ନୂଆଦିଲ୍ଲୀ: ଦେଶର ପୂର୍ବତନ ଆଟର୍ଣ୍ଣି ଜେନେରାଲ ସୋଲି ସୋରାବଜୀଙ୍କର ମୃତ୍ୟୁ ଘଟିଛି। ଶୁକ୍ରବାର ସେ ଅନ୍ତିମ ନିଃଶ୍ୱାସ ନେଇଛନ୍ତି। ତାଙ୍କ ପରିବାର ଏହି ସୂଚନା ଦେଇଛନ୍ତି। ମୃତ୍ୟୁ ବେଳକୁ ତାଙ୍କୁ ୯୧ ବର୍ଷ ହୋଇଥିଲା। ସୋଲି ସୋରାବଜୀ ୧୯୮୯ ରୁ ୧୯୯୦ ପର୍ଯ୍ୟନ୍ତ ଦେଶର ଆଟର୍ଣ୍ଣି ଜେନେରାଲ୍ ହୋଇଥିଲେ। ଏହାପରେ ୧୯୯୮ରୁ ୨୦୦୪ ପର୍ଯ୍ୟନ୍ତ ମଧ୍ୟ ସେ ପୁଣି ଥରେ ଏହି ପଦବୀରେ ଥିଲେ।
ପୂର୍ବତନ ଆଟର୍ଣ୍ଣି ଜେନେରାଲ ସୋଲି ସୋରାବଜୀ ୧୯୩୦ ମସିହାରେ ବମ୍ବେରେ ଜନ୍ମଗ୍ରହଣ କରିଥିଲେ। ସୋରାବଜୀ ୧୯୫୩ ମସିହାରେ ବମ୍ବେ ହାଇକୋର୍ଟରେ ଓକିଲାତି ପ୍ରାକ୍ଟିସ କରିଥିଲେ। ତା’ପରେ ୧୯୭୧ ମସିହାରେ ସୋରାବଜୀ ସୁପ୍ରିମକୋର୍ଟର ସିନିଅର କାଉନସେଲ ହୋଇଥିଲେ। ଏହା ପରେ ସେ ଦୁଇଥର ଦେଶର ଆଟର୍ଣ୍ଣି ଜେନେରାଲ ହୋଇଥିଲେ।
ସୋଲି ସୋରାବଜୀଙ୍କ ଦେହାନ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଟ୍ୱିଟ୍ କରି ଶୋକ ପ୍ରକାଶ କରିଛନ୍ତି। ସେ କହିଛନ୍ତି, ସୋରାବଜୀ ଜଣେ ବିଦ୍ୱାନ ଲୋକ ସହିତ ବୁଦ୍ଧିଜୀବୀ ଥିଲେ। ଆଇନ ଜରିଆରେ ଅନେକ ଗରିବ ଲୋକଙ୍କୁ ସେ ସାହାଯ୍ୟ କରିଥିଲେ। ତାଙ୍କର ଉଲ୍ଲେଖନୀୟ କାର୍ଯ୍ୟକାଳାପ ପାଇଁ ସେ ଭାରତର ଆଟର୍ଣ୍ଣି ଜେନେରାଲ୍ ଭାବରେ ସବୁଦିନ ପାଇଁ ସ୍ମରଣୀୟ ହୋଇ ରହିବେ।
Shri Soli Sorabjee was an outstanding lawyer and intellectual. Through law, he was at the forefront of helping the poor and downtrodden. He will be remembered for his noteworthy tenures India’s Attorney General. Saddened by his demise. Condolences to his family and admirers.
— Narendra Modi (@narendramodi) April 30, 2021
ସେହିପରି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ମଧ୍ୟ ସୋରାବଜୀଙ୍କ ବିୟୋଗରେ ଟ୍ୱିଟ୍ କରି ଶୋକ ପ୍ରକାଶ କରିଛନ୍ତି। ସେ କହିଛନ୍ତି, ପୂର୍ବତନ ଆଟର୍ଣ୍ଣି ଜେନେରାଲ୍ ତଥା ଭେଟେରାନ୍ ଆଇନଜୀବୀ ସୋଲି ସୋରାବଜୀ ଦୁଃଖ ଦାୟକ ଖବର। ସେ ସମ୍ବିଧାନ ବାବଦରେ ଜଣାଥିବା ଅନ୍ୟତମ ବିଦ୍ୱାନ ବ୍ୟକ୍ତି ଥିଲେ ବୋଲି କହିଛନ୍ତି।
Deeply pained by the demise of India’s former Attorney General and veteran jurist, Shri Soli Sorabjee. He was an exceptional legal mind and a great scholar of our constitution. His services to the nation will always be remembered. My heartfelt condolences to his bereaved family.
— Rajnath Singh (@rajnathsingh) April 30, 2021
ସେହିପରି ବିଜେପିର ରାଷ୍ଟ୍ରୀୟ ଉପସଭାପତି ବୈଜୟନ୍ତ ପଣ୍ଡା ସୋଲି ସୋରାବଜୀଙ୍କ ବିୟୋଗରେ ଶୋକ ପ୍ରକାଶ କରିଛନ୍ତି। ଦେଶର ଜଣେ ବରିଷ୍ଠ ଆଇନଜୀବୀଙ୍କ ବିୟୋଗରେ ସେ ଦୁଃଖ ପ୍ରକାଶ କରିଛନ୍ତି।ପୂର୍ବତନ ଆଟର୍ଣ୍ଣି ଜେନେରାଲ୍ ଜଣେ ଭଦ୍ରବ୍ୟକ୍ତି ଥିଲେ। କୋର୍ଟ ବାବଦରେ ଗଭୀର ଜ୍ଞାନ ରଖିଥିଲେ।
Deeply saddened at the passing of a giant of India's legal fraternity. It was my great honour to have known former attorney general, 'Padma Vibhushan' Soli Sorabjee. He was a true gentleman, master of court craft, stood by high principles & mentored many top lawyers
Om Shanti pic.twitter.com/6DJoiBTJ78— Baijayant Jay Panda (@PandaJay) April 30, 2021
The post ପରଲୋକରେ ସୋଲି ସୋରାବଜୀ appeared first on Odisha Reporter.
from Odisha Reporter https://ift.tt/3nxZc5X
No comments:
Post a Comment