୧୨ ଏପ୍ରିଲ୍‌, ସୋମବାର: ପରିବାରରେ ଅଶାନ୍ତି ଦେଖାଦେବ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, April 11, 2021

୧୨ ଏପ୍ରିଲ୍‌, ସୋମବାର: ପରିବାରରେ ଅଶାନ୍ତି ଦେଖାଦେବ

ମେଷ: କର୍ମକ୍ଷେତ୍ରରେ ମାନସମ୍ମାନ ପ୍ରାପ୍ତି ହେବ। ବ୍ୟବସାୟରେ ଆଶାରୁ ଅଧିକ ଲାଭ ହେବ। ମହିଳାମାନେ ଖୁସିରେ ଦିନଟିକୁ ଅତିବାହିତ କରିବେ।

ବୃଷ: କର୍ମକ୍ଷେତ୍ରରେ ବିବାଦ ଦେଖା ଦେଇପାରେ। ପରିବାରରେ ଅଶାନ୍ତି ଦେଖାଦେବ। ବ୍ୟବସାୟରେ ଲାଭ ହେବ।

ମିଥୁନ: ଚାକିରୀ କ୍ଷେତ୍ରରେ ପଦୋନ୍ନତି ହୋଇପାରେ। ବ୍ୟବସାୟରେ ଭଲ ଲାଭ ହେବ। ଗୋମାତାଙ୍କ ସେବା କରନ୍ତୁ ଓ ଅସହାୟଙ୍କୁ ସାହାଯ୍ୟ କରନ୍ତୁ।

କର୍କଟ: ସାମାଜିକ କାର୍ଯ୍ୟରେ ସଫଳତା ପାଇବେ। କର୍ମକ୍ଷେତ୍ରରେ ଉନ୍ନତି ହେବ। ଅସୁସ୍ଥ ଅନୁଭବ କରିବେ।

ସିଂହ: ସମସ୍ତ ଦିଗରୁ ଶୁଭ ଫଳ ପାଇବେ। ଦୂରଯାତ୍ରା କରିପାରନ୍ତି। ସୁସ୍ୱାଦୁ ଖାଦ୍ୟ ଖାଇବେ। କାହା ସହିତ ଯୁକ୍ତିତର୍କ କରନ୍ତୁ ନାହିଁ।

କନ୍ୟା: ବାଦବିବାଦରୁ ଦୂରେଇ ରୁହନ୍ତୁ। ଆର୍ଥିକ ଅଭାବ ଦେଖାଦେଇପାରେ। ଅଯଥାରେ ଖର୍ଚ୍ଚ କରି ପଶ୍ଚାତାପ କରିବେ।

ତୁଳା: ବ୍ୟବସାୟରେ ସ୍ଥିତି ଭଲ ରହିବ। ଶରୀରରେ ଆଘାତ ଲାଗିପାରେ। ଘରକୁ ଅତିଥି ଆସିପାରନ୍ତି। ପ୍ରତିକାର– ଧଳା ରଙ୍ଗର ବସ୍ତ୍ର ବ୍ୟବହାର କରନ୍ତୁ ଓ ଗୋମାତାଙ୍କୁ ଖାଦ୍ୟ ଦିଅନ୍ତୁ।

ବିଛା: ମାନସମ୍ମାନ ବୃଦ୍ଧି ପାଇବ। ନୂଆ ବନ୍ଧୁ ମିଳିବେ। ଦାମ୍ପତ୍ୟ ଜୀବନ ଭଲରେ କଟିବ।

ଧନୁ: ଆୟ ବଢ଼ାଇବାକୁ ନୂଆ ଯୋଜନା ପ୍ରସ୍ତୁତ କରିବେ। ଯେକୌଣସି ନୂଆ କାର୍ଯ୍ୟ ଆରମ୍ଭ କରିପାରିବେ। ଦୁର୍ଘଟଣାଜନିତ କ୍ଷତି ହୋଇପାରେ। ତେଣୁ ସାବଧାନ ରୁହନ୍ତୁ।

ମକର: ଅଫିସ୍‌ରେ କାହା ସହ ଝଗଡ଼ା ହୋଇପାରେ। ଅପରାହ୍ଣ ପରେ ଅସୁସ୍ଥ ଅନୁଭବ କରିବେ। ମହିଳାମାନେ ସନ୍ତାନଙ୍କ ପାଇଁ ଚିନ୍ତିତ ରହିବେ।

କୁମ୍ଭ: କର୍ମକ୍ଷେତ୍ରରେ ସଫଳତା ପାଇବେ। ବନ୍ଧୁଙ୍କ ସହଯୋଗ ପାଇବେ। ଅର୍ଥ ଦିଆନିଆରେ ସତର୍କତା ଅବଲମ୍ବନ କରନ୍ତୁ। ଅପବ୍ୟୟ ହୋଇପାରେ।

ମୀନ: ଅଧା ରହିଥିବା କାର୍ଯ୍ୟ ସମ୍ପୂର୍ଣ୍ଣ ହେବ। ଆୟ ଅପେକ୍ଷା ବ୍ୟୟ ଅଧିକ ହେବ। ଶତ୍ରୁମାନେ ପରାଜିତ ହେବେ।

The post ୧୨ ଏପ୍ରିଲ୍‌, ସୋମବାର: ପରିବାରରେ ଅଶାନ୍ତି ଦେଖାଦେବ appeared first on Odisha Reporter.



from Odisha Reporter https://ift.tt/3mDGJnQ

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages