ମୁମ୍ୱାଇ: କରୋନାର ଦ୍ୱିତୀୟ ଲହର ଏବେ ସାରା ଦେଶ ପାଇଁ ଚିନ୍ତା ପାଲଟିଛି। ଆଉ ଏହି ଦ୍ୱିତୀୟ ଲହରର ହଟସ୍ପଟ ପାଲଟିଛି ମହାରାଷ୍ଟ୍ର। କରୋନା ସଂକ୍ରମଣ ଚେନକୁ ଭାଙ୍ଗିବା ପାଇଁ ଆଜି ରାତି ୮ଟାରୁ ୧୫ ଦିନ ପାଇଁ ମହାରାଷ୍ଟ୍ରରେ ‘ବ୍ରେକ୍ ଦ ଚେନ୍’ ଅଭିଯାନ ଆରମ୍ଭ ହେବାକୁ ଯାଉଛି। ଏହା ପୂର୍ବରୁ ରେଳ ଷ୍ଟେସନରେ ଜବରଦସ୍ତ ଭିଡ ଦେଖିବାକୁ ମିଳିଛି। ସମସ୍ତ ପ୍ରବାସୀ ଏବେ ପୁଣିଥରେ ଜୀବିକା ଛାଡ଼ି ଜୀବନ ଭୟରେ ଗାଁ ମୁହାଁ ହୋଇଥିବା ଦେଖିବାକୁ ମିଳିଛି।
ମହାରାଷ୍ଟ୍ର ଏବଂ ପୁଣେରେ ଥିବା ରେଳ ଷ୍ଟେସନରେ ଭିଡ଼ ଜମିବା ପରେ ଏବେ ପୁଣିଥରେ କରୋନା ଗାଁ ଆଡ଼କୁ ବିସ୍ତାର କରିବ ବୋଲି ଆଶଙ୍କା ରହିଛି। କାରଣ ଗତବର୍ଷ ସମାନ ଅବସ୍ଥା ଦେଖିବାକୁ ମିଳିଥିଲା। ବିଭିନ୍ନ ରାଜ୍ୟରେ ଥିବା ପ୍ରବାସୀ ଲକଡାଉନ୍ ପାଇଁ ଗାଁ ମୁହାଁ ହୋଇଥିଲେ। ଆଉ କ୍ରମଶଃ ଗାଁ ଗୁଡ଼ିକରେ କରୋନା ବ୍ୟାପିଥିଲା।
ଉତ୍ତର ପ୍ରଦେଶ ବାରଣାସୀର ଜଣେ ପ୍ରବାସୀ ଶିବମ ପାଣ୍ଡେ କହିଛନ୍ତି, ପୂର୍ବଥର ସେ ଲକଡାଉନ୍ ବେଳେ ଏଠାରେ ରହିଯାଇଥିଲେ। ହେଲେ ଜୀବିକା ବନ୍ଦ ହେବା ପରେ ଅନେକ ସମସ୍ୟାର ସମ୍ମୁଖୀନ ହୋଇଥିଲେ। ତେଣୁ ଏବେ କୋଭିଡ୍ ବ୍ୟାପିଲାଣି। ଆସନ୍ତା ୧୫ ଦିନ ପାଇଁ ବିଭିନ୍ନ ନିୟମ କଡ଼ାକଡ଼ି ମଧ୍ୟ ହୋଇଛି। ଗତବର୍ଷ ପରି ଅସୁବିଧାର ସମ୍ମୁଖୀନ ନହେବାକୁ ସେ ଘରକୁ ବାହାରିଛନ୍ତି ବୋଲି କହିଛନ୍ତି।
ସେହିପରି ପୁଣେ ସ୍ଥିତ ଫେଡେରେସନ ଅଫ୍ ଚକନ ଇଣ୍ଡଷ୍ଟ୍ରିସଜର ସେକ୍ରେଟେରୀ ଦିଲେଲ ବଟଓ୍ୱାଲ କହିଛନ୍ତି, ଶିଳ୍ପାଞ୍ଚଳରେ ମୋଟ୍ ୫ ଲକ୍ଷ ଶ୍ରମିକ କାମ କରନ୍ତି। ସେଥିମଧ୍ୟରୁ ୧୦ ପ୍ରତିଶତ ଏବେ ଘରକୁ ପଳାଇଛନ୍ତି। ଲକଡାଉନ ଭୟରେ ପ୍ରବାସୀମାନେ ଗାଁକୁ ପଳାଉଛନ୍ତି ବୋଲି ସେ କହିଛନ୍ତି। ଲକଡାଉନ ନେଇ ଚର୍ଚ୍ଚା ଆରମ୍ଭ ହେବା ପରେ ସପ୍ତାହକ ମଧ୍ୟରେ ଏହିସବୁ ପ୍ରବାସୀ ଶ୍ରମିକ ଘରକୁ ପଳାଇଥିବା କହିଛନ୍ତି।
The Confederation of Real Estate Developers Associations of India (କ୍ରେଡାଇ) ମଧ୍ୟ ପ୍ରବାସୀ ଶ୍ରମିକଙ୍କୁ ଆତଙ୍କିତ ନହୋଇ ଧୌର୍ଯ୍ୟ ରଖିବାକୁ କହିଛି। ସମସ୍ତ ଶିଳ୍ପ ସଂସ୍ଥା ଶ୍ରମିକଙ୍କ ପାଇଁ ଆବଶ୍ୟକ ଚିକିତ୍ସା ଯୋଗାଇ ଦେବା ଦରକାର ବୋଲି ଏହି ସଂସ୍ଥା କହିଛି।
ସୂଚନାଯୋଗ୍ୟ, ବିଗତ ୨୪ ଘଣ୍ଟାରେ ମହାରାଷ୍ଟ୍ରରେ ୬୦ ହଜାରରୁ ଅଧିକ ନୂଆ ମାମଲା ସାମ୍ନାକୁ ଆସିଛି। ମହାରାଷ୍ଟ୍ରରେ କୋଭିଡ ସଂକ୍ରମିତଙ୍କ ସଂଖ୍ୟା ବଢ଼ୁଥିବା ଦେଖି ଆଜିଠାରୁ ସାରା ରାଜ୍ୟରେ ୧୪୪ ଧାରା ଲାଗୁ ହେବ। ମଙ୍ଗଳବାର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ଏହି ଘୋଷଣା କରିଛନ୍ତି। ଆଜି ରାତି ୮ଟାରୁ ଏହି କଟକଣା ଆସନ୍ତା ୧୫ ଦିନ ପାଇଁ ଲାଗୁ ହେବ।
The post ବଢ଼ୁଛି ସଂକ୍ରମଣ, ପୁଣି ଗାଁ ମୁହାଁ ପ୍ରବାସୀ appeared first on Odisha Reporter.
from Odisha Reporter https://ift.tt/2Qq2jjD
No comments:
Post a Comment