ଚିନ୍ତା ବଢ଼ାଉଛି କରୋନା: ଅମ୍ଳଜାନର ଅଭାବ ପୂରଣ କରିବାକୁ ବଡ଼ ପଦକ୍ଷେପ ନେଲେ ସରକାର - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, April 18, 2021

ଚିନ୍ତା ବଢ଼ାଉଛି କରୋନା: ଅମ୍ଳଜାନର ଅଭାବ ପୂରଣ କରିବାକୁ ବଡ଼ ପଦକ୍ଷେପ ନେଲେ ସରକାର

ନୂଆଦିଲ୍ଲୀ: ଗୋଟିଏ ପଟେ କରୋନା ସଂକ୍ରମଣ ହୁହୁ ହୋଇ ବଢ଼ୁଥିବା ବେଳେ ବିଭିନ୍ନ ରାଜ୍ୟରୁ ଅମ୍ଳଜାନର ଅଭାବ ଅଭିଯୋଗ ଆସିଛି। ବିଶେଷ କରି ଦିଲ୍ଲୀ, ମହାରାଷ୍ଟ୍ର ଓ ଉତ୍ତର ପ୍ରଦେଶରେ ଅମ୍ଳଜାନର ସଙ୍କଟ ରହିଥିବା ଜଣାପଡ଼ିଛି। ଏହାର ମୁକାବିଲା ପାଇଁ ଭାରତ ସରକାର ବଡ଼ ପଦକ୍ଷେପ ନେଇଛନ୍ତି।

ଦୈନିକ ଶିଳ୍ପସଂସ୍ଥା ଗୁଡ଼ିକୁ ଦିଆଯାଉଥିବା ଅମ୍ଳଜାନ ଉପରେ ସରକାର କଟକଣା ଲଗାଇଛନ୍ତି। ଶିଳ୍ପସଂସ୍ଥାଗୁଡ଼ିକୁ ଦିଆଯାଉଥିବା  ଅମ୍ଳଜାନକୁ ଏବେ କରୋନା ରୋଗୀଙ୍କ କ୍ଷେତ୍ରରେ ବ୍ୟବହାର କରିବାକୁ ବିଭିନ୍ନ ମେଡିକାଲକୁ ପଠାଯିବ। କେନ୍ଦ୍ର ସରକାରଙ୍କ ଏହି ନିଷ୍ପତ୍ତି ଏପ୍ରିଲ ୨୨ରୁ କାର୍ଯ୍ୟକାରୀ ହେବ। ତେବେ କେନ୍ଦ୍ର ସରକାର ଲଗାଇଥିବା ଅମ୍ଳଜାନ କଟକଣାରୁ ୯ଟି ଶିଳ୍ପକୁ ବାଦ ଦିଆଯାଇଛି।

କେନ୍ଦ୍ର ସରକାର ଏ ସଂକ୍ରାନ୍ତରେ ସମସ୍ତ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳକୁ ଚିଠି ଲେଖିଛନ୍ତି। ସେ କହିଛନ୍ତି, କରୋନା ସଂକ୍ରମଣର ଦ୍ରୁତ ଗତିରେ ବଢ଼ିବାରେ ଲାଗିଛି। ଆକ୍ରାନ୍ତଙ୍କ ଚିକିତ୍ସା ପାଇଁ ଅମ୍ଳଜାନର ଚାହିଦା ମଧ୍ୟ ବୃଦ୍ଧି ପାଉଛି। ଏହାକୁ ଦୃଷ୍ଟିରେ ରଖି ଶିଳ୍ପସଂସ୍ଥାଗୁଡ଼ିକର ଅମ୍ଳଜାନ ବ୍ୟବହାରକୁ ସୀମିତ କରାଯାଇଛି।

ସରକାରଙ୍କ ଦ୍ୱାରା ଗଠିତ କମିଟି ଶିଳ୍ପସଂସ୍ଥା ଗୁଡ଼ିକୁ ହେଉଥିବା ଅମ୍ଳଜାନ ଯୋଗାଣର ସମୀକ୍ଷା କରିଥିଲେ। ଏହାପରେ ଶିଳ୍ପସଂସ୍ଥାଗୁଡ଼ିକ ଉପରେ କଟକଣା ଲାଗୁ କରାଯାଇଛି। ଏହାଦ୍ୱାରା ଦେଶରେ ଅମ୍ଳଜାନର ଚାହିଦା ପୂରଣ କରାଯାଇପାରିବ। ସେହିପରି ଅଧିକରୁ ଅଧିକ ଲୋକଙ୍କ ଜୀବନ ମଧ୍ୟ ରକ୍ଷା କରାଯାଇପାରିବ।

ରିଫିଲିଂ ଅମ୍ଳଜାନ ସିଲିଣ୍ଡର, ଫାର୍ମା ୟୁନିଟ, ଷ୍ଟିଲ ପ୍ଲାଣ୍ଟ, ତୈଳ ରିଫାଇନାରି, ୱେଷ୍ଟ ୱାଟର ଟ୍ରିଟମେଣ୍ଟ ପ୍ଲାଣ୍ଟ, ଫୁଡ ଆଣ୍ଡ ୱାଟର ଟ୍ରିଟମେଣ୍ଟ, ଆଣିବିକ ଶକ୍ତି ସଂସ୍ଥା ଓ ନିୟମିତ ଜରୁରୀ ସାମଗ୍ରୀ ଉତ୍ପାଦନ କରୁଥିବା ଶିଳ୍ପସଂସ୍ଥାଗୁଡ଼ିକ ପାଇଁ ଅମ୍ଳଜାନ ଉପଲବ୍ଧ ହେବ। କିନ୍ତୁ ବାକି ଶିଳ୍ପସଂସ୍ଥାଗୁଡ଼ିକ ସୀମିତ ଅମ୍ଳଜାନର ବ୍ୟବହାର କରିବେ। ଅନ୍ୟ ଶିଳ୍ପସଂସ୍ଥାଗୁଡ଼ିକ ବାହାରୁ ଅମ୍ଳଜାନ ଆମଦାନୀ କରିପାରିବେ କିମ୍ବା ନିଜର ଆବଶ୍ୟକତା ପୂରଣ କରିବା ପାଇଁ ସ୍ୱତନ୍ତ୍ର ପ୍ଲାଣ୍ଟ ସ୍ଥାପନ କରିପାରିବେ।

ସରକାର ଆହୁରି କହିଛନ୍ତି ଯେ ଦେଶରେ ଦୈନିକ ଯେତିକି ଅମ୍ଳଜାନ ଉତ୍ପାଦନ ହେଉଛି, ତା’ର ୬୦% ମେଡିକାଲ କ୍ଷେତ୍ରରେ ବ୍ୟବହାର କରାଯାଉଛି। କରୋନା ସଂକ୍ରମଣ ବଢ଼ୁଥିବାରୁ ଏହା ଆଗକୁ ବୃଦ୍ଧି ପାଇବାର ମଧ୍ୟ ସମ୍ଭାବନା ରହିଛି। ମହାରାଷ୍ଟ୍ର, ଗୁଜରାଟ, ଦିଲ୍ଲୀ, ମଧ୍ୟପ୍ରଦେଶ ଓ ଉତ୍ତର ପ୍ରଦେଶ ଭଳି ରାଜ୍ୟରେ ଦିନକୁ ଦିନ ଅମ୍ଳଜାନର ଚାହିଦା ବୃଦ୍ଧି ପାଇବାରେ ଲାଗିଛି।

The post ଚିନ୍ତା ବଢ଼ାଉଛି କରୋନା: ଅମ୍ଳଜାନର ଅଭାବ ପୂରଣ କରିବାକୁ ବଡ଼ ପଦକ୍ଷେପ ନେଲେ ସରକାର appeared first on Odisha Reporter.



from Odisha Reporter https://ift.tt/2QyUYOX

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages