ଶ୍ରମିକଙ୍କୁ ୫ ହଜାର ଟଙ୍କା ଦେବେ କହିଲେ ମୁଖ୍ୟମନ୍ତ୍ରୀ, ପ୍ରବାସୀ ଶ୍ରମିକଙ୍କୁ ଗାଁକୁ ନଯିବାକୁ ଆହ୍ୱାନ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, April 20, 2021

ଶ୍ରମିକଙ୍କୁ ୫ ହଜାର ଟଙ୍କା ଦେବେ କହିଲେ ମୁଖ୍ୟମନ୍ତ୍ରୀ, ପ୍ରବାସୀ ଶ୍ରମିକଙ୍କୁ ଗାଁକୁ ନଯିବାକୁ ଆହ୍ୱାନ

ନୂଆଦିଲ୍ଲୀ: କରୋନା ସଂକ୍ରମିତଙ୍କ ସଂଖ୍ୟା ହୁ ହୁ ହୋଇ ବଢ଼ୁଥିବା ଦେଖି ବିଭିନ୍ନ ସ୍ଥାନରେ ଲକଡାଉନ, କର୍ଫ୍ୟୁ ଆଦି ଲାଗୁ ହୋଇଛି। ତେଣୁ ଜୀବିକା କଥା ଚିନ୍ତା ନକରି ସମସ୍ତେ ଏବେ ଜୀବନ ଭୟରେ ନିଜ ନଜ ଗାଁ ମୁହାଁ ହେଉଛନ୍ତି। ମୁଖ୍ୟତଃ ପ୍ରବାସୀ ଶ୍ରମିକମାନେ ଗାଁ ମୁହାଁ ହେଉଛନ୍ତି। ଆଉ ଏହି କାରଣ ପାଇଁ ରେଳ ଷ୍ଟେସନ ଓ ବସ ଷ୍ଟାଣ୍ଡରେ ପ୍ରବଳ ଗହଳି ଲାଗୁଥିବା ଦେଖିବାକୁ ମିଳିଛି। ଯାହାକି କରୋନାକୁ ଆହୁରି ବ୍ୟାପିବାରେ ସହାୟକ ହେଉଛି।

ତେଣୁ ପ୍ରବାସୀ ଶ୍ରମିକମାନେ ରାଜଧାନୀ ଦିଲ୍ଲୀ ନଛାଡ଼ିବାକୁ ଆହ୍ୱାନ କରିଛନ୍ତି ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ୱାଲ। ଦିଲ୍ଲୀ ସରକାର ଲକଡାଉନ୍ ବେଳେ ସମସ୍ତ ପଞ୍ଜିକୃତ ଶ୍ରମିକଙ୍କର ଯତ୍ନ ନେବେ ବୋଲି କେଜ୍ରିଓ୍ୱାଲ କହିଛନ୍ତି। ଏମିତିକି ଯେଉଁମାନେ ଶ୍ରମିକମାନେ ରହିବେ ସେମାନଙ୍କୁ ୫୦୦୦ ଟଙ୍କା ସହାୟତା ଯୋଗାଇଦେବେ ବୋଲି ଦିଲ୍ଲୀ ସରକାର ମଙ୍ଗଳବାର ହାଇକୋର୍ଟରେ ଏକ ଆଫିଡେଭିଟ୍ ଦାଖଲ କରିଛନ୍ତି।

କରୋନା ଭାଇରସକୁ ରୋକିବା ପାଇଁ ଦିଲ୍ଲୀକୁ ୬ ଦିନିଆ ଲକଡାଉନ୍ ଘୋଷଣା କରାଯାଇଛି। ଆଗକୁ ଆହୁରି ଲକଡ଼ାଉନ ଓ ଶଟଡ଼ାଉନ ହୋଇପାରେ ବୋଲି ଆଶଙ୍କା କରି ଦିଲ୍ଲୀରୁ ନିଜ ଘରକୁ ଫେରିବା ଆରମ୍ଭ କରିଛନ୍ତି ପ୍ରବାସୀ ଶ୍ରମିକ। ଦିଲ୍ଲୀରେ ୨୦ ଏପ୍ରିଲରୁ ଆରମ୍ଭ ହୋଇଥିବା ଏହି ଲକଡାଉନ୍ ୨୬ ଏପ୍ରିଲ ପର୍ଯ୍ୟନ୍ତ ଜାରି ରହିବ।

ଏପ୍ରିଲ ୧୯ରେ ହାଇକୋର୍ଟ ଏକ ନିର୍ଦ୍ଦେଶନାମା ଜାରି କରିଥିଲେ। ଯେଉଁଥିରେ ପ୍ରବାସୀ ଶ୍ରମିକମାନଙ୍କୁ ଆବଶ୍ୟକ ଜିନିଷ ଯୋଗାଇବା ଉଚିତ। ଲକଡାଉନ୍ ପାଇଁ କୌଣସି ଅସୁବିଧା ହେବା ଉଚିତ୍ ନୁହେଁ। ଏହା ପରେ ଶ୍ରମିକମାନଙ୍କୁ ଆର୍ଥିକ ସହାୟତା ପ୍ରଦାନ କରିବାକୁ ନିଷ୍ପତ୍ତି ନେଇଛନ୍ତି ଦିଲ୍ଲୀର କେଜ୍ରିଓ୍ୱାଲ ସରକାର।

ଦିଲ୍ଲୀ ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣ (ଡିଡିଏମଏ) କହିଛି ଯେ କେଜ୍ରିୱାଲ ସରକାରଙ୍କ ନିର୍ଦ୍ଦେଶ ଅନୁଯାୟୀ ଦୈନିକ ଶ୍ରମିକ ଏବଂ ପ୍ରବାସୀ ଶ୍ରମିକଙ୍କୁ ରାଜଧାନୀରେ ଆଶ୍ରୟ, ଖାଦ୍ୟ, ପାଣି (ଉଭୟ ବ୍ୟବହାର ଏବଂ ପିଇବା) ଏବଂ ଚିକିତ୍ସା ସୁବିଧା ଯୋଗାଇ ଦିଆଯିବ। ପଞ୍ଜୀକୃତ ନିର୍ମାଣ ଶ୍ରମିକମାନଙ୍କୁ ୫୦୦୦ ଟଙ୍କା ଆର୍ଥିକ ସହାୟତା ପ୍ରଦାନ କରାଯିବ। ସେହିପରି ପ୍ରବାସୀ ଶ୍ରମିକଙ୍କୁ ଚିହ୍ନଟ କରିବା ପାଇଁ ଏକ କମିଟି ଗଠନ କରାଯାଇ ସେମାନଙ୍କୁ ସାହାଯ୍ୟ କରାଯିବ।

ପ୍ରବାସୀ ଶ୍ରମିକଙ୍କ ପାଇଁ ଗଠିତ କମିଟିରେ ୭ ଜଣ ସଦସ୍ୟ ରହିବେ। ଏଥିରେ ବରିଷ୍ଠ ଅଧିକାରୀମାନେ ଅନ୍ତର୍ଭୁକ୍ତ ହେବେ। କମିଟି ଶ୍ରମିକମାନଙ୍କ ଆର୍ଥିକ ସହାୟତା ସହିତ ଖାଦ୍ୟ ଏବଂ ପାନୀୟ, ଚିକିତ୍ସା ସୁବିଧା ଏବଂ ଆଶ୍ରୟସ୍ଥଳ ଇତ୍ୟାଦି ଯୋଗାଇଦେବେ ବୋଲି ଜଣାପଡ଼ିଛି।

The post ଶ୍ରମିକଙ୍କୁ ୫ ହଜାର ଟଙ୍କା ଦେବେ କହିଲେ ମୁଖ୍ୟମନ୍ତ୍ରୀ, ପ୍ରବାସୀ ଶ୍ରମିକଙ୍କୁ ଗାଁକୁ ନଯିବାକୁ ଆହ୍ୱାନ appeared first on Odisha Reporter.



from Odisha Reporter https://ift.tt/3n9jouO

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages