ଦୈନିକ ୩ ଲକ୍ଷ ମୁହାଁ ଦେଶରେ କରୋନା ଆକ୍ରାନ୍ତ, ୨ ହଜାର ଟପିଲା ମୃତ୍ୟୁ ସଂଖ୍ୟା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, April 20, 2021

ଦୈନିକ ୩ ଲକ୍ଷ ମୁହାଁ ଦେଶରେ କରୋନା ଆକ୍ରାନ୍ତ, ୨ ହଜାର ଟପିଲା ମୃତ୍ୟୁ ସଂଖ୍ୟା

ନୂଆଦିଲ୍ଲୀ: ଦେଶରେ ଦୈନିକ କରୋନା ସଂକ୍ରମଣ ୩ ଲକ୍ଷ ମୁହାଁ ହୋଇଛି। ବିଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୨.୯୫ ଲକ୍ଷ କରୋନାରେ ସଂକ୍ରମିତ ହୋଇଥିବା ବେଳେ ଏହି ଅବଧି ମଧ୍ୟରେ ୨ ହଜାର ୨୩ ଜଣ ପ୍ରାଣ ହରାଇଛନ୍ତି। ନୂଆ ଆକ୍ରାନ୍ତଙ୍କୁ ମିଶାଇ ଦେଶରେ ଏଯାବତ ୧.୫ କୋଟି କରୋନାରେ ସଂକ୍ରମିତ ହୋଇଛନ୍ତି।

ସେହିପରି ୧୦ଟି ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ସର୍ବାଧିକ ରହିଛି। ମହାରାଷ୍ଟ୍ରରେ ୬୨,୦୯୭, ଉତ୍ତରପ୍ରଦେଶ ୨୯,୫୭୪, ଦିଲ୍ଲୀ ୨୮,୩୯୫, କର୍ଣ୍ଣାଟକ ୨୧,୭୯୪, କେରଳ ୧୯,୫୭୭, ଛତିଶଗଡ ୧୫,୬୨୫, ମଧ୍ୟପ୍ରଦେଶ ୧୨,୭୨୭, ଗୁଜୁରାଟ ୧୨,୨୦୬, ରାଜସ୍ଥାନ ୧୨,୨୦୧ ଏବଂ ତାମିଲନାଡୁରେ ୧୦,୯୮୬ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ସ୍ୱାସ୍ଥ୍ୟ ମନ୍ତ୍ରାଳୟର ରିପୋର୍ଟ ଅନୁଯାୟୀ ମୋଟ୍ ଆକ୍ରାନ୍ତଙ୍କ ମଧ୍ୟରୁ ୫ଟି ରାଜ୍ୟରୁ ୫୪.୨୭ ପ୍ରତିଶତ ଚିହ୍ନଟ ହୋଇଥିବାବେଳେ ମହାରାଷ୍ଟ୍ରରୁ କେବଳ ୨୧.୦୫ ପ୍ରତିଶତ ଚିହ୍ନଟ ହୋଇଛନ୍ତି।

ଏବେ ସାରା ଦେଶରେ ୨୧,୫୭,୫୩୮ ଜଣ କରୋନାରେ ଚିକିତ୍ସାଧୀନ ରହିଛନ୍ତି। ସେହିପରି ୨୦୨୩ ଜଣ ମୃତ୍ୟୁ ସଂଖ୍ୟାକୁ ମିଶାଇଲେ ଏହି ମହାମାରୀରେ ଏଯାବତ ୧,୮୨,୫୫୩ ଜଣଙ୍କର ମୃତ୍ୟୁ ହୋଇଛି। ସେହିପରି ବିଗତ ୨୪ ଘଣ୍ଟାରେ ୧,୬୭,୪୫୭ ଆରୋଗ୍ୟ ହୋଇଥିବା ବେଳେ ମୋଟ୍ ସଂଖ୍ୟା ୧,୩୨,୭୬,୦୩୯ ରହିଛି। କରୋନାକୁ ରୋକିବା  ପାଇଁ ସାରା ଦେଶରେ ଟିକାକରଣ ମଧ୍ୟ ଜୋରଦାର ଚାଲିଛି। ମଙ୍ଗଳବାର ସୁଦ୍ଧା ୧୩,୦୧,୧୯,୩୧୦ ଜଣ ଟିକା ନେଇଥିବା ସୂଚନା ରହିଛି।

ସୂଚନାଯୋଗ୍ୟ, ସାରା ଦେଶରେ କରେନାର ଦ୍ୱିତୀୟ ଲହର ଏବେ ହୁହୁ ହୋଇ ବଢ଼ି ଚାଲିଛି। କରୋନାର ପ୍ରଥମ ଲହର ତୁଳନାରେ ଦ୍ୱିତୀୟ ଲହର ଅଧିକ ବ୍ୟାପୁଛି। ଏଥିପାଇଁ ସମସ୍ତଙ୍କୁ ସାମାଜିକ ଦୂରତା ସହିତ ମାସ୍କ ପିନ୍ଧିବାକୁ ଅନିର୍ବାର୍ଯ୍ୟ କରିଛନ୍ତି ସରକାର। ଆବଶ୍ୟକ ନଥିଲେ ଘରୁ ନବାହାରିବାକୁ ପରାମର୍ଶ ଦିଆଯାଇଛି। ଏତତ ବ୍ୟତୀତ କୌଣସି ପ୍ରକାର ଶାରୀରିକ ଅସୁସ୍ଥତା ଦେଖାହେଲେ ତୁରନ୍ତ ଡାକ୍ତରଙ୍କ ସହ ଯୋଗାଯୋଗ କରିବାକୁ ପରାମର୍ଶ ଦେଇଛନ୍ତି ସରକାର।

The post ଦୈନିକ ୩ ଲକ୍ଷ ମୁହାଁ ଦେଶରେ କରୋନା ଆକ୍ରାନ୍ତ, ୨ ହଜାର ଟପିଲା ମୃତ୍ୟୁ ସଂଖ୍ୟା appeared first on Odisha Reporter.



from Odisha Reporter https://ift.tt/2QCAV29

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages