ଆଜିଠୁ କମିବ ତାତି, ହେଲେ ପୂରା ନିସ୍ତାର ନାହିଁ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, April 2, 2021

ଆଜିଠୁ କମିବ ତାତି, ହେଲେ ପୂରା ନିସ୍ତାର ନାହିଁ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆଜିଠାରୁ ରାଜ୍ୟରେ କମିପାରେ ତାତି । ହେଲେ ଖରାରୁ ପୂରା ନିସ୍ତାର ନାହିଁ । ଗତ ତିନି ଦିନ ଧରି ରାଜ୍ୟରେ ଯେଉଁଭଳି ଅସହ୍ୟ ଗରମ ଓ ତାତିରେ ଲୋକେ ଛଟପଟ ହେଉଥିଲେ, ଆଜି ସାମାନ୍ୟ ଆଶ୍ୱସ୍ତି ମିଳିବ।

ଆଜିଠାରୁ କାଳବୈଶାଖୀ ବର୍ଷା ହେବାର ସମ୍ଭାବନା ରହିଛି । ଫଳର ରାଜ୍ୟରେ  ତାପମାତ୍ରା ୩ରୁ ୪ ଡିଗ୍ରୀ ପର୍ଯ୍ୟନ୍ତ କମିପାରେ ବୋଲି ଆଞ୍ଚଳିକ ପାଣିପାଗ କେନ୍ଦ୍ର ସୂଚନା ଦେଇଛି । ଏଥିସହ ଉପକୂଳ ଓ ଆଭ୍ୟନ୍ତରିଣ ଅଞ୍ଚଳରେ ଘଡ଼ଘଡ଼ି ସହ ବର୍ଷା ନେଇ ପାଣିପାଗ ବିଭାଗ ସୂଚନା ଦେଇଛି  ।

୧୬ ଜିଲ୍ଲାର ଜିଲ୍ଲାପାଳଙ୍କୁ ସତର୍କ ରହିବାକୁ ଏସ୍ଆରସିଙ୍କ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି  । ଏହି ସମୟରେ ପବନ ବେଗ ୪୦-୫୦ କିମି ରହିବ। ଗଜପତି, ନୟାଗଡ଼, କେନ୍ଦ୍ରାପଡ଼ା, ଖୋର୍ଦ୍ଧା, ଗଂଜାମ, ,ଜଗତସିଂହପୁର ଓ କଟକ ଜିଲ୍ଲାକୁ ସତର୍କ ସୂଚନା ଜାରି ହୋଇଛି  ।

ଉପକୂଳବର୍ତ୍ତୀ କିଛି ଜିଲ୍ଲାରେ ମଧ୍ୟ ସାମାନ୍ୟ ବର୍ଷା ସହ ଘଡ଼ଘଡ଼ି ରହିବ। ଅନ୍ୟ ଜିଲ୍ଲାଗୁଡ଼ିକରେ ପାଗ ମୁଖ୍ୟତଃ ଶୁଖିଲା ରହିବ। କିନ୍ତୁ ତାପମାତ୍ରା ହ୍ରାସ ପାଇବ।

ଚଳିତ ବର୍ଷ ଏପ୍ରିଲ, ମେ’, ଜୁନରେ ସ୍ୱାଭାବିକ ଠାରୁ ଅଧିକ ତାତି ରହିପାରେ। ଏହାସହ ଚଳିତ ବର୍ଷ ରାଜ୍ୟରେ ଗ୍ରୀଷ୍ମ ପ୍ରବାହର ତୀବ୍ରତା ଅଧିକ ରହିପାରେ। ତେଣୁ ଗ୍ରୀଷ୍ମପ୍ରବାହ ପାଇଁ ଲୋକେ ସତର୍କ ରହିବାକୁ IMD ଡିଜି ସତର୍କ କରାଇ ଦେଇଛନ୍ତି।

The post ଆଜିଠୁ କମିବ ତାତି, ହେଲେ ପୂରା ନିସ୍ତାର ନାହିଁ appeared first on Odisha Reporter.



from Odisha Reporter https://ift.tt/2Ps4zqG

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages