ଜେସିବି କାଢ଼ିଲା ମୃତ ଦେହ, ଫସିଥିଲେ ୫ appeared first on Odisha Reporter.



from Odisha Reporter https://ift.tt/3mpk9zp

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages