ମିଳିଲାନି ୪ କାନ୍ଧ, ସାଇକେଲରେ ବାପା ମୃତଦେହ ବୋହିଲା ପୁଅ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, April 27, 2021

ମିଳିଲାନି ୪ କାନ୍ଧ, ସାଇକେଲରେ ବାପା ମୃତଦେହ ବୋହିଲା ପୁଅ

ବଲାଙ୍ଗିର(ଓଡ଼ିଶା ରିପୋର୍ଟର): କରୋନାର କୋପ ଦିନକୁ ଦିନ ବଢ଼ୁଥିବା ବେଳେ ଦେଖିବାକୁ ମିଳୁଛି ମହାମାରୀର କରୁଣ ଚିତ୍ର। ମହାମାରୀ ଡରରେ ମରିଯାଉଛି ମାନବିକତା। କେଉଁଠି ମହାମାରୀ ସନ୍ଦେହରେ ମା’ବାପାଙ୍କୁ ମେଡିକାଲରେ ଛାଡ଼ି  ନିଜ ଛୁଆ  ପଳାଉଛନ୍ତି ତ କେଉଁଠି ମୃତଦେହକୁ କାନ୍ଧ ଦେବାକୁ ଲୋକ ମିଳୁ ନାହାନ୍ତି। ଏପରି ହୃଦୟ ବିଦାରକ ଘଟଣା  ବଲାଙ୍ଗିର ଖପ୍ରାଖୋଲ ବ୍ଲକ ଭାଲୁଡୁଙ୍ଗୁରୀ ଗାଁରେ ଦେଖିବାକୁ ମିଳିଛି।

କରୋନାରେ ଛଟପଟ ହୋଇ ମରିଥିବା ବୃଦ୍ଧ ବାପାଙ୍କ ଶେଷ ସତ୍କାର କରିବାକୁ ୪ କାନ୍ଧ ମିଳିଲା ନାହିଁ। ଶେଷରେ ଅସହାୟ ପୁଅ ନିଜ କର୍ତ୍ତବ୍ୟ କରିବାକୁ ଯାଇ ପିପିଇ କିଟ୍ ପିନ୍ଧି ବାପାଙ୍କ ମୃତଦେହକୁ  ଏକା ଏକା ସାଇକେଲରେ ବୋହି ନେଇ ଶେଷକୃତ ସମ୍ପନ୍ନ କଲା ।

ସୂଚନାଯୋଗ୍ୟ, କିଛି ଦିନ ହେବ ଭାଲୁଡୁଙ୍ଗୁରୀ ଗାଁର ୫୫ ବର୍ଷୀୟ ଅଯୋଧ୍ୟା ସାହୁ ଜ୍ୱରରେ ପୀଡିତ ଥିଲେ । ଖପ୍ରାଖୋଲ ହସ୍ପିଟାଲରେ କରୋନା ପରୀକ୍ଷା କରିବାରୁ ରିପୋର୍ଟ ପଜିଟିଭ ଆସିଥିଲା । ତେବେ ସଂଧ୍ୟାରେ ଅଯୋଧ୍ୟାଙ୍କ ଜୀବନ ଚାଲିଯାଇଥିଲା । କରୋନାରେ ମୃତ୍ୟୁ ହୋଇଥିବାରୁ ବନ୍ଧୁବାନ୍ଧବ, ପରିବାର ସଦସ୍ୟ ଶବ ଛୁଇଁବାକୁ ମନା କରିଦେଇଥିଲେ ।

ଶେଷରେ ପୁଅ ଦାମୋଦର ପିପିଇ କିଟ୍ ପିନ୍ଧି ପଲିଥିନ ଗୁଡା ବାପାଙ୍କ ଶବକୁ ସାଇକେଲରେ ଲୋଡ କରି ଚାଲିଥିଲେ।  ଦୁଇ କିଲୋମିଟର ଜଙ୍ଗଲ ଭିତରକୁ ଶବକୁ ନେଇ ସତ୍କାର କରିଥିଲେ ଦାମୋଦର  । ତେବେ ଏନେଇ ବେପାଲିସ କି ପ୍ରଶାସନିକ ଅଧିକାରୀ କାହାରି ପ୍ରତିକ୍ରିୟା ମିଳିପାରିନାହିଁ ।

The post ମିଳିଲାନି ୪ କାନ୍ଧ, ସାଇକେଲରେ ବାପା ମୃତଦେହ ବୋହିଲା ପୁଅ appeared first on Odisha Reporter.



from Odisha Reporter https://ift.tt/3xFp1Wq

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages