ବ୍ରହ୍ମପୁର (ଓଡ଼ିଶା ରିପୋର୍ଟର): ସୁରତରୁ ନିଜ ଗାଁକୁ ଫେରୁଥିଲେ। ହେଲେ ଅଧା ରାସ୍ତାରେ ଟ୍ରେନରେ ଚାଲିଗଲା ଜୀବନ। ଆଜି ଏମିତି ଏକ ଅଭାବନୀୟ ଘଟଣା ଘଟିଛି ପୁରୀ-ଅହମ୍ମଦାବାଦ ଟ୍ରେନରେ। ମୃତ ବ୍ୟକ୍ତି ଜଣକ ହେଲେ ଗଞ୍ଜାମ ଜିଲ୍ଲା ରମ୍ଭା ଥାନା ଅନ୍ତର୍ଗତ ଖଣ୍ଡଦେଉଳି ଗ୍ରାମର ବିଶ୍ୱନାଥ ଜେନା।
ବିଶ୍ୱନାଥ ଗତକାଲି ସୁରତରୁ ଜଣେ ସମ୍ପର୍କିୟଙ୍କ ସହ ପୁରୀ ଅହମ୍ମଦାବାଦ ଟ୍ରେନରେ ଖଲ୍ଲିକୋଟ ଷ୍ଟେସନ ଫେରୁଥିବା ବେଳେ ରାତ୍ର ୧୧ ସମୟରେ ଟ୍ରେନରେ ହିଁ ତାଙ୍କର ମୃତ୍ୟୁ ହୋଇଥିଲା। ପରେ ଟ୍ରେନ୍ ବ୍ରହ୍ମପୁର ଷ୍ଟେସନରେ ପହଞ୍ଚିବା ପରେ ବିଶ୍ୱନାଥଙ୍କ ମୃତଦେହକୁ ବାହାରକୁ ଅଣାଯାଇଥିଲା। ଖବର ଜିଇଆରପି ପାଖରେ ପହଞ୍ଚିବା ପରେ ପୁଲିସ ତଦନ୍ତ ଆରମ୍ଭ କରିଛି। ତେବେ ଶବ ବ୍ୟବଚ୍ଛେଦ ପରେ ବିଶ୍ୱନାଥଙ୍କ ମୃତ୍ୟୁର କାରଣ ଜଣାପଡ଼ିବ।
ତେବେ ଜିଆରପି ଏଏସଆଇଙ୍କ କହିବା ଅନୁଯାୟୀ, ବିଶ୍ୱନାଥ ଡାଇବେଟିସ୍ ରୋଗରେ ଆକ୍ରାନ୍ତ ଥିଲେ। ସେ ଗତ କିଛି ଦିନ ହେବ ନିୟମିତ ଔଷଧ ମଧ୍ୟ ସେବନ କରୁନଥିଲେ। ଯେଉଁ କାରଣରୁ ଟ୍ରେନରେ ଆସୁଥିବା ବେଳେ ସେ ବାରମ୍ବାର ପରିସ୍ରା କରୁଥିଲେ। ଦେଖୁ ଦେଖୁ ସେ ଅଚେତ୍ ହୋଇ ପଡ଼ିଥିଲେ। ଏହାର କିଛି ସମୟ ପରେ ତାଙ୍କର ପ୍ରାଣବାୟୁ ଉଡ଼ିଯାଇଥିଲା। ଘଟଣା ପରେ ତାଙ୍କ ପରିବାର ଲୋକଙ୍କୁ ଖବର ଦିଆଯାଇଥିଲା। ମୃତଦେହ ବ୍ୟବଚ୍ଛେଦ ପରେ ମୃତ୍ୟୁର କାରଣ ଜଣାପଡ଼ିବ ବୋଲି ଏଏସଆଇ କହିଛନ୍ତି।
ଅନ୍ୟପକ୍ଷରେ ବିଶ୍ୱନାଥ ଗତବର୍ଷ କରୋନା ସମୟରେ ଏମିତି ଘରକୁ ଫେରିଥିଲା। କରୋନା ଲକଡାଉନ୍ ଉଠିବା ପରେ ଗତ ୪ ମାସ ତଳେ ସେ ସୁତାକଳରେ କାମ କରିବାକୁ ଯାଇଥିଲେ। ତାଙ୍କର ଜଣେ ପୁଅ ଓ ଜଣେ ଝିଅ ଅଛନ୍ତି।
The post ସୁରତରୁ ଫେରୁଥିଲେ, ଟ୍ରେନରେ ଚାଲିଗଲା ଜୀବନ appeared first on Odisha Reporter.
from Odisha Reporter https://ift.tt/3efJ7NX
No comments:
Post a Comment