ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ତାତି ମିଳିବ ତ୍ରାହି। ଗରମ ଓ ଗୁଳୁଗୁଳିରୁ ମିଳିପାରେ ସାମାନ୍ୟ ଆଶ୍ୱସ୍ତି। ଆଜି ରାଜ୍ୟର ବିଭିନ୍ନ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହୋଇପାରେ। ଏନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ। କିଛି ସ୍ଥାନରେ ହାଲୁକା ବର୍ଷା ସହ ବଜ୍ରପାତ ହେବା ନେଇ ମଧ୍ୟ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ।
୧୦ ଜିଲ୍ଲାରୁ ବଜ୍ରପାତ ନେଇ ପାଣିପାଗ ବିଭାଗ ୟେଲୋ ଓ୍ୱାର୍ଣ୍ଣିଂ ଜାରି କରିଛି । ସେଗୁଡିକ ହେଲା ମାଲକାନଗିରି, କୋରାପୁଟ,ନବରଙ୍ଗପୁର, ନୂଆପଡ଼ା, କଳାହାଣ୍ଡି, ବଲାଙ୍ଗିର, ସୋନପୁର, ବରଗଡ଼, ଝାରସୁଗୁଡା ଓ ସୁନ୍ଦରଗଡ଼। ଏହି ସବୁ ଜିଲ୍ଲାରେ ବଜ୍ରପାତ ସମ୍ଭାବନା ରହିଛି।
ଗତକାଲି ରାଜ୍ୟର ବିଭିନ୍ନ ସ୍ଥାନରେ ସାମାନ୍ୟ ବର୍ଷା ହୋଇଥିବା ରେକର୍ଡ ହୋଇଛି। ଗଜପତି ଜିଲ୍ଲାର ନୂଆଗଡ଼ଠାରେ ୨୮ ଦଶମିକ ୨ ମିଲିମିଟର ବର୍ଷା ହୋଇଥିବା ନେଇ ରେକର୍ଡ କରାଯାଇଛି।
The post ବର୍ଷା ସହ ବଜ୍ରପାତ ସମ୍ଭାବନା appeared first on Odisha Reporter.
from Odisha Reporter https://ift.tt/2QJKpJ6
No comments:
Post a Comment