ବନ୍ଧ ଭାଙ୍ଗୁଛି କରୋନା: ଦିନକରେ ୩୨ ଶହରୁ ଅଧିକ ମୃତ, ୩ ଲକ୍ଷ ୬୧ ହଜାର ଆକ୍ରାନ୍ତ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, April 27, 2021

ବନ୍ଧ ଭାଙ୍ଗୁଛି କରୋନା: ଦିନକରେ ୩୨ ଶହରୁ ଅଧିକ ମୃତ, ୩ ଲକ୍ଷ ୬୧ ହଜାର ଆକ୍ରାନ୍ତ

ନୂଆଦିଲ୍ଲୀ: ମହାମାରୀ କରୋନାର ଦ୍ୱିତୀୟ ଲହର ଦେଶର ସବୁ ବନ୍ଧ ବାଡ଼ ଭାଙ୍ଗି ଦ୍ରୁତଗତିରେ ମାଡ଼ି ଚାଲିଛି। ଦୈନିକ ସଂକ୍ରମଣ ସହ ମୃତ୍ୟୁ ମଧ୍ୟ ତାଳଦେଇ ବଢ଼ିବା ଆରମ୍ଭ ହେଲାଣି। ଗୋଟିଏ ଦିନରେ ପ୍ରଥମଥର ପାଇଁ ଦେଶରେ ୩ ହଜାରୁ ଅଧିକ ଲୋକ ପ୍ରାଣ ହରାଇଛନ୍ତି। ଦେଶର ପ୍ରତିଟି ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳ କରୋନା ପଞ୍ଝାରେ ପଡ଼ି କଲବଲ ହେବାରେ ଲାଗିଛନ୍ତି। ସ୍ଥିତି ଦିନକୁ ଦିନ ବେକାବୁ ହେଉଥିବା ବେଳେ ଲୋକଙ୍କ ମନରେ ଭୟ ମଧ୍ୟ ସୃଷ୍ଟି ହେଲାଣି।

ସଂକ୍ରମଣ ବଢ଼ୁଥିବାରୁ ସ୍ୱାସ୍ଥ୍ୟଭିତ୍ତିଭୂମି ଉପରେ ମଧ୍ୟ ପ୍ରଭାବ ପଡ଼ିଛି। ଅନେକ ହସ୍ପିଟାଲରେ ବେଡ୍‌ ଓ ଅକ୍ସିଜେନର ଅଭାବ ଦେଖାଗଲାଣି। ପ୍ରତିଦିନ ଅକ୍ସିଜେନ ଅଭାବରୁ ବିଭିନ୍ନ ସ୍ଥାନରେ ଲୋକଙ୍କ ମୃତ୍ୟୁ ମଧ୍ୟ ଘଟୁଛି। ଏସବୁ ଭିତରେ କରୋନା ସଂକ୍ରମଣ ଥମିବାର ନାଁ ଧରୁନି। ବରଂ ଦିନକୁ ଦିନ ଅଧିକ ଭୟଙ୍କର ହେବାରେ ଲାଗିଛି।

ଗତ ୨୪ ଘଣ୍ଟାରେ କରୋନା ମହାମାରୀ ସବୁ ରେକର୍ଡ ଭାଙ୍ଗି ଦେଇଛି। ପ୍ରଥମଥର ପାଇଁ ଗୋଟିଏ ଦିନରେ ୩୨୯୩ ଜଣଙ୍କ ମୃତ୍ୟୁ ଘଟିଛି। କରୋନା ଦେଶରେ ପ୍ରବେଶ କରିବା ଦିନଠାରୁ ଏହା ସର୍ବାଧିକ। ସେହିପରି ନୂଆ ମୃତକଙ୍କୁ ମିଶାଇ ଦେଶରେ ମୋଟ କରୋନା ଜନିତ ମୃତ୍ୟୁସଂଖ୍ୟା ୨ ଲକ୍ଷ ପାର କରି ଯାଇଛି।

ଆମେରିକାରେ ସର୍ବାଧିକ ୫.୨୭ ଲକ୍ଷ ଲୋକଙ୍କ ମୃତ୍ୟୁ ଘଟିଥିବା ବେଳେ ୩.୯୨ ଲକ୍ଷ ମୃତ୍ୟୁ ସହ ବ୍ରାଜିଲ ଦ୍ୱିତୀୟ ସ୍ଥାନରେ ରହିଛି। ସେହିପରି ତୃତୀୟ ସ୍ଥାନରେ ଥିବା ମେକ୍ସିକୋରେ କରୋନା ୨.୧୫ ଲକ୍ଷ ଲୋକଙ୍କ ଜୀବନ ନେଇଛି। ଭାରତ ୨,୦୧,୧୮୭ ମୃତ୍ୟୁ ସହ ୪ର୍ଥ ସ୍ଥାନରେ ରହିଛି। ଏହି ୪ ଦେଶ ବ୍ୟତୀତ ରୁଷ, ଫ୍ରାନ୍ସ, ବ୍ରିଟେନ ଓ ଇଟାଲୀରେ ମଧ୍ୟ ୧ ଲକ୍ଷରୁ ଅଧିକ ଲୋକଙ୍କ ଜୀବନ କରୋନାରେ ଆକ୍ରାନ୍ତ ହୋଇ ଯାଇଛି।


ଭାରତରେ କରୋନା ସ୍ଥିତି ଆଗକୁ ଆହୁରି ସାଂଘାତିକ ହେବ ବୋଲି ବିଶେଷଜ୍ଞମାନେ ଆକଳନ କରିଛନ୍ତି। ମେ’ ମାସ ମଧ୍ୟ ଭାଗରେ କରୋନାର ତା’ର ସର୍ବାଧିକ ଗତି ଦେଖାଇବ। ଏହି ସମୟରେ ଦୈନିକ ମୃତ୍ୟୁସଂଖ୍ୟା ୫ ହଜାର ପାର କରିବ ବୋଲି ମଧ୍ୟ ଆଶଙ୍କା ପ୍ରକାଶ ପାଇଛି। ଏସବୁ ଭିତରେ ମେ’ ୧ରୁ ଦେଶରେ ୧୮ ବର୍ଷରୁ ଅଧିକ ବୟସ୍କଙ୍କ ଟିକାକରଣ ଆରମ୍ଭ ହେବ। ଏଥିପାଇଁ ଆଜି ଦିନ ୪ଟାରୁ ଲୋକମାନଙ୍କ ପାଇଁ ପଞ୍ଜୀକରଣ ବ୍ୟବସ୍ଥା ଆରମ୍ଭ ହେବ।

କେନ୍ଦ୍ର ସ୍ୱାସ୍ଥ୍ୟ ବିଭାଗ ଜାରି କରିଥିବା ବୁଲେଟିନ ଅନୁଯାୟୀ, ଗତ ୨୪ ଘଣ୍ଟାରେ ଆଉ ୩,୬୦,୯୬୦ ଜଣଙ୍କ ଟେଷ୍ଟ ରିପୋର୍ଟ ପଜିଟିଭ ଆସିଛି। ଏହା ମଧ୍ୟ କରୋନା ଭାଇରସ ପ୍ରବେଶ କରିବା ଦିନଠାରୁ ସର୍ବାଧିକ ଦୈନିକ ସଂକ୍ରମଣ। ନୂଆ ସଂକ୍ରମିତଙ୍କୁ ମିଶାଇ ଦେଶର ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧,୭୯,୯୭,୨୬୭ରେ ପହଞ୍ଚି ଯାଇଛି।

ଗୋଟିଏ ଦିନରେ ୨,୬୧,୧୬୨ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଗୋଟିଏ ଦିନରେ ଏତେ ସଂଖ୍ୟକ ଲୋକ ସୁସ୍ଥ ହେବା ମଧ୍ୟ ପ୍ରଥମ ଘଟଣା। ଏହାକୁ ମିଶାଇ ଦେଶରେ ମୋଟ ଆରୋଗ୍ୟଙ୍କ ସଂଖ୍ୟା ୧,୪୮,୧୭,୩୭୧ ଛୁଇଁଛି। ଏବେ ଭାରତର ଆକ୍ଟିଭ କେସ୍‌ ସଂଖ୍ୟା ୨୯,୭୮,୭୦୯ ରହିଛି। ସେହିପରି ଏଯାଏ ୧୪,୭୮,୨୭, ୩୬୭ ଜଣଙ୍କୁ କରୋନାର ରକ୍ଷା କବଚ କୁହାଯାଉଥିବା ଟିକା ଦିଆଯାଇ ସାରିଛି।

ଅନ୍ୟପକ୍ଷରେ ମହାରାଷ୍ଟ୍ରରେ ଗୋଟିଏ ଦିନରେ ସର୍ବାଧିକ ୮୯୫ ଜଣ ପ୍ରାଣ ହରାଇଥିବା ବେଳେ ଦିଲ୍ଲୀରେ ୩୮୦ ଜଣଙ୍କ ଜୀବନ ଯାଇଛି।

The post ବନ୍ଧ ଭାଙ୍ଗୁଛି କରୋନା: ଦିନକରେ ୩୨ ଶହରୁ ଅଧିକ ମୃତ, ୩ ଲକ୍ଷ ୬୧ ହଜାର ଆକ୍ରାନ୍ତ appeared first on Odisha Reporter.



from Odisha Reporter https://ift.tt/3sVyeGl

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages