ରାଜ୍ୟରେ ଆଜି ବି ୫ଶହ ମୁହାଁ କରୋନା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, April 2, 2021

ରାଜ୍ୟରେ ଆଜି ବି ୫ଶହ ମୁହାଁ କରୋନା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଏବେ ୫୦୦ ମୁହାଁ ଥିବା ବେଳେ ଗତକାଲି ଅପେକ୍ଷା ଆକ୍ରାନ୍ତଙ୍କ ସଂଖ୍ୟା କିନ୍ତୁ ୯ କମିଛି।  ଗତ ୨୪ ଘଣ୍ଟାରେ ରାଜ୍ୟରେ ୪୫୨ କରୋନା ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ ଆଗରେ ରହିଛି ଖୋର୍ଦ୍ଧା ଜିଲ୍ଲା।  ଏହି ଜିଲ୍ଲାରୁ ସର୍ବାଧିକ  ୭୭ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି।

ସୁନ୍ଦରଗଡ଼ରୁ  ୭୫ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ନୂଆପଡ଼ାରୁ ୭୧, କଳାହାଣ୍ଡିରୁ  ୨୯, କଟକରୁ ୨୬ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେହିପରି ବରଗଡ଼ରୁ ୧୯ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଝାରସୁଗୁଡ଼ାରୁ ୧୭, ଷ୍ଟେଟ୍ ପୁଲ୍ରୁ ୧୬, ବଲାଙ୍ଗିରରୁ ୧୫, ଗଞ୍ଜାମରୁ ୧୩, ଅନୁଗୁଳରୁ – ୧୨, ପୁରୀରୁ ୧୧, ମୟୂରଭଞ୍ଜରୁ ୧୦ ଚିହ୍ନଟ ହୋଇଛନ୍ତି। ଏହାବ୍ୟତୀତ ସମ୍ବଲପୁରରୁ ୧୦, ଯାଜପୁର ଓ ନବରଙ୍ଗପୁରରୁ ୮ ଲେଖାଏଁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷ ୪୨ ହଜାର ୨୨୪କୁ ବୃଦ୍ଧି ପାଇଛି । ବର୍ତ୍ତମାନ ରାଜ୍ୟରେ ଆକ୍ଟିଭ କେସ୍‌ ୨ ହଜାର ୮୨୦ ରହିଛି।  ସେହିପରି କୋଭିଡରୁ ସୁସ୍ଥ ହେଲେଣି ୩ ଲକ୍ଷ ୩୭ ହଜାର ୪୩୦ ଆକ୍ରାନ୍ତ । ଏପଟେ ମାଲକାନଗିରି ସୀମାରେ ଯାଞ୍ଚ କଡାକଡି କରିଛି ଜିଲ୍ଲା ପ୍ରଶାସନ । ମାଲକାନଗିରି ଜିଲ୍ଲା ୪ଟି ରାଜ୍ୟର ସୀମାରେ ରହିଥିବାରୁ ଏଭଳି ପଦକ୍ଷେପ ନିଆଯାଇଛି । ସୀମା ଦେଇ ଆସୁଥିବା ଗାଡି ଉପରେ ନଜର ରଖିବା ସହ ଯାତ୍ରୀଙ୍କ ସମସ୍ତ ତଥ୍ୟ ସଂଗ୍ରହ କରାଯାଉଛି।

ସୂଚନାଯୋଗ୍ୟ, ଗତକାଲି ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୪୬୧ ଥିବା ବେଳେ ନୂଆପଡ଼ା ଜିଲ୍ଲାରୁ ସର୍ବାଧିକ ୮୬ ପଜିଟିଭ ଚିହ୍ନଟ ହୋଇଥିଲେ।

The post ରାଜ୍ୟରେ ଆଜି ବି ୫ଶହ ମୁହାଁ କରୋନା appeared first on Odisha Reporter.



from Odisha Reporter https://ift.tt/3mgA7M1

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages