ପୁଲିସ ପୁଅର ମୃତ୍ୟୁ ଖବର ଶୁଣି ମା’ର ମୃତ୍ୟୁ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, April 11, 2021

ପୁଲିସ ପୁଅର ମୃତ୍ୟୁ ଖବର ଶୁଣି ମା’ର ମୃତ୍ୟୁ

ପାଟନା: ବିହାର କିଶନଗଞ୍ଜ ଥାନା ଅଧିକାରୀ ଅଶ୍ୱିନୀ କୁମାର ଏକ ଚୋରି ମାମଲାରେ ତଦନ୍ତ ପାଇଁ ପଶ୍ଚିମବଙ୍ଗ ଯାଇଥିଲେ। ସେଠାରେ ସେ ହତ୍ୟାର ଶିକାର ହୋଇଛନ୍ତି। ଥାନା ଅଧିକାରୀ ଅଶ୍ୱିନୀ କୁମାରଙ୍କ ମର ଶରୀର ନିଜ ବାସସ୍ଥାନକୁ ଫେରୁଥିବା ଖବର ଶୁଣି ତାଙ୍କ ମାଙ୍କର ମଧ୍ୟ ବିୟୋଗ ହୋଇଛି। ଯାହାକୁ ନେଇ ମୃତ ପୁଲିସ ଅଧିକାରୀଙ୍କ ପରିବାର ଲୋକେ ସ୍ତବ୍ଧ। ଏକାଥରେ ମା ଓ ପୁଅର ମୃତ ଶରୀର ଏବେ କୋକେଇରେ ମଶାଣୀକୁ ଯିବ। ଆଉ ଏହି ତଦନ୍ତରେ ସାମିଲ ଥିବା ଅନ୍ୟ ୭ ପୁଲିସ ଅଧିକାରୀଙ୍କୁ ସରକାର ନିଲମ୍ୱନ କରିଛନ୍ତି। କାର୍ଯ୍ୟରେ ଅବହେଳା ଦର୍ଶାଇ ସରକାର ନିଲମ୍ୱନ କରିଛନ୍ତି। ମୃତକଙ୍କ ପରିବାର ଲୋକଙ୍କୁ ଚାକିରି ସହିତ କ୍ଷତିପୂରଣ ରାଶି ଦିଆଯିବ ବୋଲି ସରକାର ପ୍ରତିଶ୍ରୁତି ଦେଇଛନ୍ତି।

ବିହାର କିଶନଗଞ୍ଜ ଏରିଆରେ ଗୋଟିଏ ବାଇକ୍ ଚୋରି ହୋଇଥିଲା। ଏହି ଚୋରି ମାମଲାର ତଦନ୍ତ କରିବାକୁ ଯାଇ ଅଶ୍ୱିନୀ କୁମାର ପଶ୍ଚିମବଙ୍ଗର ଗ୍ୱାଲପୋଖର ଥାନା ଅଧୀନରେ ଥିବା ପନ୍ତାପଡା ଗାଁରେ ରେଡ୍ କରିଥିଲେ। ଆଉ ସ୍ଥାନୀୟ ଲୋକମାନେ ଅଶ୍ୱୀନୀ କୁମାରଙ୍କ ଉପରେ ଆକ୍ରମଣ କରିଥିଲେ। ଆଉ ଏଥିରେ ଅଶ୍ୱିନୀ କୁମାରଙ୍କର ମୃତ୍ୟୁ ହୋଇଥିଲା। ଶନିବାର ସକାଳ ଭୋର ୩ଟାରେ ଏହି ହତ୍ୟାକାଣ୍ଡ ଘଟିଥିଲା। ଆଉ ଆକ୍ରମଣ ଅଭିଯୋଗରେ ଅଭିଯୋଗରେ ପନ୍ତପଡାରୁ ତିନି ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି। ମୁଖ୍ୟ ଅଭିଯୁକ୍ତ ଫିରୋଜ ଆଲାମ ତାର ଭାଇ ଆବୁଜାର ଆଲାମ ଏବଂ ମା ଶାହିନୁର ଖାତୁନ। ଏହି ଘଟଣାରେ ପଶ୍ଚିମବଙ୍ଗ ଡିଜିପି ମଧ୍ୟ ଦୁଃଖ ପ୍ରକାଶ କରିଛନ୍ତି। ଦୋଷୀ ଆଇନ୍ ଅନୁଯାୟୀ ଦଣ୍ଡ ପାଇବ। ପଶ୍ଚିମବଙ୍ଗ ପୁଲିସ ସମସ୍ତ ପ୍ରକାର ତଦନ୍ତରେ ସହଯୋଗ କରିବ ବୋଲି ବିହାର ଡିଜିପିକୁ କହିଥିବା ସୂଚନା ରହିଛି।

ମୃତ ଥାନାଧିକାରୀ ଅଶ୍ୱିନୀଙ୍କ ପରିବାର ଲୋକେ କହିଛନ୍ତି ଯେ ଯଦି ସାଙ୍ଗରେ ଯାଇଥିବା ପୁଲିସ ଫୋର୍ସ ସେଠାରେ ଉପସ୍ଥିତ ରହିଥାନ୍ତେ ଓ ପାଖରେ ଥିବା ଗୁଳି ଫୁଟାଇଥାନ୍ତେ ତାହେଲେ ଏଭଳି ପରିସ୍ଥିତି କେବେ ଉପୁଜି ନଥାନ୍ତା।

The post ପୁଲିସ ପୁଅର ମୃତ୍ୟୁ ଖବର ଶୁଣି ମା’ର ମୃତ୍ୟୁ appeared first on Odisha Reporter.



from Odisha Reporter https://ift.tt/3dNCfHq

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages