ଲକ୍ଷ୍ନୌ: କରୋନା ସଂକ୍ରମଣ ହୁହୁ ହୋଇ ବଢ଼ୁଥିବାରୁ ଧୀରେଧୀରେ ଦେଶକୁ ଲକଡାଉନ ଫେରିବା ଆରମ୍ଭ କରିଛି। ମହାରାଷ୍ଟ୍ରରେ ୧୫ ଦିନ ପାଇଁ କର୍ଫ୍ୟୁ ଲାଗୁ ହୋଇଥିବା ବେଳେ ଏବେ ଉତ୍ତର ପ୍ରଦେଶ ସରକାର ବଡ଼ ଘୋଷଣା କରିଛନ୍ତି। ପୂର୍ବରୁ ନାଇଟ କର୍ଫ୍ୟୁ ଲାଗୁ କରିଥିବା ରାଜ୍ୟ ସରକାର ଏବେ ସଂପୂର୍ଣ୍ଣ ଲକଡାଉନ ଲାଗୁ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଏଣିକି ପ୍ରତି ରବିବାର ପୂରା ରାଜ୍ୟର ସମସ୍ତ ଜିଲ୍ଲାରେ ସଂପୂର୍ଣ୍ଣ ଲକଡାଉନ ଲାଗୁ ହେବ। ଲକଡାଉନ ବେଳେ କେବଳ ଜରୁରୀ ସେବାକୁ ଛାଡ଼ି ଆଉ ସବୁ କିଛି ବନ୍ଦ ରହିବ।
ମାସ୍କ ପିନ୍ଧିବା ନିୟମକୁ ରାଜ୍ୟ ସରକାର ଆହୁରି କଡ଼ାକଡ଼ି କରିଛନ୍ତି। ଲୋକଙ୍କୁ ସଚେତନ କରିବା ପାଇଁ ମାସ୍କ ଉଲ୍ଲଙ୍ଘନକାରୀଙ୍କ ପାଇଁ ଜୋରିମାନା ଅର୍ଥକୁ ଦୁଇ ଗୁଣ ବୃଦ୍ଧି କରିଛନ୍ତି। ଏହାର ଅର୍ଥ ଯଦି ଜଣେ ମାସ୍କ ପିନ୍ଧି ନଥିବେ, ତା’ହେଲେ ତାଙ୍କୁ ହଜାରେ ଟଙ୍କା ତଣ୍ଡ ଗଣିବାକୁ ପଡ଼ିବ।
ସେହିପରି ଯଦି ଦ୍ୱିତୀୟ ଥର କୌଣସି ବ୍ୟକ୍ତି ବିନା ମାସ୍କରେ ଧରା ପଡ଼ିବେ, ତା’ହେଲେ ତାଙ୍କୁ ୧୦ ଗୁଣ ଅଧିକ ଜୋରିମାନା ଦେବାକୁ ପଡ଼ିବ। ଏହାର ଅର୍ଥ ଦ୍ୱିତୀୟ ଥର ମାସ୍କ ନ ପିନ୍ଧି ଧରା ପଡ଼ିଲେ ଜଣେ ବ୍ୟକ୍ତିଙ୍କ ଠାରୁ ୧୦ ହଜାର ଟଙ୍କାର ଜୋରିମାନା ଆଦାୟ କରାଯିବ ବୋଲି ସରକାର କହିଛନ୍ତି।
ସରକାରଙ୍କ ପକ୍ଷରୁ ଜାରି ବିଜ୍ଞପ୍ତିରେ କୁହାଯାଇଛି ଯେ ଏଣିକି ରବିବାର ସବୁ ସହର ଓ ଗ୍ରାମାଞ୍ଚଳରେ ଲକଡାଉନ ପାଳନ କରାଯିବ। କେବଳ ସାନିଟେସନ, ସାନିଟାଇଜେସନ ଓ ଜରୁରୀ ସେବାକୁ ଲକଡାଉନ ବେଳେ ଅନୁମତି ମିଳିବ। ଏ ସମ୍ପର୍କରେ ଆବଶ୍ୟକ ସଚେତନତା ମୂଳକ କାର୍ଯ୍ୟକ୍ରମ ମଧ୍ୟ କରାଯିବ। ଲୋକମାନେ ସହଯୋଗ କରିବାକୁ ମଧ୍ୟ ଏହି ବିଜ୍ଞପ୍ତିରେ ସରକାର କହିଛନ୍ତି।
ଦେଶର ଅନ୍ୟ ରାଜ୍ୟ ଭଳି ଉତ୍ତର ପ୍ରଦେଶରେ କରୋନା ସ୍ଥିତି ଉତ୍କଟ ହୋଇଛି। ଗୁରୁବାର ରାଜ୍ୟରେ ୨୨,୪୩୯ ଜଣ କରୋନାରେ ଆକ୍ରାନ୍ତ ହୋଇଥିବା ବେଳେ ୧୦୪ ଜଣଙ୍କ ମୃତ୍ୟୁ ଘଟିଛି। ଏହାକୁ ମିଶାଇ ରାଜ୍ୟରେ କରୋନା ୯,୪୮୦ ଜଣଙ୍କ ମୁଣ୍ଡ ନେଇଥିବା ବେଳେ ୭,୬୬,୩୬୦ ଜଣଙ୍କୁ ସଂକ୍ରମିତ କରିସାରିଲାଣି।
The post ରବିବାର ସବୁ ଜିଲ୍ଲାରେ ଲକଡାଉନ, ମାସ୍କ ନ ପିନ୍ଧିଲେ ୧୦ ହଜାର ଫାଇନ୍ appeared first on Odisha Reporter.
from Odisha Reporter https://ift.tt/3afgX4x
No comments:
Post a Comment