୧୯ ଏପ୍ରିଲ, ସୋମବାର: ଆୟ ଅପେକ୍ଷା ବ୍ୟୟ ଅଧିକ ହେବ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, April 18, 2021

୧୯ ଏପ୍ରିଲ, ସୋମବାର: ଆୟ ଅପେକ୍ଷା ବ୍ୟୟ ଅଧିକ ହେବ

ମେଷ: ବ୍ୟବସାୟରେ ଭଲ ଲାଭ ମିଳିବ। କର୍ମକ୍ଷେତ୍ରରେ ଉନ୍ନତି ହେବ, କିନ୍ତୁ ମାନସିକ ଅସ୍ଥିରତା ଦେଖାଦେବ। ଛାତ୍ରଛାତ୍ରୀମାନେ ପାଠପଢ଼ାକୁ ନେଇ ଚିନ୍ତାଗ୍ରସ୍ତ ହେବେ।

ବୃଷ: ସ୍ୱାମୀସ୍ତ୍ରୀଙ୍କ ମଧ୍ୟରେ ଉତ୍ତମ ବୁଝାମଣା ରହିବ। ସ୍ୱାସ୍ଥ୍ୟଗତ ସମସ୍ୟା ଦେଖା ଦେବ। ଶରୀରରେ ଆଘାତ ଲାଗିପାରେ। ବନ୍ଧୁମାନେ ସହଯୋଗର ହାତ ବଢାଇବେ।

ମିଥୁନ: କର୍ମକ୍ଷେତ୍ରରେ ସଫଳତା ପାଇବେ। ମାନସମ୍ମାନ ବଢ଼ିବ। କ୍ରୋଧ ଉପରେ ନିୟନ୍ତ୍ରଣ ରଖି କଥାବାର୍ତ୍ତା କରନ୍ତୁ।

କର୍କଟ: କୌଣସି ପ୍ରକାର ସ୍ୱାସ୍ଥ୍ୟ ଜନିତ ସମସ୍ୟା ଥିଲେ, ଆଜି ସେଥିରେ ସୁଧାର ଆସିବ। ଘରର ବାତାବରଣ ଶାନ୍ତିପୂର୍ଣ୍ଣ ରହିବ। ସନ୍ତାନମାନଙ୍କ କାର୍ଯ୍ୟରେ ବାପାମା’ ଖୁସି ଅନୁଭବ କରିବେ।

ସିଂହ: ଅଫିସ୍‌ରେ ବା କର୍ମକ୍ଷେତ୍ରରେ ଅପମାନିତ ହୋଇପାରନ୍ତି। ଜଗିରଖି ଦିନଟି ଚଳନ୍ତୁ। ଅପରାହ୍ନରେ ଖୁସି ଖବର ପାଇବେ। ଖର୍ଚ୍ଚ ଉପରେ ନିୟନ୍ତ୍ରଣ ରଖନ୍ତୁ।

କନ୍ୟା: ଆୟ ଅପେକ୍ଷା ବ୍ୟୟ ଅଧିକ ହେବ। ସମାଜରେ ପତିଆରା ବଢ଼ିବ। ମିଡିଆ ସେକ୍ଟରରେ କାର୍ଯ୍ୟ କରୁଥିବା ବ୍ୟକ୍ତିଙ୍କ ପାଇଁ ଦିନଟି ବେଶ୍ ଭଲ ରହିବ।

ତୁଳା: ରାଜନୀତି କରୁଥିବା ବ୍ୟକ୍ତିମାନେ ଶୁଭଫଳ ପାଇବେ। ଦାମ୍ପତ୍ୟ ଜୀବନ ସୁଖମୟ ହେବ। ବ୍ୟବସାୟ କ୍ଷେତ୍ରରେ ଥିବା ଲୋକଙ୍କ ସମ୍ମାନ ହାନି ହୋଇପାରେ।

ବିଛା: ପରିବାରର କୌଣସି ସଦସ୍ୟଙ୍କ ସହ ଝଗଡ଼ା ହୋଇପାରେ। ସ୍ୱାସ୍ଥ୍ୟ ସମସ୍ୟା ଦେଖାଯାଇପାରେ। ଅପରାହ୍ନରେ କିଛି ଖୁସି ଖବର ମିଳିପାରେ।

ଧନୁ: ଗରିବ ଲୋକଙ୍କୁ ସାହାଯ୍ୟର ହାତ ବଢ଼ାଇବେ। କର୍ମକ୍ଷେତ୍ରରେ ସାମାନ୍ୟ ଅଶାନ୍ତି ଦେଖାଦେବ। ଘରକୁ ଅତିଥି ଆସିବେ।

ମକର: ଛାତ୍ରଛାତ୍ରୀମାନେ ପାଠପଢ଼ାରେ ମନ ଦେବେ। ହସଖୁସିରେ ଦିନଟି କଟିବ। ଅଟକି ଥିବା କାର୍ଯ୍ୟ ସଂପୂର୍ଣ୍ଣ ହୋଇପାରେ।

କୁମ୍ଭ: ଆୟ ତୁଳନାରେ ବ୍ୟୟ ଅଧିକ ହେବ। ବୃତ୍ତିଗତ କାମକୁ ନେଇ ଦ୍ୱନ୍ଦ୍ୱରେ ରହିବେ। ପାରିବାରିକ ଜୀବନ ସୁଖମୟ ହେବ। ବନ୍ଧୁମାନେ ସହଯୋଗର ହାତ ବଢ଼ାଇବେ।

ମୀନ: କୌଣସି କଥାକୁ ନେଇ ପରିବାରରେ କଳିଝଗଡ଼ ହୋଇପାରେ। ଜୀବନ ସାଥୀଙ୍କ ଠାରୁ ପୂର୍ଣ୍ଣ ସମର୍ଥନ ମିଳିବ। ନୂଆ ବ୍ୟବସାୟ ଆରମ୍ଭ କରିବା ପାଇଁ ଯୋଜନା କରିବେ।

The post ୧୯ ଏପ୍ରିଲ, ସୋମବାର: ଆୟ ଅପେକ୍ଷା ବ୍ୟୟ ଅଧିକ ହେବ appeared first on Odisha Reporter.



from Odisha Reporter https://ift.tt/3n0EgnD

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages