ଦୁଇ ଝିଅ କ ପ୍ରେମ ବିବାହ କଲା, ପୂରା ପରିବାର ଭୋଗିଲା ଦଣ୍ଡ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, April 15, 2021

ଦୁଇ ଝିଅ କ ପ୍ରେମ ବିବାହ କଲା, ପୂରା ପରିବାର ଭୋଗିଲା ଦଣ୍ଡ

ନବରଙ୍ଗପୁର (ନବଘନ ବିଷୋୟୀ): ପରିବାରର ଦୁଇ ଝିଅ ପ୍ରେମ କରି ଅନ୍ୟ ଜାତିରେ ବିବାହ କଲେ। ଯାହାର ପରିଣାମ ଭୋଗିବାକୁ ପଡ଼ିଛି ପୂରା ପରିବାରକୁ। ପୂରା ପରିବାରରୁ ନିଆଁପାଣି ବାସନ୍ଦ କରିଦିଆଯାଇଛି। ଆଧୁନିକ ଯୁଗରେ ଏଭଳି ପ୍ରଥା ନିଶ୍ଚିତ ଭାବେ ଆଶ୍ଚର୍ଯ୍ୟ କରିଛି। କିନ୍ତୁ ବାସ୍ତବରେ ଏମିତି ଘଟଣା ଦେଖିବାକୁ ମିଳିଛି ନବରଙ୍ଗପୁର ଜିଲ୍ଲାର ପାପଡାହାଣ୍ଡି ବ୍ଲକ ଅନ୍ତର୍ଗତ ଆଉଁଳି ଗାଁରେ। ଗାଁର ବାସୁଦେବ କୁର୍ମୀଙ୍କ ପରିବାର ବାସୁଦେବଙ୍କ ୨ ଝିଅ ଘରୁ ପଳାଇ ପ୍ରେମ ବିବାହ କରିଛନ୍ତି। ତେବେ ଝିଅ ପ୍ରେମ ବିବାହ କରିବାକୁ ନେଇ କୁର୍ମୀ ସମାଜ ପକ୍ଷରୁ ଗାଁରେ ପ୍ରଜାକୋର୍ଟ ହୋଇଥିଲା। ନିଷ୍ପତ୍ତି ଅନୁସାରେ ବାସୁଦେବଙ୍କ ପରିବାରକୁ ଗାଁ ଲୋକେ ନିଆଁପାଣି ବନ୍ଦ କରିଦେଲେ।

ବାସୁଦେବ କୁର୍ମୀଙ୍କ ପରିବାରରେ ୬ ସଦସ୍ୟ। ତାଙ୍କ ପରିବାରରେ ସ୍ତ୍ରୀ, ଗୋଟିଏ ପୁଅ, ଦୁଇଝିଅ ଓ ବୁଢ଼ି ମା’। ଦୁଇ ଝିଅ ନିଜ ଇଚ୍ଛାରେ ଘରୁ ପଳେଇ ପ୍ରେମ ବିବାହ କରିଥିଲେ। ତା’ ପୁଣି ଅନ୍ୟ ଜାତିର ପୁଅ ସହ। ବାସ ଏତିକି ଥିଲା ଏହି ପରିବାରର ଭୁଲ। କୁର୍ମୀ ସମାଜ ଏଇ ଦୁଇ ଝିଅଙ୍କ ବିବାହକୁ ନେଇ ଗାଁରେ ହୋଇଥିଲା ପ୍ରଜାକୋର୍ଟ ଏବଂ ପରିବାରକୁ ଦୋଷୀ କରି ନିଆଁପାଣିରୁ ବାସନ୍ଦ ଭଳି କଠୋର ନିଷ୍ପତ୍ତି ନିଆଯାଇଥିଲା। ଦଣ୍ଡସ୍ୱରୂପ ଗୋଟିଏ ଝିଅ ପାଇଁ ୬ହଜାର ଟଙ୍କା ଏବଂ ଆଉ ଗୋଟିଏ ଝିଅ ପାଇଁ ୧୦ହଜାର ଟଙ୍କାର ଜରିମାନା ଶୁଣାଇଥିଲା ପ୍ରଜାକୋର୍ଟ।

ବାସୁଦେବଙ୍କ ଆର୍ଥିକ ସ୍ଥିତି ଭଲନଥିବାରୁ ଜରିମାନା କମ୍ କରିବାକୁ ଗୁହାରି କରିଥିଲେ। କିନ୍ତୁ ତାଙ୍କ ଅନୁରୋଧକୁ କେହି ଗ୍ରହଣ କଲେ ନାହିଁ l ଫଳରେ ନିର୍ଦ୍ଧରିାତ ଅର୍ଥ ଦେଇନପାରିବାରୁ ଦୀର୍ଘ ତିନି ମାସ ହେଲା ଏମିତି ବାସନ୍ଦ ହୋଇ ଦିନ କାଟୁଛନ୍ତି କୁର୍ମୀ ପରିବାର ଲୋକେ। ଦୁଇ ଝିଅ ନିଜ ଜାତିସମାଜକୁ ନଜଣାଇ ବିବାହ କରିଥିବା ସହ ବିବାହ ପାଇଁ ସମାଜର ସ୍ୱୀକୃତି ନିହାତି ଆବଶ୍ୟକ ଥିବା କହି ସମାଜର ମୁଖ୍ୟମାନେ ତାଙ୍କୁ ବାସନ୍ଦ କରିଛନ୍ତି ବୋଲି ଅଭିଯୋଗ କରିଛନ୍ତି ବାସୁଦେବl

ଏପରିକି ଏହି ବାସନ୍ଦାଦେଶ କାରଣରୁ ଗାଁର କୌଣସି ସାମାଜିକ କାର୍ଯ୍ୟକ୍ରମରେ ସାମିଲ ହେବାକୁ ବାସୁଦେବଙ୍କ ପରିବାରକୁ ବାରଣ କରାଯାଇଛି। ଯଦିବି କେହି ଭୁଲବଶତଃ ନିମନ୍ତ୍ରଣ କରିଦେଲା, ତାହେଲେ ସାମୂହିକ ଭୋଜିରେ ତାଙ୍କ ପରିବାରକୁ ଖାଇବାକୁ ଦିଆନଯାଇ ଏକ ଅଲଗା ବ୍ୟାଗରେ ଖାଇବାଦେଇ ପଠେଇ ଦିଆଯାଉଥିବା ପରିବାର ଲୋକେ ଅଭିଯୋଗ ଆଣିଛନ୍ତି। ଏମିତିକି ଗାଁର ନଳକୂଅକୁ ବ୍ୟବହାର ଉପରେ ମଧ୍ୟ ପ୍ରତିବନ୍ଧକ ଲଗାଯାଇଥିବା ଅଭିଯୋଗ ହୋଇଛି। ଘଟଣା ନେଇ ଜିଲ୍ଲାପାଳଙ୍କୁ ଜଣାଇଥିଲେ ବି କିଛି ପଦକ୍ଷେପ ନ ନିଆଯିବାରୁ ପରିବାର ଲୋକେ ଆଇନ ସେବା ପ୍ରାଧିକରଣର ଦ୍ୱାରସ୍ଥ ହୋଇଛନ୍ତି।

The post ଦୁଇ ଝିଅ କ ପ୍ରେମ ବିବାହ କଲା, ପୂରା ପରିବାର ଭୋଗିଲା ଦଣ୍ଡ appeared first on Odisha Reporter.



from Odisha Reporter https://ift.tt/3e7BhpB

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages