କୋଭିଡ ଯୁଦ୍ଧରେ ସାମିଲ ହେବେ ଘରୋଇ ହସ୍ପିଟାଲ ଡାକ୍ତର, ଅମାନିଆ ହେଲେ କାର୍ଯ୍ୟାନୁଷ୍ଠାନ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, April 30, 2021

କୋଭିଡ ଯୁଦ୍ଧରେ ସାମିଲ ହେବେ ଘରୋଇ ହସ୍ପିଟାଲ ଡାକ୍ତର, ଅମାନିଆ ହେଲେ କାର୍ଯ୍ୟାନୁଷ୍ଠାନ

ସୁନ୍ଦରଗଡ଼(ବିଜୟ ବରୁଆ):ରାଜ୍ୟରେ ଦିନକୁ ଦିନ ବିଗୁଡ଼ିଛି କରୋନା ସ୍ଥିତି। ଦୈନିକ ପୁଳା ପୁଳା ପଜିଟିଭ ଚିହ୍ନଟ ହେଉଥିବା ବେଳେ ସେମାନଙ୍କୁ ଉପଯୁକ୍ତ ସ୍ୱାସ୍ଥ୍ୟ ସେବା ଯୋଗାଇବା କାଠିକର ପାଠ ହୋଇପଡ଼ୁଛି। ଏଥିନିମନ୍ତେ ଡାକ୍ତରଙ୍କ ଅଭାବ ପଡ଼ୁଥିବା ବେଳେ ଏନେଇ ଏକ କଠୋର ନିଷ୍ପତ୍ତି ନେଇଛନ୍ତି ସୁନ୍ଦରଗଡ଼ ଜିଲ୍ଲାପାଳ।

ସୁନ୍ଦରଗଡ଼ ଜିଲ୍ଲାରୁ ଦୈନିକ ଶହ ଶହ ପଜିଟିଭ ଚିହ୍ନଟ ହେଉଥିବା ବେଳେ ସେମାନଙ୍କୁ ଉପଯୁକ୍ତ ସେବା ଯୋଗାଇବାକୁ  ଜିଲ୍ଲାରେ କାର୍ଯ୍ୟରତ ଘରୋଇ ଡାକ୍ତରମାନଙ୍କୁ  ନିଯୁକ୍ତ କରାଯିବ।  ଯେଉଁମାନେ ଏହି ନିର୍ଦ୍ଦେଶ ପାଳନ ନକରିବେ ସେମାନଙ୍କ ବିରୋଧରେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ନିର୍ଦ୍ଦେଶ ଦେଇଛନ୍ତି ସୁନ୍ଦରଗଡ଼ ଜିଲ୍ଲାପାଳ ନିଖିଲ ପବନ କଲ୍ୟାଣ।

ଓଡ଼ିଶା ବିପର୍ଯ୍ୟୟ ପରିଚାଳନା ଆଇନରେ ଦିଆଯାଇଥିବା କ୍ଷମତାକୁ ଆଧାର କରି ସୁନ୍ଦରଗଡ଼ ଜିଲ୍ଲାପାଳ ଏ ସମ୍ପର୍କରେ ଏକ ନିର୍ଦ୍ଦେଶ ଜାରି କରିଛନ୍ତି ।  ଏଥିପାଇଁ ଡାକ୍ତରମାନଙ୍କ ନାମ ତାଲିକା ଦେବାକୁ ବିଭିନ୍ନ ଘରୋଇ ଚିକିତ୍ସାଳୟକୁ କୁହାଯାଇଛି । ନିହାତି ଆବଶ୍ୟକ ପ଼ଡିଲେ ସେମାନଙ୍କୁ ସ୍ୱାସ୍ଥ୍ୟ ସେବା ପାଇଁ ନିୟୋଜିତ କରାଯିବ । ସଂପୃକ୍ତ ଡାକ୍ତରମାନେ ଏହି ସମୟରେ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀଙ୍କ ନିର୍ଦ୍ଦେଶ ଅନୁଯାୟୀ କାର୍ଯ୍ୟ କରିବେ ।

ସୂଚନାଯୋଗ୍ୟ, ଆଜି ଜିଲ୍ଲାରୁ ୭୪୫ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଗତକାଲି ଜିଲ୍ଲାରୁ ୪୭୪ ପଜିଟିଭ ବାହାରିଥିଲେ।

The post କୋଭିଡ ଯୁଦ୍ଧରେ ସାମିଲ ହେବେ ଘରୋଇ ହସ୍ପିଟାଲ ଡାକ୍ତର, ଅମାନିଆ ହେଲେ କାର୍ଯ୍ୟାନୁଷ୍ଠାନ appeared first on Odisha Reporter.



from Odisha Reporter https://ift.tt/3t7fJ1E

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages