ଶ୍ରୀମନ୍ଦିରରେ ପ୍ରବେଶ ପାଇଁ ଆଜିଠୁ ନୂଆ ନିୟମ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, April 18, 2021

ଶ୍ରୀମନ୍ଦିରରେ ପ୍ରବେଶ ପାଇଁ ଆଜିଠୁ ନୂଆ ନିୟମ

ପୁରୀ/ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଶ୍ରୀମନ୍ଦିର ପାଇଁ ଆଜିଠାରୁ ଲାଗୁ ହୋଇଛି ନୂଆ ଏସ୍‌ଓପି। କରୋନା ସଂକ୍ରମଣକୁ ପ୍ରତିହତ କରିବା ପାଇଁ ଲାଗୁ କରାଯାଇଛି ନୂଆ କଟକଣା।

ଆଜିଠାରୁ ବାହାର ରାଜ୍ୟରୁ କାଳିଆ ଦର୍ଶନ କରିବାକୁ ଆସୁଥିବା ଶ୍ରଦ୍ଧାଳୁମାନଙ୍କ ପାଇଁ କୋଭିଡ୍ ନେଗେଟିଭ୍ ରିପୋର୍ଟକୁ ବାଧ୍ୟତାମୂଳକ କରାଯାଇଛି। ଯଦି ବାହାର ରାଜ୍ୟରୁ ଆସୁଥିବା ଭକ୍ତ ନେଗେଟିଭ୍ ରିପୋର୍ଟ କିମ୍ବା କରୋନା ଟିକାର ଦୁଇଟି ଡୋଜ୍ ନେଇଥିବାର ସାର୍ଟିଫିକେଟ ଦେଖାଇପାରିବେ ନାହିଁ, ତାଙ୍କୁ ଶ୍ରୀମନ୍ଦିର ଭିତରକୁ ପ୍ରବେଶ କରିବାକୁ ଅନୁମତି ମିଳିବ ନାହିଁ। ପୁଣି ନେଗେଟିଭ୍ ରିପୋର୍ଟ ୯୬ ଘଣ୍ଟା ପୂର୍ବରୁ ହୋଇଥିବା ଜରୁରୀ।

ଏହି କଟକଣାକୁ କଡ଼ାକଡ଼ି ଭାବେ କାର୍ଯ୍ୟକାରୀ କରିବା ପାଇଁ ଶ୍ରୀମନ୍ଦିର ବାହାରେ ସ୍ୱତନ୍ତ୍ର କିଓସ୍କ ବ୍ୟବସ୍ଥା କରାଯାଇଛି। ଭକ୍ତମାନେ ପ୍ରଥମେ ଏହି କିଓସ୍କରେ ପରିଚୟପତ୍ର ଓ ଆବଶ୍ୟକ କାଗଜପତ୍ର ଦେଖାଇବେ। ନଚେତ୍ ସେମାନଙ୍କୁ ଦର୍ଶନ ଅନୁମତି ମିଳିବନି।

ସେହିପରି ଚଳିତ ସପ୍ତାହରୁ ଶନିବାର ଓ ରବିବାର ଶ୍ରୀମନ୍ଦିରରେ ଦର୍ଶନ ବନ୍ଦ ରହିବ। ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କ୍ରିଷନ କୁମାରଙ୍କ ଅଧକ୍ଷତାରେ ଗତ ଶୁକ୍ରବାର ବସିଥିବା ଛତିଶା ନିଯୋଗ ବୈଠକରେ ଏହି ନିଷ୍ପତ୍ତି ହୋଇଛି।

ଶ୍ରୀଲିଙ୍ଗରାଜ ମନ୍ଦିରରେ ସାଧାରଣ ଦର୍ଶନ ବନ୍ଦ
ବଢୁଥିବା କୋଭିଡ୍ ସଂକ୍ରମଣକୁ ଦୃଷ୍ଟିରେ ରଖି ଶ୍ରୀଲିଙ୍ଗରାଜ ମନ୍ଦିରରେ ସାଧାରଣ ଦର୍ଶନକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ବନ୍ଦ କରାଯାଇଛି। ଶ୍ରୀଲିଙ୍ଗରାଜ ମନ୍ଦିରର କିଛି ସେବାୟତ କରୋନା ସଂକ୍ରମିତ ହୋଇଥିବାରୁ ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି) ଏଭଳି ନିଷ୍ପତ୍ତି ନେଇଛି। ତେବେ ମନ୍ଦିରରେ ଭଗବାନଙ୍କର ଦୈନନ୍ଦିନ ନୀତିକାନ୍ତି ବିଧି ଅନୁସାରେ କରାଯିବ।

ସେହିଭଳି ଲିଙ୍ଗରାଜଙ୍କ ରୁକୁଣା ରଥଯାତ୍ରାକୁ କୋଭିଡ୍ ଗାଇଡ୍ ଲାଇନ ଭିତରେ କରାଯିବ। ଏ ନେଇ ବିଏମସି ପକ୍ଷରୁ ଗତ ୯ ତାରିଖରେ ନିର୍ଦ୍ଦେଶନାମା ପ୍ରକାଶ ପାଇଛି। ସେହି ନିର୍ଦ୍ଦେଶନାମା ଅନୁସାରେ ରୁକୁଣା ରଥଯାତ୍ରା ଅନୁଷ୍ଠିତ ହେବ ବୋଲି ବିଏମ୍‌ସିର ସାଉଥ ଇଷ୍ଟ ଜୋନ୍‌ ଜେଡିସି (ଜୋନାଲ ଡେପୁଟି କମିଶନର) ନିର୍ଦ୍ଦେଶନାମା ଜାରି କରିଛନ୍ତି।

The post ଶ୍ରୀମନ୍ଦିରରେ ପ୍ରବେଶ ପାଇଁ ଆଜିଠୁ ନୂଆ ନିୟମ appeared first on Odisha Reporter.



from Odisha Reporter https://ift.tt/2QyaPNK

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages