କେମିତି ଫେରାର୍‌ ହୋଇଗଲା ହାଇଦର? ସିପି ଖୋଲିଲେ ରହସ୍ୟ ପେଡ଼ି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, April 16, 2021

କେମିତି ଫେରାର୍‌ ହୋଇଗଲା ହାଇଦର? ସିପି ଖୋଲିଲେ ରହସ୍ୟ ପେଡ଼ି

କଟକ(ଓଡ଼ିଶା ରିପୋର୍ଟର): ଏସସିବି ମେଡିକାଲରୁ ଫେରାର ହୋଇଯାଇଥିବା ଗ୍ୟାଙ୍ଗଷ୍ଟାର ହାଇଦର ୧୨୦ ଘଣ୍ଟାର ଅପରେସନ ପରେ ପୁଣି ଥରେ ପୁଲିସ୍‌ ଜାଲରେ ଧରା ପଡ଼ିଲା। ହାଇଦର ଖସିଯିବାକୁ ନେଇ ବିଭିନ୍ନ ମହଲରୁ ସମାଲୋଚନାର ଶିକାର ହୋଇଥିବା କମିଶନରେଟ ପୁଲିସ୍‌ ପାଇଁ ଏହା ଏକ ଚ୍ୟାଲେଞ୍ଜ ଥିବା ବେଳେ ଆଜି ସାମ୍ବାଦିକ ସମ୍ମିଳନୀରେ ପୂରା କାହାଣୀ ବଖାଣିଛନ୍ତି ପୁଲିସ୍‌ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ। ହାଇଦର ଫେରାର ହେବାର ବହୁ କାହାଣୀ ସିପି ବଖାଣିଥିଲେ ମଧ୍ୟ ଅସମାହିତ ରହିଯାଇଛି ବହୁ ପ୍ରଶ୍ନ। ଆଗକୁ ହାଇଦରକୁ ପଚରାଉଚରା ପରେ ବହୁ ତଥ୍ୟ ଉନ୍ମୋଚନ କରାଯିବ ବୋଲି ସେ କହିଛନ୍ତି ।

ସିପି ସୌମେନ୍ଦ୍ର ପ୍ରିୟଦର୍ଶୀ ଆଜି ଗଣମାଧ୍ୟମକୁ ଦେଇଥିବା ସୂଚନା ଅନୁଯାୟୀ,  ସେକ ହାଇଦର ଜଣେ ଜଣାଶୁଣା କୁଖ୍ୟାତ ଅପରାଧୀ। ୨ଟି କେସ୍‌ରେ ସମ୍ବଲପୁର ଜେଲ୍‌ରେ ଆଜୀବନ ସଜା କାଟୁଥିଲା। ଅସୁସ୍ଥତା ହେତୁ ମାର୍ଚ୍ଚ ୨୩ରୁ ସମ୍ବଲପୁର ଜେଲ୍‌ରୁ SCB ଆସିଥିଲା ହାଇଦର। ମାତ୍ର ୧୭ ଦିନ ପରେ ଏପ୍ରିଲ ୧୦ ତାରିଖ ଅପରାହ୍ନ ପ୍ରାୟ ୪ଟାରୁ ୪.୩୦ ମଧ୍ୟରେ ଜଗିଥିବା ଗାର୍ଡକୁ ନିଶାଗ୍ରସ୍ତ କରି ଖସି ପଳାଇଥିଲା ଗ୍ୟାଙ୍ଗଷ୍ଟାର।

ହାଇଦର ଫେରାର ହେବାର ପ୍ରାୟ ୩ ଘଣ୍ଟା ପରେ ଅର୍ଥାତ ସନ୍ଧ୍ୟା ୭ଟା ପରେ ଏ ସମ୍ପର୍କରେ ଖବର ପାଇଥିଲା  କଟକ ପୁଲିସ୍‌। ଏହା ପରେ ତଦନ୍ତ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରାଯାଇଥିଲେ ମଧ୍ୟ ହାଇଦରର ଟେର ମିଳି ନ ଥିଲା। ଏହି ୩ ଘଣ୍ଟା ମଧ୍ୟରେ ସେ କାର୍‌ରେ କଟକ ପାର୍‌ ହୋଇ ହାଇଦ୍ରାବାଦ ଅଭିମୁଖେ ଚାଲି ଯାଇଥିଲା। ୩ ଘଣ୍ଟା ପର ପର୍ଯ୍ୟନ୍ତ ପୁଲିସ୍‌ ପାଖରେ କିଛି ଖବର ନ ଥିବାରୁ ହାଇଦର ପାଇଁ ତାହା ଗୋଲଡେନ୍‌ ଆୱାର ସାବ୍ୟସ୍ତ ହେଲା। ଏହି ସମୟର ସଦୁପଯୋଗ କରି ସେ  ଫେରାର ହୋଇଗଲା।

ଏହାପରେ ରାଜ୍ୟ ବାହାରକୁ ଖସିଯାଇପାରେ ବୋଲି ସନ୍ଦେହ କରି କଟକ ପୁଲିସ୍‌ ଟିମ୍‌ କରି ପଶ୍ଚିମ ବଙ୍ଗ, ମହାରାଷ୍ଟ୍ର, ଆନ୍ଧ୍ର, ତେଲେଙ୍ଗାନା, ଝାଡ଼ଖଣ୍ଡ ପଠାଇଥିଲା। ଏହା ମଧ୍ୟରେ ଟେକନିକାଲ  ସୁରାଗ ସହ ପୁରୁଣା କଣ୍ଟାକ୍ଟ ବି ଖୋଜିଲୁ। ପରେ ୟାକୁବ ଗିରଫ ହେଲା ବୋଲି କହିଛନ୍ତି ସିପି।

ଏଥିସହ ସେ କହିଛନ୍ତି, ହାଇଦର ଆନ୍ଧ୍ର-ତେଲେଙ୍ଗାନା ପଟକୁ ଯାଇଥିବା ନେଇ ଗତ ୧୧ ତାରିଖରେ ଖବର ପାଇଲୁ। ବାଦାମବାଡ଼ି, ଚାଉଳିଆଗଞ୍ଜ ଆଇଆଇସିଙ୍କ ନେତୃତ୍ୱରେ ୨ଟି ଟିମ୍‌ ସେଠାରେ ୧୧ ତାରିଖ ରାତିରେ ଓ ୧୨ ତାରିଖ ସକାଳେ ପହଞ୍ଚି ଖୋଜାଖୋଜି ଆରମ୍ଭ କଲେ। ହାଇଦରର ପୁଅ ସେଠାରେ ଥିବାରୁ ସେ ଯାଇଥିବା ଆମେ ପୂର୍ବରୁ ସନ୍ଦେହ କରୁଥିଲୁ। ପାଖରେ ଥିବା ପିଲା ବି ତାକୁ ସହଯୋଗ କରୁଥିଲେ।

ଏହାପରେ ସାଇବର ଟିମ୍‌ ସହାୟତାରେ ତା’ ଲୋକେସନ ଖୋଜିଲୁ। ସିସିଟିଭିରୁ କିଛି ତଥ୍ୟ ପାଇଲୁ। ଗୋଟିଏ ଗାଡ଼ିରେ ଫେରାର ହୋଇଥିବା ଜାଣିବାକୁ ପାଇଲୁ। ୧୩, ୧୪, ୧୫ ଅପରେସନ ଚାଲିଥିଲା। ହାଇଦ୍ରାବାଦ, ତେଲେଙ୍ଗାନା ପୁଲିସ୍‌ ଟିମ୍‌ ବି ସହାୟତା କରୁଥିଲେ। ଏହାପରେ ତେଲେଙ୍ଗାନାର ସାଙ୍ଗାରେଡ୍ଡି ଜିଲ୍ଲାରୁ ତାକୁ ଗତକାଲି ସନ୍ଧ୍ୟାରେ ଗିରଫ କରାଯାଇଥିଲା।

ତେଲେଙ୍ଗାନାର ସାଙ୍ଗାରେଡ୍ଡି ଜିଲ୍ଲାରେ ଗତକାଲି ବାଇକ୍‌ରେ ହାଇଦର ଜଣଙ୍କ ସହ ଯାଉଥିବା ଜାଣିବାକୁ ପାଇ ତାକୁ କାବୁ କରିଥିଲୁ। ସେତେବେଳେ ତା’ ପାଖରେ କିଛି ମାରଣାସ୍ତ୍ର ନ ଥିଲା। ବାଦାମବାଡ଼ି ଆଇଆଇସି ତାକୁ କାବୁ କରି ସନ୍ଧ୍ୟା ସାଢେ ୬ଟାରେ ଗିରଫ କରିଥିଲେ।

ଗତକାଲି ବିଳମ୍ବିତ ରାତିରେ ସେଠାକାର ମାଜିଷ୍ଟ୍ରେଟଙ୍କ ପାଖରେ ହାଜର କରି ଆଜି ସକାଳୁ ବିମାନ ଯୋଗେ ଭୁବନେଶ୍ୱର ଆଣି ସେଠାରୁ କଟକ ଆଣିଥିଲୁ। ମଙ୍ଗଳାବାଗ ଥାନାରେ ରୁଜୁ ହୋଇଥିବା କେସ୍‌ରେ ଆଜି ତାକୁ କୋର୍ଟ ଚାଲାଣ କରାଯିବ।

ଏହାପରେ ରିମାଣ୍ଡରେ ଆଣି କିପରି ଫେରାର ହେଲା, କିଏ ସାହାଯ୍ୟ କଲା, କଣ ଷଡ଼ଯନ୍ତ୍ର ଥିଲା ତା’ର ତଦନ୍ତ ହେବ। ଇତି ମଧ୍ୟରେ ତାର ୭ ସହଯୋଗୀଙ୍କୁ ପଚରାଉଚରା କରାଯାଉଛି। ଏହାବ୍ୟତୀତ ଓଡ଼ିଶାରୁ କିପରି ଫେରାର ହେଲା, ହାଇଦ୍ରାବାଦରେ କାହା ପାଖରେ ଥିଲା, ସବୁ ତଦନ୍ତସାପେକ୍ଷ ବୋଲି କହିଛନ୍ତି ସିପି । ଏସସିବିର ଢିଲା ସୁରକ୍ଷା ବ୍ୟବସ୍ଥା ସମ୍ପର୍କରେ ବି ତଦନ୍ତ ହେବ। ଏଥିସହ ହାଇଦରକୁ ଫେରାର ହେବାରେ  ଯେଉଁମାନେ ସହଯୋଗ କରିଥିବେ ସେମାନଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସିପି କହିଛନ୍ତି।

ହାଇଦରକୁ ଧରିବାକୁ ଯାଇଥିବା ଟିମ୍ ଲିଡ୍ କରୁଥିବା ବାଦାମବାଡ଼ି ଥାନା IIC ଇନ୍ସପେକ୍ଟର ରଶ୍ମି ମହାପାତ୍ର କହିଛନ୍ତି, ସିପି, ଡିସିପିଙ୍କ ନିର୍ଦ୍ଦେଶରେ ୨ଟି ଟିମ୍ ତେଲେଙ୍ଗାନା ଯାଇଥିଲୁ। ତେଲେଙ୍ଗାନାରେ ଆମେ ବିଭିନ୍ନ ଜାଗା ବାଇକରେ ବୁଲିଥିଲୁ। ଏପଟୁ ଟେକ୍ନିକାଲ ଟିମ୍‌ରୁ  ଯାଉଥିବା ନିର୍ଦ୍ଦେଶ ସହାୟକ ହୋଇଥିଲା। ନିଜକୁ ଲୁଚେଇବା ପାଇଁ ହାଇଦର ପ୍ରାୟ ଏକୁଟିଆ ବୁଲୁଥିଲା। କାଲି ସଂଧ୍ୟା ବେଳେ ବାଇକରେ ଯିବା ବେଳେ ତାକୁ ଧରିଥିଲୁ।

The post କେମିତି ଫେରାର୍‌ ହୋଇଗଲା ହାଇଦର? ସିପି ଖୋଲିଲେ ରହସ୍ୟ ପେଡ଼ି appeared first on Odisha Reporter.



from Odisha Reporter https://ift.tt/32l6IaA

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages