ପୁରୀ(ଓଡ଼ିଶା ରିପୋର୍ଟର): ରାଜ୍ୟରେ କରୋନା ସଂକ୍ରମଣ ବୃଦ୍ଧି ପରେ ପୁରୀରେ ଆହୁରି କଡ଼ାକଡ଼ି ହେଲା ନିୟମ। ମଧ୍ୟପ୍ରଦେଶ, ଛତିଶଗଡ଼, ମହାରାଷ୍ଟ୍ର, କେରଳ ଏବଂ ପଞ୍ଜାବରୁ ଆସୁଥିବା ପର୍ଯ୍ୟଟକଙ୍କ ଉପରେ ଏହି କଟକଣା ଲାଗୁ କରାହେଲା ବୋଲି ଜିଲ୍ଲାପାଳ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।
ପୁରୀ ଆସୁଥିବା ଏହି ୫ ରାଜ୍ୟର ପର୍ଯ୍ୟଟକଙ୍କ RT-PCR ନେଗେଟିଭ୍ ରିପୋର୍ଟ ବାଧ୍ୟତାମୂଳକ କରାଯାଇଛି । ୭୨ ଘଣ୍ଟା ପୂର୍ବର RT-PCR ନେଗେଟିଭ୍ ରିପୋର୍ଟ ଦେଲେ ପର୍ଯ୍ୟଟକ ପୁରୀ ଭିତରକୁ ପ୍ରବେଶ କରିପାରିବେ । ଏହିସବୁ ରାଜ୍ୟରୁ ଆସୁଥିବା ଲୋକଙ୍କ ଉପରେ କଡ଼ା ନଜର ରଖାଯାଇଥିବା ଆଜି କରୋନା ସମୀକ୍ଷା ବୈଠକ ପରେ ସୂଚନା ଦେଇଛନ୍ତି ଜିଲ୍ଲାପାଳ ସମର୍ଥ ବର୍ମା ।
ଜିଲ୍ଲାପାଳ କହିଛନ୍ତି ୨ଟି ଯୋଗ୍ୟତା ଥିଲେ ପର୍ଯ୍ୟଟକଙ୍କୁ ପୁରୀ ଆସିବାକୁ ଅନୁମତି ମିଳିବ । ୭୨ ଘଣ୍ଟା ମଧ୍ୟରେ RTPCR ନେଗେଟିଭ ରିପୋର୍ଟ ଥିଲେ ୭ଦିନ ଆଇସୋଲେସନ ଦରକାର ନାହିଁ । ଏହାବ୍ୟତୀତ ଉଭୟ ଡୋଜ୍ ଟିକା ନେଇଥିଲେ ପୁରୀ ଆସିବାକୁ ଅନୁମତି ମିଳିବ ବୋଲି ଜିଲ୍ଲାପାଳ କହିଛନ୍ତି।
ଗଣମାଧ୍ୟମକୁ ସୂଚନା ଦେଇ ଜିଲ୍ଲାପାଳ କହିଛନ୍ତି, ଏହି ୫ ରାଜ୍ୟରୁ ଆସୁଥିବା ପର୍ଯ୍ୟଟକଙ୍କ ପାଇଁ ରେଲୱେ ଷ୍ଟେଶନରେ ସ୍କ୍ରିନିଂ କରାଯାଉଛି। ଲକ୍ଷଣ ଥିଲେ ଟେଷ୍ଟ କରାଯାଉଛି। ପଜିଟିଭ ଥିଲେ ସେମାନଙ୍କୁ ହୋମ ଆଇସୋଲେସନରେ କିମ୍ବା କୋଭିଡ କେୟାର ହୋମ ପଠାଯିବା ବ୍ୟବସ୍ଥା କରାଯାଉଛି। ଯେଉଁମାନଙ୍କ ପାଖରେ ରିପୋର୍ଟ ରହୁନି, ସେମାନଙ୍କ ସାମ୍ପୁଲ ସଂଗ୍ରହ କରି ହୋମ ଆଇସୋଲେସନରେ ପଠାଯାଉଛି।”
ଏହାବ୍ୟତୀତ ହୋଟେଲମାନଙ୍କୁ ମଧ୍ୟ କଡ଼ା ଗାଇଡଲାଇନ୍ ପାଳନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ଜିଲ୍ଲାପାଳ। କୋଭିଡ ନେଗେଟିଭ ରିପୋର୍ଟ, ଭ୍ୟାକସିନେସନ ସାଟିଫିକେଟ, ୭ ଦିନିଆ ହୋମ ଆଇସୋଲେସନ ସାଟିଫିକେଟ ଦେଖାଇଲେ ହିଁ ଏହି ୫ ରାଜ୍ୟରୁ ଆସୁଥିବା ପର୍ଯ୍ୟଟକଙ୍କୁ ହୋଟେଲରେ ରହିବାକୁ ଅନୁମତି ଦେବାକୁ ଜିଲ୍ଲାପାଳ ହୋଟେଲ ଆସୋସିଏସନକୁ କହିଛନ୍ତି। ଏକ ଏନଫୋର୍ସମେଣ୍ଟ ଟିମ୍ ଅଚାନକ ଚଢ଼ାଉ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ। ଏହି ନିୟମରେ ଖିଲାପ କରୁଥିବା ହୋଟେଲ ମାଲିକ ଦଣ୍ଡିତ ହେବେ।
The post ପୁରୀରେ ପ୍ରବେଶ କରିବାକୁ ଚାହୁଁଛନ୍ତି, ଦେଖାଇବାକୁ ପଡ଼ିବ ଏହି ୨ ରିପୋର୍ଟ appeared first on Odisha Reporter.
from Odisha Reporter https://ift.tt/3rQwD45
No comments:
Post a Comment