ସପ୍ତାହକ ତଳେ ଟିକା ନେଇଥିଲେ, ଆଜି ପଜିଟିଭ ହେଲେ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, April 14, 2021

ସପ୍ତାହକ ତଳେ ଟିକା ନେଇଥିଲେ, ଆଜି ପଜିଟିଭ ହେଲେ

ମୁମ୍ବାଇ: ବେକାକୁ ହେଲାଣି ମହାମାରୀ କରୋନା। ସାରା ଦେଶରେ ଲଗାତର ବଢ଼ି ଚାଲିଛି କରୋନା ସଂକ୍ରମଣ ମାମଲା। ମହାରାଷ୍ଟ୍ରର ମୁମ୍ବାଇରେ ଦ୍ରୁତ ଗତିରେ ସଂକ୍ରମଣ ବଢ଼ିଚାଲିଛି। ଏହାରି ଭିତରେ ଅନେକ ବଲିଉଡ ଠାରୁ ଆରମ୍ଭ କରି ଟେଲିଭିଜନ ଜଗତର କଳାକାର ମଧ୍ୟ କରୋନାରେ ଆକ୍ରାନ୍ତ ହୋଇସାରିଲେଣି।

ଏବେ ବଲିଉଡର ପ୍ରସିଦ୍ଧ ଅଭିନେତା ଆଶୁତୋଷ ରାଣା ମଧ୍ୟ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ଗତ ୬ ତାରିଖରେ ସେ କରୋନା ଟିକାର ପ୍ରଥମ ଡୋଜ୍‌ ନେଇଥିଲେ। ଆଜି ତାଙ୍କ କରୋନା ରିପୋର୍ଟ ପଜିଟିଭ ଆସିଛି। ଏନେଇ ସେ ନିଜେ ସୋଶାଲ ମିଡିଆରେ ଫଟୋ ସେଆର କରି ସୂଚନା ଦେଇଛନ୍ତି।

ସେ ଫଟୋ ସେଆର କରି ବେଶ୍‌ ମଜାଳିଆ ଢ଼ଙ୍ଗରେ କହିଛନ୍ତି, “ଆଜି ଭାରତୀୟ ନବ ବର୍ଷ, ଏହାକୁ ଚୈତ୍ର ନବରାତ୍ର ମଧ୍ୟ କୁହାଯାଏ। ଆଜିଠୁ ନଅ ଦିନ ଯାଏ ଜଗତଜନନୀ ମା’ ଦୁର୍ଗାଙ୍କ ପୂଜାର୍ଚ୍ଚନା କରାଯିବ। ଏଭଳି ଅତ୍ୟନ୍ତ ଶୁଭ ଦିନରେ ଯଦି ଆପଣଙ୍କୁ ଆପଣଙ୍କ ଭିତରେ କରୋନା ଭୂତାଣୁ ଥିବା ସୂଚନା ମିଳେ ତେବେ ତା’ଠାରୁ ଶୁଭ ଆଉ କିଛି ନୁହେଁ।”

ସୂଚନାଯୋଗ୍ୟ ଯେ ମୁମ୍ବାଇ ସ୍ଥିତ ଟିକାକେନ୍ଦ୍ରରେ ଅଭିନେତ୍ରୀ ରେଣୁକା ସହାଣେ ଓ ଅଭିନେତା ଆଶୁତୋଷ ରାଣା ଗତ ଏପ୍ରିଲ ୬ ତାରିଖରେ କୋଭିଡ-୧୯ ଟିକାର ପ୍ରଥମ ଡୋଜ୍‌ ନେଇଥିଲେ।

ଅଭିନେତା ଆଶୁତୋଷ ରାଣାଙ୍କୁ ଶେଷ ଥର ପାଇଁ ଫିଲ୍ମ `ପଗଲେଟ୍‌’ରେ ଦେଖିବାକୁ ମିଳିଥିଲା। ଏହି ଫିଲ୍ମର ଲିଡ୍‌ ରୋଲରେ ସାନ୍ୟା ମଲହୋତ୍ରା, ଶିବା ଚଡ୍ଡା, ଅଶୁତୋଷ ରାଣା, ରଘୁବୀର ଯାଦବ ଏବଂ ସୟାନି ଗୁପ୍ତା ପ୍ରମୁଖ ଥିଲେ। ନେଟ୍‌ଫ୍ଲିକ୍ସରେ ଗତ ସପ୍ତାହରେ ଏହି ଫିଲ୍ମଟି ରିଲିଜ ହୋଇଥିଲା।

हमारा शरीर एक दुर्ग की भाँति होता है उसमें नौ द्वार होते हैं, उन नौ द्वारों के भीतर विराजमान परम चेतना, उनकी रक्षा करने…

Posted by Ashutosh Rana on Tuesday, April 13, 2021

The post ସପ୍ତାହକ ତଳେ ଟିକା ନେଇଥିଲେ, ଆଜି ପଜିଟିଭ ହେଲେ appeared first on Odisha Reporter.



from Odisha Reporter https://ift.tt/3tgRjUl

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages