ନୂଆଦିଲ୍ଲୀ: ଦିନକୁ ଦିନ ଉଗ୍ର ହେଉଛି କରୋନା ମହାମାରୀ। ବିସ୍ଫୋରକ ଭାବେ ବଢ଼ୁଛି ସଂକ୍ରମିତଙ୍କ ସଂଖ୍ୟା। ଦିନକରେ ଦେଶରେ ଦେଢ଼ ଲକ୍ଷରୁ ଅଧିକ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରାଳୟର ରିପୋର୍ଟ ଅନୁଯାୟୀ ଗତ ୨୪ ଘଣ୍ଟାରେ ୧ଲକ୍ଷ ୫୨ ହଜାର ୮୭୯ଟି ନୂଆ ମାମଲା ସାମ୍ନାକୁ ଆସିଛି। ଏଥିସହ ୨୪ ଘଣ୍ଟା ମଧ୍ୟରେ କରୋନାରେ ଆକ୍ରାନ୍ତ ହୋଇ ୮୩୯ ଜଣଙ୍କ ମୃତ୍ୟୁ ହୋଇଛି, ଯାହା ଗତ ୬ ମାସ ମଧ୍ୟରେ ଦେଶରେ ସର୍ବାଧିକ।
ନୂତନ ଆକ୍ରାନ୍ତଙ୍କୁ ମିଶାଇ ଦେଶରେ ସମୁଦାୟ ସଂକ୍ରମିତଙ୍କ ସଂଖ୍ୟା ୧ କୋଟି ୩୩ ଲକ୍ଷ ୫୮ହଜାର ୮୦୫ରେ ପହଞ୍ଚିଛି। ଏତତ୍ ବ୍ୟତୀତ ମୃତ୍ୟୁସଂଖ୍ୟା ୧ ଲକ୍ଷ ୬୯ ହଜାର ୨୭୫ରେ ପହଞ୍ଚିଛି। ସମୁଦାୟ ଆରୋଗ୍ୟ ସଂଖ୍ୟା ୧ କୋଟି ୨୦ ଲକ୍ଷ ୮୧ ହଜାର ୪୪୩ରେ ପହଁଚିଛି। ଦେଶରେ ଏବେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ରହିଛି ୧୧,୦୮୦୮୭ ।
ଗୋଟିଏ ପଟେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ି ଚାଲିଥିବା ବେଳେ ଅନ୍ୟପଟେ କରୋନା ସହ ଲଢ଼େଇ କରିବା ପାଇଁ ଦେଶରେ ଟିକାକରଣ ମଧ୍ୟ ଜାରି ରହିଛି। ସ୍ୱାସ୍ଥ୍ୟମନ୍ତ୍ରାଳୟ ଦେଇଥିବା ତଥ୍ୟ ଅନୁସାରେ ଗତକାଲି ସନ୍ଧ୍ୟା ସୁଦ୍ଧା ଦେଶରେ ପ୍ରାୟ ୧୦ କୋଟି ୧୫ ଲକ୍ଷ ୯୫ ହଜାର ୧୪୭ ଜଣଙ୍କୁ ଟିକା ଦିଆ ସରିଛି।
ଦେଶରେ କରୋନାର ଦ୍ୱିତୀୟ ଲହର ଅତ୍ୟନ୍ତ ଭୟଙ୍କର ରୂପ ଧାରଣ କରିଛି। ମହାରାଷ୍ଟ୍ର, ଗୁଜରାଟ, ମଧ୍ୟପ୍ରଦେଶ ସମେତ ଅନେକ ରାଜ୍ୟରେ ସଂକ୍ରମଣ ଦ୍ରୁତ ଗତିରେ ବଢ଼ି ଚାଲିଛି। ଏହାକୁ ଦୃଷ୍ଟିରେ ରଖି ସେଠାକାର ରାଜ୍ୟ ସରକାର କଟକଣକୁ କଡାକଡି କରିଛନ୍ତି। ନାଟଇ କର୍ଫ୍ୟୁ ଠାରୁ ଆରମ୍ଭ କରି ସାପ୍ତାହିକ ଲକଡାଉନ, ସଟ୍ଡାଉନ୍ ଆଦି ଲାଗୁ କରିଛନ୍ତି।
India reports 1,52,879 new #COVID19 cases, 90,584 discharges, and 839 deaths in the last 24 hours, as per Union Health Ministry
Total cases: 1,33,58,805
Total recoveries: 1,20,81,443
Active cases: 11,08,087
Death toll: 1,69,275Total vaccination: 10,15,95,147 pic.twitter.com/fIaVAfpviB
— ANI (@ANI) April 11, 2021
The post କରୋନା ବିସ୍ଫୋରଣ: ଦିନକରେ ଦେଢ଼ ଲକ୍ଷ ଟପିଲା ସଂକ୍ରମିତ ସଂଖ୍ୟା, ୮୩୯ ମୃତ appeared first on Odisha Reporter.
from Odisha Reporter https://ift.tt/3g1JCOm
No comments:
Post a Comment