ଶେଷରେ ବାନ୍ଦା ଜେଲରେ ପଶିଲେ ବାହୁବଳୀ ବିଧାୟକ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, April 6, 2021

ଶେଷରେ ବାନ୍ଦା ଜେଲରେ ପଶିଲେ ବାହୁବଳୀ ବିଧାୟକ

ଲକ୍ଷ୍ନୌ: ଶେଷରେ ୟୁପି ବାନ୍ଦା ଜେଲରେ ପଶିଲେ ୟପିର ମାଫିଆ ଡନ୍ ତଥା ବାହୁବଳୀ ନେତା ମୁଖତାର ଅନସାରୀ। ଭୋର୍ ୪ଟା ସମୟରେ ମୁଖତାର ଅନସାରୀଙ୍କୁ ବାନ୍ଦା ଜେଲର ବାରାକ ନମ୍ୱର ୧୫ରେ ପୁରାଇଛି ପୁଲିସ। ମୁଖତାର ଅନସାରୀଙ୍କୁ ଆଣିବା ପାଇଁ ପଞ୍ଜାବ ଯାଇଥିଲା ୟୁପି ପୁଲିସ। ଆଉ ପଞ୍ଜାବର ରୋପର ଜେଲରୁ ପୁଲିସ ଅପରାହ୍ନ ୨ଟା ୭ ମିନିଟରେ ମୁଖତାରଙ୍କୁ ନେଇ ୟୁପି ଆସିଛି।

ବାରାକ ନମ୍ବର ୧୫ରେ ରହୁଥିବା ଅନ୍ୟ କଏଦୀଙ୍କ ଗତିବିଧି ଉପରେ ପ୍ରତିବନ୍ଧକ ଲଗାଯାଇଛି। ବାରାକ ଭିତରେ ତିନିଜଣ ସୁରକ୍ଷା କର୍ମୀଙ୍କୁ ମଧ୍ୟ ନିୟୋଜିତ କରାଯାଇଛି। ଜେଲର ସିସିଟିଭି କ୍ୟାମେରା ସହିତ ସୁରକ୍ଷା ବ୍ୟବସ୍ଥା ବଢ଼ାଇ ଦିଆଯାଇଛି। ଏମିତିକି ଜେଲ ପାଚେରୀ ଡେଇଁ ପଳାଇବାର ଆଶଙ୍କା ଥିବାରୁ ଜେଲ ଭିତରେ ଥିବା ଲମ୍ୱା ଗଛ ଗୁଡ଼ିକୁ ମଧ୍ୟ କାଟି ଦିଆଯାଇଛି।

ୟୁପି ପୁଲିସ ମୁଖତାରଙ୍କୁ ପଞ୍ଜାବ ଜେଲରୁ ଆଣିବା ପାଇଁ ସ୍ୱତନ୍ତ୍ର ଟିମ୍ ଗଠନ କରିଥିଲା। ଆଉ ମୁଖତାର ଅନସାରୀକୁ ବାନ୍ଦା ଜେଲକୁ ଆଣିବା ବେଳେ ପୁଲିସ ଶିବିରରେ ପରିଣତ କରାଯାଇଥିଲା। ଏବେ ବାନ୍ଦା ଜେଲ ପ୍ରଶାସନ ଜେଲ ପରିସରରେ ଅତିରିକ୍ତ ସୁରକ୍ଷା କର୍ମୀ ନିୟୋଜିତ କରିବାକୁ ଉପରିସ୍ଥ ଅଧିକାରୀଙ୍କ ନିକଟରେ ଦାବି କରିଛି।

ୟୁପିର ବାନ୍ଦା ଜେଲ

ପଞ୍ଜାବର ରୋପର ଜେଲରେ ମୁଖତାର ଅନସାରୀ ଏକ ମାମଲାରେ ଜେଲରେ ଥିଲେ। ମୁଖତାର ଅନସାରୀକୁ ଆଣିବା ପାଇଁ ୟୁପି ସରକାର ଏବଂ ପଞ୍ଜାବ ସରକାର ମଧ୍ୟରେ ସୁପ୍ରିମକୋର୍ଟ ପର୍ଯ୍ୟନ୍ତ ମାମଲା ଯାଇଥିଲା। ତେବେ ଗତ ମାସରେ ମାର୍ଚ୍ଚ ୨୬ରେ କୋର୍ଟ ଏହି ରାୟ ଦେବାବେଳେ ମୁଖତାର ଅନସାରୀକୁ ଉତ୍ତରପ୍ରଦେଶ ପଠାଇବାକୁ ନିର୍ଦ୍ଦେଶ ଦେଇଥିଲେ।

ଏହାପରେ ସୋମବାର ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର ସହିତ ବାନ୍ଦା ପୁଲିସର ଏକ ଟିମ୍ ପଞ୍ଜାବର ରୋପଡ ଜିଲ୍ଲା ଜେଲ ଯାଇଥିଲା ମୁଖତାର ଅନସାରୀକୁ ଆଣିବା ପାଇଁ। ଏହି ଟିମରେ ପ୍ରାୟ ୮୦ ଜଣ ପୁଲିସ କର୍ମଚାରୀ ଏବଂ ଅଧିକାରୀ ସାମିଲ ହୋଇଥିଲେ। ମୁଖତାର ଅନସାରୀ ଏବେ ବହୁଜନ ସମାଜ ପାର୍ଟିର ବିଧାୟକ। ବିଭିନ୍ନ ହତ୍ୟା ଏବଂ ଅପରାଧ ମାମଲାରେ ସଂଶ୍ଳିଷ୍ଟ ରହିଛନ୍ତି ଏହି ବାହୁବଳୀ ନେତା।

ୟୁପି ପୁଲିସର ସୂଚନାନୁସାରେ, ଉତ୍ତରପ୍ରଦେଶ ତଥା ଅନ୍ୟାନ୍ୟ ରାଜ୍ୟରେ ଅନସାରୀ ବିରୋଧରେ ପ୍ରାୟ ୫୨ଟି ମାମଲା ରୁଜୁ ହୋଇଛି। ସେ ଦୁଇ ବର୍ଷରୁ ଅଧିକ ସମୟ ପଞ୍ଜାବ ଜେଲରେ ଥିଲେ। ଏକ ବଟି ଆଦାୟ ମାମଲାରେ ଜେଲରେ ଥିଲେ। ଏହାପରେ ଅନସାରୀଙ୍କ ବିରୋଧରେ ଅନେକ ୱାରେଣ୍ଟ ଜାରି କରିଥିଲା ୟୁୁପି ପୁଲିସ। ହେଲେ ଅସୁସ୍ଥତା କାରଣରୁ ପଞ୍ଜାବ ପୁଲିସ ତାଙ୍କୁ ଉତ୍ତରପ୍ରଦେଶକୁ ସ୍ଥାନାନ୍ତର କରିବାକୁ ରାଜି ହେଉନଥିଲା।

The post ଶେଷରେ ବାନ୍ଦା ଜେଲରେ ପଶିଲେ ବାହୁବଳୀ ବିଧାୟକ appeared first on Odisha Reporter.



from Odisha Reporter https://ift.tt/3sXpgJD

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages