ହାଇଦର ପାଇଁ ଏସ୍‌ସିବିରେ କିଏ ମାଗିଥିଲା କ୍ୟାବିନ୍‌? - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, April 13, 2021

ହାଇଦର ପାଇଁ ଏସ୍‌ସିବିରେ କିଏ ମାଗିଥିଲା କ୍ୟାବିନ୍‌?

କଟକ/ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): କଟକ ବଡ଼ ଡାକ୍ତରଖାନାରେ ଚିକିତ୍ସାଧୀନ ଥିବା ବେଳେ କ୍ୟାବିନ୍ ମାଗିଥିଲା ଫେରାର ଗ୍ୟାଙ୍ଗଷ୍ଟର ହାଇଦର। ଆଜି କଟକ ବଡ଼ ଡାକ୍ତରଖାନାର ଜରୁରୀକାଳୀନ ଅଧିକାରୀ ଭୁବନାନନ୍ଦ ମହାରଣା ଦେଇଛନ୍ତି ଏହି ସୂଚନା।

ସେ କହିଛନ୍ତି, ହାଇଦର ପାଇଁ ସମ୍ବଲପୁର ଜେଲ୍‌ କର୍ତ୍ତୃପକ୍ଷ କ୍ୟାବିନ୍ ମାଗି ନଥିଲେ। ନିଜେ ହାଇଦର କ୍ୟାବିନ୍ ମାଗିଥିଲା। ସେହି ଅନୁସାରେ ତାକୁ ଚିକିତ୍ସା କରୁଥିବା ଡାକ୍ତର କ୍ୟାବିନ୍ ଯୋଗାଇ ଦେବାକୁ ସୁପାରିସ କରିଥିଲେ। ଆଉ କ୍ୟାବିନ୍ ଖାଲି ଥିବାରୁ ହାଇଦରକୁ ଯୋଗାଇ ଦେବାକୁ ଅଧୀକ୍ଷକ ଅନୁମତି ଦେଇଥିଲେ।

ଡାକ୍ତର ମହାରଣା କହିଛନ୍ତି ଯେ ହାଇଦର ବହୁବିଧ ରୋଗରେ ଆକ୍ରାନ୍ତ ଥିଲା। ଡାଇବେଟିସ୍ ନିୟନ୍ତ୍ରଣ ହୋଇଥିଲେ ତାର ଅପରେସନ୍‌ ହୋଇଥା’ନ୍ତା। ତେବେ ହାଇଦର ଡାକ୍ତରଖାନାରେ ଆଡ୍‌ମିଶନ ନେବା ବେଳେ ପୁଲିସ୍‌କୁ ଜଣାଯାଇ ନଥିଲା। କିନ୍ତୁ ସେ ନିଖୋଜ ହେବା ପରେ ପୁଲିସ୍‌କୁ କୁହାଯାଇଥିଲା। ସିସିଟିଭି କାମ କରୁଥିଲା କି ନାହିଁ ତାହା କହିପାରିବ ନାହିଁ ବୋଲି ସେ କହିଛନ୍ତି।

ସେହିପରି ବାହାର ଖାଦ୍ୟ ଖାଇବାକୁ ତାକୁ ଅନୁମତି ଦିଆଯାଇଥିଲା କି ନାହିଁ, ତାହା ସେ କହିପାରିବେ ନାହିଁ ବୋଲି ଡାକ୍ତର ମହାରଣା କହିଛନ୍ତି। ସୂଚନାଯୋଗ୍ୟ, ଗିରଫ ସେକ୍‌ ୟାକୁବ ଓରଫ ସଲ୍ଲୁ ତାକୁ ବାରମ୍ବାର ଯାଇ ଡାକ୍ତରଖାନାରେ ଭେଟିଥିଲା। ଏପରିକି ତା’ ପାଇଁ ବିରିୟାନୀ ବି ନେଇ ଯାଉଥିଲା।

ବିଜୟ ମହାପାତ୍ର ଆଣିଲେ ସଙ୍ଗିନ ଅଭିଯୋଗ
ହାଇଦର ଫେରାର ହେବା ନେଇ ବିଜେପିର ବରିଷ୍ଠ ନେତା ବିଜୟ ମହାପାତ୍ର ସଙ୍ଗିନ ଅଭିଯୋଗ କରିଛନ୍ତି। ସେ କହିଛନ୍ତି, ହାଇଦରର ଫେରାର ପଛରେ ବଡ଼ ଅଫିସରଙ୍କ ସଂପୃକ୍ତି ରହିଛି। ସୁପରିକଳ୍ପିତ ଓ ଯୋଜନାବଦ୍ଧ ଭାବେ ତାକୁ ଫେରାର କରାଯାଇଛି। ଆଉ ସତକୁ ଲୁଚେଇବାକୁ ଚେଷ୍ଟା କରାଯାଉଛି। ପ୍ରଥମେ STF ମୁଖ୍ୟଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ହେଉ।

ସେ ଆହୁରି କହିଛନ୍ତି, ହାଇଦରକୁ ଖସାଇ ଦେବା ପାଇଁ ଡିସେମ୍ବର ମାସରୁ ପ୍ରସ୍ତୁତି ଚାଲିଥିଲା। ଏଥିରେ ରାଜ୍ୟର କିଛି ବଡ଼ ବଡ଼ ଅଫିସରଙ୍କ ସଂପୃକ୍ତି ରହିଛି। ସାଧାରଣ ରୋଗୀଙ୍କୁ ବେଡ୍ ମିଳୁନି। ଗ୍ୟାଙ୍ଗଷ୍ଟରକୁ କ୍ୟାବିନ କେମିତି ମିଳିଲା।

ହାଇଦର ଫେରାର ପଛରେ ସଲ୍ଲୁ
ହାଇଦର ଫେରାର ପଛରେ ତା’ ସହଯୋଗୀ ସେକ୍ ୟାକୁବ ଓରଫ ସଲ୍ଲୁର ହାତ ଅଛି। ଆଜି କଟକ ଡିସିପି ପ୍ରତୀକ ସିଂହ ଏହି ସୂଚନା ଦେଇଛନ୍ତି। ଗତକାଲି ସଲ୍ଲୁ ପୁଲିସ୍ ନିକଟରେ ଆତ୍ମସମର୍ପଣ କରିବା ପରେ ତାକୁ ଗିରଫ କରାଯାଇଥିଲା। ଆଉ ପଚରାଉଚରା ବେଳେ ସେ ହାଇଦରକୁ ଫେରାର କରାଇବା ପାଇଁ ହୋଇଥିବା ଷଡ଼ଯନ୍ତ୍ରରେ ସାମିଲ ଥିଲା ବୋଲି ସ୍ୱୀକାର କରିଥିବା ଡିସିପି କହିଛନ୍ତି।

ସେ କହିଛନ୍ତି, ସଲ୍ଲୁକୁ ରିମାଣ୍ଡରେ ଆଣି ଅଧିକ ପଚରାଉଚରା କରାଯିବ। ହାଇଦରକୁ ଧରିବା ପାଇଁ ଅପରେସନ୍ ଚାଲିଛି।

The post ହାଇଦର ପାଇଁ ଏସ୍‌ସିବିରେ କିଏ ମାଗିଥିଲା କ୍ୟାବିନ୍‌? appeared first on Odisha Reporter.



from Odisha Reporter https://ift.tt/3d9p4RX

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages