ନୂଆଦିଲ୍ଲୀ: ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଦେଖି ସମସ୍ତ ସରକାର ଏବେ ଛାନିଆ। ସଂକ୍ରମଣ ଯେଉଁ ହାରରେ ବଢ଼ୁଛି ସେ ତୁଳନାରେ ସ୍ୱାସ୍ଥ୍ୟ ଭିତ୍ତିଭୂମି ନଥିବାରୁ ରାଜ୍ୟ ଓ କେନ୍ଦ୍ର ସରକାର ଏବେ ଚିନ୍ତାରେ। ଏହାରି ଭିତରେ କିନ୍ତୁ ଦିଲ୍ଲୀ ସୀମାରେ ଚାଷୀଙ୍କ ଆନ୍ଦୋଳନ ଆହୁରି ଜୋରଦାର ହେବାକୁ ଯାଉଛି। ବୁଧବାର ଦିଲ୍ଲୀରେ ୨୪,୬୩୮ ଜଣ କରୋନାରେ ସଂକ୍ରମିତ ହୋଇଥିବା ବେଳେ ୨୪୯ ଜଣଙ୍କର ମୃତ୍ୟୁ ହୋଇଛି। ଏବେ କରୋନା ସଂକ୍ରମିତଙ୍କ ସଂଖ୍ୟା ୩୧.୨୮ ପ୍ରତିଶତ ବୃଦ୍ଧି ପାଇଥିବା ସୂଚନା ରହିଛି। ଦିଲ୍ଲୀରେ ଆବଶ୍ୟକ ସଂଖ୍ୟକ ହସ୍ପିଟାଲ ନଥିବାରୁ ଏହାକୁ ନେଇ ଦିଲ୍ଲୀ ସରକାର ଏବେ ଚିନ୍ତାରେ।
କେନ୍ଦ୍ରର ତିନି କୃଷି ଆଇନକୁ ବିରୋଧ କରି ଦିଲ୍ଲୀ ସୀମାରେ ଆନ୍ଦୋଳନରେ ବସିଛନ୍ତି ଚାଷୀ। ଏହାରି ଭିତରେ ଆନ୍ଦୋଳନକୁ ଜୋରଦାର କରିବାକୁ ଆହ୍ୱାନ କରିଛି ଚାଷୀ ସଂଗଠନ। ଚାଷୀ ଅମଳ କରିସାରିଛନ୍ତି। ତେଣୁ ଏବେ ପୁଣିଥରେ ଦିଲ୍ଲୀ ସୀମାକୁ ଆସୁଥିବା ଜଣାପଡ଼ିଛି।
ଭାରତ କିସାନ ୟୁନିଅନର ମୁଖ୍ୟ ଗୁରୁନମ ସିଂ ଚାରୁନି କହିଛନ୍ତି, ଦିଲ୍ଲୀର ଅନେକ ସୀମାରେ ବିରୋଧ କରୁଥିବା ଚାଷୀଙ୍କୁ ହଟାଇବାକୁ ସରକାର ଯୋଜନା କରୁଥିବା ଅଭିଯୋଗ କରିଛନ୍ତି। ଯଦି ସରକାର ଚାଷୀଙ୍କୁ ହଟାଇବା ପାଇଁ ବଳ ପ୍ରୟୋଗ କରନ୍ତି ତେବେ ପରିସ୍ଥିତି ତିକ୍ତ ହୋଇପାରେ।
ଗତକାଲି ବିଭିନ୍ନ କୃଷକ ସଂଗଠନ କହିଛନ୍ତି ଯେ କେନ୍ଦ୍ରର ତିନି କୃଷି ଆଇନକୁ ବିରୋଧ କରିବା ପାଇଁ ଦିଲ୍ଲୀ ଅଭିମୁଖେ ଆସୁଛନ୍ତି ଚାଷୀ। ଅମଳ ଶେଷ ହୋଇଯାଇଥିବାରୁ ଆଗାମୀ ଦିନରେ ବହୁ ସଂଖ୍ୟାରେ ଚାଷୀ ଆନ୍ଦୋଳନରେ ସାମିଲ୍ ହେବେ ବୋଲି ସଂଗଠନ ପକ୍ଷରୁ କୁହାଯାଇଛି।
ଚାଷୀ ନେତା କହିଛନ୍ତି, ଯଦି କୃଷକଙ୍କ ସ୍ୱାସ୍ଥ୍ୟକୁ ନେଇ ସରକାର ସମାନ ଭାବରେ ଚିନ୍ତିତ, ତେବେ ତୁରନ୍ତ ତିନି କୃଷି ଆଇନକୁ ରଦ୍ଦ କରି ଏମଏସପି ଗ୍ୟାରେଣ୍ଟ ଦେବା ଦରକାର। ଏଭଳି ହେଲେ ସମସ୍ୟାର ସମାଧାନ ହୋଇପାରିବ। ନଚେତ୍ ଦିନକୁ ଦିନ ଆନ୍ଦୋଳନ ଅଧିକ ଶକ୍ତିଶାଳୀ ହେବ। ସୂଚନାଯୋଗ୍ୟ, ଦିଲ୍ଲୀରେ ସଂକ୍ରମଣ ବୃଦ୍ଧି ପାଇବା ପରେ ଛଅ ଦିନିଆ ଲକଡାଉନ୍ ଲାଗୁ କରିଛନ୍ତି କେଜ୍ରିଓ୍ୱାଲ ସରକାର।
The post ଏପଟେ ବଢୁଛି ସଂକ୍ରମଣ, ସେପଟେ ଆନ୍ଦୋଳନ ଜୋରଦାର କରିବାକୁ ଡାକରା appeared first on Odisha Reporter.
from Odisha Reporter https://ift.tt/32FXtBG
No comments:
Post a Comment