ଓଲଟିଲା ପ୍ରସାବୀ ଶ୍ରମିକଙ୍କୁ ନେଇ ଯାଉଥିବା ବସ୍‌, ୩ ମୃତ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, April 20, 2021

ଓଲଟିଲା ପ୍ରସାବୀ ଶ୍ରମିକଙ୍କୁ ନେଇ ଯାଉଥିବା ବସ୍‌, ୩ ମୃତ

ଗ୍ୱାଲିଅର: ବର୍ଷକ ପରେ ପୁଣି ଫେରିଛି ଲକଡାଉନ୍‌। ଫଳରେ ଲୋକେ ପୁଣି ଥରେ ଘର ବାହୁଡା ହେଉଛନ୍ତି। ବସ୍‌ ଟ୍ରେନ୍‌ରେ ପ୍ରବଳ ଭିଡ ଜମିଛି। ଏହାରି ଭିତରେ ପ୍ରବାସୀ ଶ୍ରମିକଙ୍କୁ ନେଉ ଯାଉଥିବା ଏକ ବସ୍‌ ଦୁର୍ଘଟଣା ଗ୍ରସ୍ତ ହୋଇଛି। ଫଳରେ ଘଟଣାସ୍ଥଳରେ ୩ ଜଣ ପ୍ରବାସୀ ଶ୍ରମିକଙ୍କ ମୃତ୍ୟୁ ହୋଇଛି। ମଧ୍ୟପ୍ରଦେଶର ଟିକମଗଡରେ ଏହି ଦୁର୍ଘଟଣା ଘଟିଛି।

ସୂଚନା ମୁତାବକ, ଆଜି ସକାଳୁ ପ୍ରବାସୀ ଶ୍ରମିକଙ୍କୁ ନେଇ ଦିଲ୍ଲୀରୁ ଟିକମଗଡକୁ ଏକ ବସ୍‌ ବାହାରିଥିଲା। ତେବେ ମଧ୍ୟପ୍ରଦେଶର ଜୋରାସି ଅଞ୍ଚଳରେ ଏହି ବସ୍‌ଟି ଭାରସାମ୍ୟ ହରାଇ ରାସ୍ତା ଉପରେ ଓଲଟି ପଡିଥିଲା। ଏହି ଦୁର୍ଘଟଣାରେ ୩ ଜଣ ପ୍ରବସୀଙ୍କ ମୃତ୍ୟୁ ହୋଇଥିବା ବେଳେ ଅନେକ ଆହତ ହୋଇଛନ୍ତି। ଘଟଣାସ୍ଥଳରେ ପୁଲିସ ପହଞ୍ଚି ଆହତଙ୍କୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରିଛି।

ସେପଟେ ବସ୍‌ରେ ଆବଶ୍ୟକତା ଠାରୁ ଅଧିକ ଯାତ୍ରୀ ଥିବାରୁ ଏହି ଦୁର୍ଘଟଣା ଘଟିଥିବା କୁହାଯାଇଛି। ବସ୍‌ ଭିତରେ ଓ ବସ୍‌ ଛାତ ଉପରେ ଅତ୍ୟଧିକ ସଂଖ୍ୟାରେ ପ୍ରବାସୀ ନିଜ ଘରକୁ ଯିବା ପାଇଁ ବସିଥିଲେ। ତେଣୁ ଭାରସାମ୍ୟ ହରାଇ ବସ୍‌ଟି ଓଲଟି ପଡିଥିବା ପୁଲିସ କହିଛି।

ଦିଲ୍ଲୀରେ ପ୍ରବାସୀ ଶ୍ରମିକମାନେ ନିଜ ଘରକୁ ଯିବା ପାଇଁ ଆନନ୍ଦ ବିହାର ଟର୍ମିନାଲରେ ପହଞ୍ଚିଛନ୍ତି। ଜଣେ ପ୍ରବାସୀ ଶ୍ରମିକ କହିଛନ୍ତି, “ଆମେ ଗତବର୍ଷ ଲକଡାଉନରେ ଘରକୁ ନଯାଇ ଅଟକି ରହିଥିଲୁ, ତେଣୁ ଆମେ ଏବେ ଆମ ଘରକୁ ଯାଉଛୁ। ଗତଥର ଏଠାରେ ଫସି ରହି ଆମେ ବହୁ ଅସୁବିଧାର ସମ୍ମୁଖୀନ ହୋଇଥିଲେ।”

ସୂଚନା ମୁତାବକ, ରାଜଧାନୀ ଦିଲ୍ଲୀରେ ଗତକାଲି ରାତି ୧୦ଟାରୁ ୬ ଦିନିଆ ଲକଡାଉନ୍‌ ଲାଗୁ ହୋଇଛି। ଏହି ଘୋଷଣା ହେବା ପରେ ହଜାର ହଜାର ସଂଖ୍ୟାରେ ପ୍ରବାସୀ ଶ୍ରମିକମାନେ ଘର ବାହୁଡା ପାଇଁ ପୁଣି ଥରେ ବସଷ୍ଟାଣ୍ଡ ଓ ଷ୍ଟେସନରେ ଭିଡ ଜମାଇଛନ୍ତି। ସ୍ଥିତି ଏପରି ହୋଇଛି ଯେ, ଗୋଟିଏ ବସ୍‌ରେ ହିଁ ଜାଗା ନଥିଲେ ମଧ୍ୟ ଖୁନ୍ଦା ଖୁନ୍ଦି ହୋଇ, ଛାତରେ ବସି ମଧ୍ୟ ଯିବାକୁ ପଛାଉ ନାହାନ୍ତି ପ୍ରବାସୀ ଶ୍ରମିକ।

The post ଓଲଟିଲା ପ୍ରସାବୀ ଶ୍ରମିକଙ୍କୁ ନେଇ ଯାଉଥିବା ବସ୍‌, ୩ ମୃତ appeared first on Odisha Reporter.



from Odisha Reporter https://ift.tt/2P2fDKQ

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages