ଯାଜପୁର (ଗୁଲାମ ଗସ): ଘଟିଛି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ଚାଲିଯାଇଛି ଏକ ଦମ୍ପତିଙ୍କ ଜୀବନ। ଅନାଥ ହୋଇଯାଇଛି ସେମାନଙ୍କ ୮ ବର୍ଷର ଝିଅ। ତା’ ଅବସ୍ଥା ବି ଗୁରୁତର ରହିଛି। ଘଟଣାଟି ଘଟିଛି ଯାଜପୁର ଜିଲ୍ଲା ଧର୍ମଶାଳା ଥାନା ନେଉଳପୁର ନିକଟରେ।
ମୃତାହତଙ୍କ ପରିଚୟ ମିଳିନି। ତେବେ ସେମାନେ କରଞ୍ଜିଆ ଅଞ୍ଚଳର ବୋଲି ଜଣାପଡ଼ିଛି।
ସେମାନେ ଆଜି ଏକ ବାଇକ୍ ଯୋଗେ ୧୬ ନମ୍ବର ଜାତୀୟ ରାଜପଥରେ ଯାଉଥିବା ବେଳେ ନେଉଳପୁର ଠାରେ ଏକ ଟ୍ରକ୍ ସେମାନଙ୍କୁ ଧକ୍କା ଦେଇଥିଲା। ଘଟଣାସ୍ଥଳରେ ମହିଳାଙ୍କ ମୃତ୍ୟୁ ଘଟିଥିବା ବେଳେ ଡାକ୍ତରଖାନା ନିଆଯିବା ବାଟରେ ତାଙ୍କ ସ୍ୱାମୀଙ୍କ ମୃତ୍ୟୁ ଘଟିଥିଲା। ସେମାନଙ୍କର ୮ ବର୍ଷର ଝିଅର ଅବସ୍ଥା ଗୁରୁତର ଥିବା ବେଳେ ତାକୁ ଧର୍ମଶାଳା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି।
ଏହି ଦୁର୍ଘଟଣା ପରେ ସ୍ଥାନୀୟ ଲୋକେ ୧୬ ନମ୍ବର ଜାତୀୟ ରାଜପଥକୁ ଅବରୋଧ କରିଛନ୍ତି। ଫଳରେ ଶହ ଶହ ଗାଡ଼ି ରାସ୍ତାରେ ଅଟକି ରହିଛି। ଖବର ପାଇ ଧର୍ମଶାଳା ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ଲୋକଙ୍କୁ ବୁଝାସୁଝା କରୁଛି।
ଅଧିକ ସୂଚନାକୁ ଅପେକ୍ଷା କରାଯାଇଛି।
The post ପିଟି ଦେଲା ଟ୍ରକ୍: ବାପାମା’ ମୃତ, ୮ ବର୍ଷର ଝିଅ ଗୁରୁତର appeared first on Odisha Reporter.
from Odisha Reporter https://ift.tt/3mAIimy
No comments:
Post a Comment