୩ ମାସ ପରେ ଜାଲରେ ପଡ଼ିଲା , ଏବେ ଖୋଲିବ ଝରାଫୁଲର ଡେଥ୍‌ ମିଷ୍ଟ୍ରି ! - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, April 22, 2021

୩ ମାସ ପରେ ଜାଲରେ ପଡ଼ିଲା , ଏବେ ଖୋଲିବ ଝରାଫୁଲର ଡେଥ୍‌ ମିଷ୍ଟ୍ରି !

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର)ରମାଦେବୀ ଛାତ୍ରୀ ଝରାଫୁଲ ମୃତ୍ୟୁ ଘଟଣାରେ  ଆଉ ଜଣେ ଅଭିଯୁକ୍ତକୁ ଗିରଫ କରିଛି  ଯାଜପୁର ପୁଲିସ। ଫେରାର ଅଭିଯୁକ୍ତ ଶକ୍ତିଶେଖର ସ୍ୱାଇଁକୁ ଗିରଫ କରିଛି ପୁଲିସ। ଶକ୍ତିଶେଖରକୁ ଭୁବନେଶ୍ୱରରୁ ଗିରଫ କରାଯାଇଛି। ଏନେଇ ଯାଜପୁର ଏସପି ସୂଚନା ଦେଇଛନ୍ତି।

ପ୍ରଥମେ ମୁଖ୍ୟ ଅଭିଯୁକ୍ତ ରାକେଶ ସ୍ୱାଇଁଙ୍କୁ ଗିରଫ କରାଯାଇଥିଲା ବେଳେ କିଛି ଦିନ ପୂର୍ବେ ଏହି ଘଟଣାର ଅନ୍ୟତମ ଅଭିଯୁକ୍ତ ଅମରେଶ ରାଉତଙ୍କୁ ଗିରଫ କରାଯାଇଥିଲା। ତେବେ ମୋଟ ୩ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି। ଝରାଫୁଲଙ୍କ ମୃତଦେହକୁ ସ୍କୁଟିରେ ନେଇ ଫିଙ୍ଗିବାରେ ସହଯୋଗ କରିଥିଲା ଶେଖର। ସେହିପରି ରାକେଶ ଏବଂ ଝରାଫୁଲଙ୍କ ପାଇଁ ହୋଟେଲ୍‌ ରୁମ୍‌ ବୁକ୍‌ କରିଥିଲା ଅମରେଶ।

ସେ ଝରାଫୁଲ ଓ ରାକେଶକୁ ଜାନୁୟାରୀ ୨୬ତାରିଖରେ ଖଣ୍ଡଗିରି ଥାନା ଅନ୍ତର୍ଗତ ଧର୍ମବିହାରର ଶିବସାଇ ଗେଷ୍ଟହାଉସରେ ୨୦୧ ନମ୍ବର ରୁମ୍‍ରେ ରଖାଇବାର ବ୍ୟବସ୍ଥା କରିଥିଲା।  ସେ ମୁଖ୍ୟ ଅଭିଯୁକ୍ତ ରାକେଶ ସ୍ୱାଇଁର ସାଙ୍ଗ ଓ ଉଭୟ ଗୋଟିଏ ଗାଁର। ଏବେ ତୃତୀୟ ଅଭିଯୁକ୍ତ ଧରାପଡ଼ିଥିବାରୁ ଝରାଫୁଲର ମୃତ୍ୟୁର ପ୍ରକୃତ ଗୁମର ଖୋଲିବ ବୋଲି କୁହାଯାଉଛି।

The post ୩ ମାସ ପରେ ଜାଲରେ ପଡ଼ିଲା , ଏବେ ଖୋଲିବ ଝରାଫୁଲର ଡେଥ୍‌ ମିଷ୍ଟ୍ରି ! appeared first on Odisha Reporter.



from Odisha Reporter https://ift.tt/3ekvPQp

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages