ଗୁଡ୍‌ ନ୍ୟୁଜ୍‌ ଦେଲେ `ହ୍ୟାରି ପୋଟର’ ଅଭିନେତ୍ରୀ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, April 14, 2021

ଗୁଡ୍‌ ନ୍ୟୁଜ୍‌ ଦେଲେ `ହ୍ୟାରି ପୋଟର’ ଅଭିନେତ୍ରୀ

ନୂଆଦିଲ୍ଲୀ: ଗୁଡ୍‌ ନ୍ୟୁଜ୍‌ ଦେବେ ପ୍ରସିଦ୍ଧ ହଲିଉଡ ଫିଲ୍ମ ହ୍ୟାରି ପୋଟର ଅଭିନେତ୍ରୀ ଅଫସାଂ ଆଜାଦ। ସେ ଖୁବଶୀଘ୍ର ମା’ ହେବାକୁ ଯାଉଛନ୍ତି। ନିକଟରେ ସେ ଏକ ଫଟୋ ସେଆର କରି ଏହି ସୂଚନା ଦେଇଛନ୍ତି।

ନିଜ ଇନ୍‌ଷ୍ଟାଗ୍ରାମରେ ଏହି ଅଭିନେତ୍ରୀ ଜଣକ ବେବି ବମ୍ପକୁ ଦେଖାଇଛନ୍ତି। ଏଥିସହ କିଛି ଫଟୋ ମଧ୍ୟ ସେଆର କରିଛନ୍ତି। ସେ ସେଆର କରିଥିବା ଫଟୋରେ ତାଙ୍କ ସ୍ୱାମୀ ନବିଲ କାଜିଙ୍କୁ ମଧ୍ୟ ଦେଖିବାକୁ ମିଳିଛି। ଏଥିସହ ଜୁଲାଇ ମାସରେ ତାଙ୍କ ଘରକୁ ନୂଆ ଅତିଥି ଆସିବାକୁ ଥିବା ନେଇ ମଧ୍ୟ ସେ ଘୋଷଣା କରିଛନ୍ତି।

କେବଳ ସେତିକି ନୁହେଁ ଫଟୋରେ ଅଫସାଂ ଓ ନବିଲ ଉଭୟ ବେଶ୍‌ ଖୁସି ଥିବା ନଜର ଆସିଛନ୍ତି। ଏହି ଫଟୋକୁ ସେଆର କରି ଅଫସାଂ କ୍ୟାପସନରେ ଲେଖିଛନ୍ତି, “ସମସ୍ତଙ୍କ ପାଇଁ ମୁଁ ଏକ ସିକ୍ରେଟର ଖୁଲାସା କରିବାକୁ ଯାଉଛି- ମୁଁ ମମ୍ମି ହେବାକୁ ଯାଉଛି। ମୋ ଜୀବନର ଏହା ସବୁଠାରୁ ବଡ଼ ଉପହାର। ଧନ୍ୟବାଦ।” ଏହି ଖବର ସାମ୍ନାକୁ ଆସିବା ପରେ ଚାରିଆଡୁ ତାଙ୍କ ପାଖକୁ ଶୁଭେଚ୍ଛାର ସୁଅ ଛୁଟିଛି।

ସୂଚନାଯୋଗ୍ୟ ଯେ, ଅଫସାଂ ଆଜାଦ ହଲିଉଡ ଫିଲ୍ମ ହ୍ୟାରି ପୋଟର ସିରିଜରେ ୨୦୦୫ରୁ ୨୦୧୧ ଯାଏ କାମ କରିଛନ୍ତି। ଏଥିରେ ସେ ପଦ୍ମା ପାଟିଲ ଚରିତ୍ରରେ ଅଭିନୟ କରିଥିଲେ। ଏହି ଫିଲ୍ମରେ ତାଙ୍କ ଅଭିନୟକୁ ଲୋକେ ଖୁବ୍‌ ପସନ୍ଦ ମଧ୍ୟ କରିଥିଲେ।

 

View this post on Instagram

 

A post shared by Official Afshan (@afshanazad)

The post ଗୁଡ୍‌ ନ୍ୟୁଜ୍‌ ଦେଲେ `ହ୍ୟାରି ପୋଟର’ ଅଭିନେତ୍ରୀ appeared first on Odisha Reporter.



from Odisha Reporter https://ift.tt/3spyZYd

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages