କରୋନାରେ ସ୍ୱାମୀର ମୃତ୍ୟୁ ପରେ ସ୍ତ୍ରୀର ଆତ୍ମହତ୍ୟା, ଛୁଆର ଅପମୃତ୍ୟୁ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, April 16, 2021

କରୋନାରେ ସ୍ୱାମୀର ମୃତ୍ୟୁ ପରେ ସ୍ତ୍ରୀର ଆତ୍ମହତ୍ୟା, ଛୁଆର ଅପମୃତ୍ୟୁ

ମୁମ୍ୱାଇ: କରୋନା ଅନେକ ସଂସାର ଛାର ଖାର କରି ଦେଇଛି। କିଏ ନିଜ ଭାଇ, ବାପା, ମା’କୁ ହରାଇଛି ତ ଆଉ କିଏ ସ୍ୱାମୀକୁ ହରାଇଛି। ଏଭଳି ଅନେକ କରୋନା ଜନିତ ମୃତ୍ୟୁ ଖବର ସାମ୍ନାକୁ ଆସିଛି। କିନ୍ତୁ ଏବେ ଏମିତି ଏକ ହୃଦୟଥରା ଖବର ଆସିଛି ଯାହାକୁ ଶୁଣିଲେ ଜଣେ କହିବ ଦୁଃଖ ତ ଦୁଃଖ ଏମିତି ଦୁଃଖ ଭଗବାନ ଆଉ କାହାକୁ ନ ଦିଅନ୍ତୁ।

ଘଟଣା ହେଉଛି ମହାରାଷ୍ଟ୍ରର। ଯେଉଁଠାରେ ପରିବାରର ୫ ଜଣ ସଦସ୍ୟ ବେଶ ହସ ଖୁସିରେ ଚଳୁଥିଲେ। କିନ୍ତୁ ହଠାତ୍ କରୋନା ଉଜାଡ଼ି ଦେଇଛି ଏହି ସୁନାର ସଂସାରକୁ। ପ୍ରଥମେ ସ୍ୱାମୀ ତା’ପରେ ସ୍ତ୍ରୀ ଓ ତାପରେ ଛୋଟ ଛୁଆଟିର ଜୀବନ ଚାଲିଗଲା। ଏହି ପରିବାର ତେଲେଙ୍ଗାନାର ମୂଳ ବାସିନ୍ଦା। କିନ୍ତୁ ମହାରାଷ୍ଟ୍ରର ନାନ୍ଦେଦ ସହରଠାରୁ ୪୦ କିଲୋମିଟର ଦୂର ଲୋହରରେ ରହୁଥିଲେ। ଯେଉଁଠି ଏହି ହୃଦୟ ବିଦାରକ ଦୃଶ୍ୟ ଦେଖିବାକୁ ମିଳିଛି। କରୋନାରେ ସ୍ୱାମୀର ମୃତ୍ୟୁ ପରେ ସ୍ତ୍ରୀ ଏକ ନାଳକୁ ଡେଇଁ ଜୀବନ ହାରିଛି। ଆଉ ଏହା ପରେ ପରେ ତାଙ୍କର ତିନି ବର୍ଷର ଛୋଟ ଛୁଆ ମା’କୁ ଖୋଜି ଖୋଜି ସେହି ପୋଲରେ ଖସି ପଡ଼ି ମୃତ୍ୟୁ ବରଣ କରିଛି।

ଭାଗ୍ୟର ବିଡ଼ମ୍ୱନା ଏହି ଦମ୍ପତି ପିଲା ଛୁଆ ସହିତ ମହାରାଷ୍ଟ୍ର ଆସିଥିଲେ ରୋଜଗାର କରିବା ଆଶାରେ। ହେଲେ ଜାଣିନଥିଲେ ଏଠାରେ କରୋନା ପାଇଁ ମିନି ଲକଡାଉନ୍ ଚାଲିଛି। ଆଉ ପେଟ ପୋଷିବାକୁ ଆସିଥିବା ଏହି ପରିବାରର ମୁରବି ଶେଷରେ କରୋନାରେ ସଂକ୍ରମିତ ହୋଇଥିଲେ। ଆଉ କୋଭିଡ ହସ୍ପିଟାଲରେ ଭର୍ତ୍ତି ହୋଇଥିବାବେଳେ ଏପ୍ରିଲ ୧୩ରେ ସେ ପ୍ରାଣ ହରାଇଥିଲେ ବୋଲି ପୁଲିସ କହିଛି।

ସ୍ୱାମୀର ମୃତ୍ୟୁ ପରେ ସ୍ତ୍ରୀ ଏତେ ଭାଙ୍ଗି ପଡ଼ିଥିଲା ଯେ ସେ ନିଜର ପିଲା ଛୁଆଙ୍କ ଭବିଷ୍ୟତ କଥା ଚିନ୍ତା କରିନଥିଲା। ଆଉ ମାନସିକ ଭାରସାମ୍ୟ ହରାଇ ସେ ଜୀବନ ହାରିବାକୁ ଚରମ ନିଷ୍ପତ୍ତି ନେଇଥିଲା। ଆଉ ସୁନେଗାଓଁରେ ଥିବା ଏକ ଛୋଟିଆ ପୋଲରୁ ଡେଇଁ ଆତ୍ମହତ୍ୟା କରିଥିଲା।

ଆଉ ପଛେ ପଛେ ମା’ ଡେଇଁ ପଡ଼ିବା ଦେଖି ତିନି ବର୍ଷର ପୁଅ ମଧ୍ୟ ଖୋଜିବାକୁ ଆସି ପାଣିରେ ପଡ଼ିଯାଇଥିଲା। ପୁଲିସ ଉଭୟଙ୍କ ମୃତଦେହ ଉଦ୍ଧାର କରିଛି। ଏବେ ପରିବାରରେ ଜଣେ ପୁଅ ଏବଂ ଝିଅ ରହିଛନ୍ତି। ଯେଉଁମାନେକି ଏବେ ଅନାଥ। ସ୍ଥାନୀୟ ଲୋହାର ପୁଲିସ ଏକ ମାମଲା ରୁଜୁ କରି ଏବେ ତଦନ୍ତ ଚଳାଇଛି। ପୁଲିସ କହିଛି ଯେ ମହିଳା ଜଣକ ନିଜକୁ ଅସହାୟ ମନେ କରିବା ପରେ ଏହି ଚରମ ନିଷ୍ପତ୍ତି ନେଇଥିଲେ।

ସୂଚନାଯୋଗ୍ୟ, ମହାରାଷ୍ଟ୍ରରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ସର୍ବାଧିକ ରହିଛି। ମୋଟ୍ ୧୦ଟି ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ସର୍ବାଧିକ ଥିବାବେଳେ ମହାରାଷ୍ଟ୍ରରେ ଏହି ସଂଖ୍ୟା କରୋନା ସଂକ୍ରମିତଙ୍କ ସଂଖ୍ୟା ଶୀର୍ଷରେ ରହିଛି। କରୋନାକୁ ରୋକିବା ପାଇଁ ବ୍ରେକ ଦ ଚେନ୍ ନାମକ ଅଭିଯାନ ଆରମ୍ଭ ହୋଇଛି। ହେଲେ ଏଯାବତ ଏହାର କୌଣସି ପ୍ରଭାବ ପଡ଼ିନଥିବା ଦେଖିବାକୁ ମିଳିଛି।

The post କରୋନାରେ ସ୍ୱାମୀର ମୃତ୍ୟୁ ପରେ ସ୍ତ୍ରୀର ଆତ୍ମହତ୍ୟା, ଛୁଆର ଅପମୃତ୍ୟୁ appeared first on Odisha Reporter.



from Odisha Reporter https://ift.tt/3doLyhY

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages