ବଢ଼ୁଛି ୟୁକ୍ରେନ-ରୁଷ ବିବାଦ: ବ୍ଲାକ ସି’ ଅଭିମୁଖେ ଯିବ ବ୍ରିଟେନର ଯୁଦ୍ଧ ଜାହାଜ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, April 17, 2021

ବଢ଼ୁଛି ୟୁକ୍ରେନ-ରୁଷ ବିବାଦ: ବ୍ଲାକ ସି’ ଅଭିମୁଖେ ଯିବ ବ୍ରିଟେନର ଯୁଦ୍ଧ ଜାହାଜ

ଲଣ୍ଡନ: ୟୁକ୍ରେନ ଓ ରୁଷ ମଧ୍ୟରେ ସୃଷ୍ଟି ହୋଇଥିବା ଯୁଦ୍ଧ ପରିସ୍ଥିତି ଏବେ ତୃତୀୟ ବିଶ୍ୱଯୁଦ୍ଧ ଅଭିମୁଖେ ଯିବାର ଆଶଙ୍କା ପ୍ରକାଶ ପାଇଛି। ସ୍ଥିତିକୁ ଦୃଷ୍ଟିରେ ରଖି ୟୁକ୍ରେନ ସମର୍ଥନରେ ବ୍ରିଟିଶ ଯୁଦ୍ଧ ଜାହାଜ ଗୁରୁତ୍ୱପୂର୍ଣ୍ଣ ବ୍ଲାକ ସି’ ଅଭିମୁଖେ ଯାତ୍ରା ଆରମ୍ଭ କରିବ। ଚଳିତ ବର୍ଷ ମେ’ ମାସରେ ହିଁ ବ୍ଲାକ ସି’ ଅଭିମୁଖେ ବ୍ରିଟେନ ନୌସେନା ଯୁଦ୍ଧ ଜାହାଜଗୁଡ଼ିକ ପଠାଇବ ବୋଲି ଜଣାପଡ଼ିଛି। ଏହି ଅଞ୍ଚଳରେ ଥିବା ୟୁକ୍ରେନ ନୌସେନା ଓ ବ୍ରିଟେନର ନାଟୋ ବାହିନୀକୁ ଉକ୍ତ ଯୁଦ୍ଧ ଜାହାଜ ସହଯୋଗ କରିବ।

ରିପୋର୍ଟ ଅନୁସାରେ, ଗୋଟିଏ ବିଧ୍ୱଂସକାରୀ ଟାଇପ ୪୫ ଜାହାଜ ଓ ବୁଡ଼ାଜାହାଜକୁ ଧ୍ୱଂସ କରିବାର କ୍ଷମତା ରଖିଥିବା ଟାଇପ ୨୩ ଫ୍ରିଗେଟ୍‌ ରୟାଲ ନ୍ୟାଭିର କ୍ୟାରିୟର ଟାସ୍କ ଗ୍ରୁପ୍‌ରୁ ଏହି ଯାତ୍ରା ଆରମ୍ଭ କରିବ। ଟାଇପ ୪୫ ଜାହାଜରେ ମିଜାଇଲ୍‌ ଧ୍ୱଂସ କରିବାର ସମସ୍ତ ପ୍ରକାରର ବ୍ୟବସ୍ଥା ରହିଛି।

ମେଡିଟେରାନେନରୁ ଏହି ଯୁଦ୍ଧ ଜାହାଜ ବାହାରିବ ଓ ବୋସଫୋରୁସ ଦେଇ ବ୍ଲାକ ସି’ରେ ପହଞ୍ଚିବ। ବ୍ଲାକ ସି’ରେ ଯୁଦ୍ଧ ଜାହାଜର ସହାୟତା ପାଇଁ ଆରଏଏଫ ଏଫ ୩୫ବି ଜେଟ୍ସ ଓ ମେରଲିନ୍‌ ସବମାରିନ ହଣ୍ଟିଂ ହେଲିକପ୍ଟର ମଧ୍ୟ ବ୍ୟାକଅପ୍‌ରେ ରହିବ। ସବୁ ପ୍ରକାରର ପରିସ୍ଥିତିର ମୁକାବିଲା ପାଇଁ ବ୍ରିଟେନ ପ୍ରସ୍ତୁତ ଥିବା ମଧ୍ୟ କହିଛି।

ସୂଚନାଯୋଗ୍ୟ, ୟୁକ୍ରେନ ସୀମରେ ରୁଷ ସୁରକ୍ଷାକର୍ମୀଙ୍କ ଛାଉଣି ସୃଷ୍ଟି କରିଛି। ଏହାର ଜବାବ ଦେବାକୁ ୟୁକ୍ରେନ ମଧ୍ୟ ପ୍ରସ୍ତୁତ ରହିଛି। ସେହିପରି ପୂର୍ବ ୟୁକ୍ରେନ୍‌ରେ ସୁରକ୍ଷାକର୍ମୀ ଓ ରୁଷ ସମର୍ଥିତ ବିଚ୍ଛିନ୍ନତାବାଦୀଙ୍କ ମଧ୍ୟରେ ସଂଘର୍ଷ ଘଟିବାରୁ ସ୍ଥିତି ଆହୁରି ଭୟଙ୍କର ହୋଇଛି।

ବ୍ରିଟେନ ଖୋଲାଖୋଲି ଭାବେ ୟୁକ୍ରେନକୁ ସମର୍ଥନ କରିଛି। ୟୁକେ ସରକାର ନିୟମିତ ଭାବେ ୟୁକ୍ରେନ ସହ ଯୋଗାଯୋଗରେ ରହି ପୂରା ସ୍ଥିତି ଉପରେ ନଜର ରଖିଛନ୍ତି। ସେହିପରି ରୁଷକୁ ସଂଯମତା ରଖି ଉତ୍ତେଜନା ହ୍ରାସ କରିବାକୁ ବ୍ରିଟେନ ପକ୍ଷରୁ ବାରମ୍ବାର କୁହାଯାଉଛି। ୟୁକ୍ରେନର ଅଖଣ୍ଡତା ଓ ସାର୍ବଭୌମତ୍ୱକୁ ସୁରକ୍ଷା ଦେବା ପାଇଁ ବ୍ରିଟେନ ପ୍ରତିଶ୍ରୁତିବଦ୍ଧ ମଧ୍ୟ ବୋଲି ଲଣ୍ଡନ କହିଛି।

The post ବଢ଼ୁଛି ୟୁକ୍ରେନ-ରୁଷ ବିବାଦ: ବ୍ଲାକ ସି’ ଅଭିମୁଖେ ଯିବ ବ୍ରିଟେନର ଯୁଦ୍ଧ ଜାହାଜ appeared first on Odisha Reporter.



from Odisha Reporter https://ift.tt/3x3EL4Z

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages