ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ କରୋନା ଗ୍ରାଫ ଉପରମୁହାଁ ଥିବା ବେଳେ ସବୁଦିନ ଲମ୍ବ ଡିଆଁ ମାରୁଛି ମହାମାରୀ। ଏପରି ସ୍ଥିତି ଲାଗି ରହିଲେ ଗୁରୁତର ରୋଗୀଙ୍କୁ ମେଡିକାଲ ସୁବିଧା ଯୋଗାଇବାକୁ ପୁଣିଥରେ ଆଜିଠାରୁ ଖୋଲିବ ଆଦିତ୍ୟ ଅଶ୍ୱିନୀ କୋଭିଡ୍ ହସ୍ପିଟାଲ । ଦ୍ରୁତ ସଂକ୍ରମଣକୁ ଦୃଷ୍ଟିରେ ରଖି ବିଏମ୍ସି ଏହି ପଦକ୍ଷେପ ନେଇଛି । ଆଇସିୟୁ ସହ ମୋଟ ୧୫୦ ଶଯ୍ୟା ବିଶିଷ୍ଟ କୋଭିଡ ହସ୍ପିଟାଲ ପୁନଃ କାର୍ଯ୍ୟକ୍ଷମ ହେବ ।
ସମ କୋଭିଡ ହସ୍ପିଟାଲର ଶଯ୍ୟା ସଂଖ୍ୟା ୨୫୦ରୁ ୫ଶହକୁ ବୃଦ୍ଧି କରାଯାଇଛି । ସେହିଭଳି ପଟିଆରେ ୬୦ ଓ ଡୁମଡୁମାରେ ୪୫ ଶଯ୍ୟା ବିଶିଷ୍ଟ କୋଭିଡ କେୟାର ସେଣ୍ଟର ଖୋଲିବାକୁ ନିଷ୍ପତ୍ତି ହୋଇଛି । ଏହାପୂର୍ବରୁ ଘାଟିକିଆ, ଗଜପତିନଗର ଓ କିଟ୍ରେ ୩ଟି OYO ହୋଟେଲରେ ୪୦ ଶଯ୍ୟା ବିଶିଷ୍ଟ ଦେୟଯୁକ୍ତ ସଂଗରୋଧ ଗୃହ କରାଯାଇଛି।
ଆଜି ବାଣୀବିହାର କ୍ୟାମ୍ପସରେ ଶତାଧିକ ଛାତ୍ର ଓ କର୍ମଚାରୀଙ୍କ କୋଭିଡ୍ ଟେଷ୍ଟ କରାଯାଇଛି । ସେମାନଙ୍କର ରିପୋର୍ଟ ଆଜି ଆସିବ । ଓୟୁଏଟିର ୪ ନମ୍ବର ଛାତ୍ରାବାସରେ ୪ଜଣ ପଜିଟିଭ୍ ଚିହ୍ନଟ ହେବା ପରେ ଅନ୍ୟ ଅନ୍ତେବାସୀଙ୍କ ସମେତ କର୍ମଚାରୀଙ୍କ ଟେଷ୍ଟିଂ କରିବାକୁ ନିଷ୍ପତ୍ତି ନିଆଯାଇଛି । ଆବଶ୍ୟକ ସ୍ଥଳେ ଶିକ୍ଷାନୁଷ୍ଠାନକୁ ସିଲ କରିବାକୁ ମଧ୍ୟ ବିଏମସି ଯୋଜନା କରୁଥିବା ଜଣାପଡିଛି।
ସୂଚନାଯୋଗ୍ୟ, ରାଜ୍ୟରେ ଗତ ୨୪ ଘଣ୍ଟାରେ ୨୨୬୭ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୧୩୧୪ ଜଣ କ୍ୱାରେଣ୍ଟାଇନ୍ରେ ଥିଲେ। ବାକି ୯୫୩ଟି ହେଉଛି ଲୋକାଲ୍ କେସ୍। ସେହିପରି ଆଉ ୩ ଜଣଙ୍କର ମୃତ୍ୟୁ ଘଟିଛି। ସୁନ୍ଦରଗଡ଼ ଜିଲ୍ଲାରୁ ସର୍ବାଧିକ ୪୫୮ ଜଣ ଚିହ୍ନଟ ହୋଇଥିବା ବେଳେ ଖୋର୍ଦ୍ଧାରୁ ୩୪୮, ବରଗଡ଼ରୁ ୧୨୦, କଟକରୁ ୧୧୭, ନବରଙ୍ଗପୁରରୁ ୧୦୪, ନୂଆପଡ଼ାରୁ ୧୦୪ ଓ ସମ୍ବଲପୁରରୁ ୧୨୦ ଜଣ ଚିହ୍ନଟ ହୋଇଛନ୍ତି।
The post ଲମ୍ବ ଡିଆଁ ମାରୁଛି ମାହାମାରୀ; ଆଜିଠୁ ଖୋଲିବ ଆଦିତ୍ୟ ଅଶ୍ୱିନୀ କୋଭିଡ୍ ହସ୍ପିଟାଲ appeared first on Odisha Reporter.
from Odisha Reporter https://ift.tt/3ti0y6U
No comments:
Post a Comment