ଦିନକରେ ୭୦୦ ଡେଇଁଲା ମୃତ୍ୟୁ ସଂଖ୍ୟା, ୮୯ ହଜାରରୁ ଅଧିକ ପଜିଟିଭ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, April 2, 2021

ଦିନକରେ ୭୦୦ ଡେଇଁଲା ମୃତ୍ୟୁ ସଂଖ୍ୟା, ୮୯ ହଜାରରୁ ଅଧିକ ପଜିଟିଭ

ନୂଆଦିଲ୍ଲୀ: ଭୟଙ୍କର ହେଲାଣି କରୋନାର ସେକେଣ୍ଡ ୱେଭ। ଦିନକୁ ଦିନ ବୃଦ୍ଧି ପାଇଲାଣି ସଂକ୍ରମିତଙ୍କ ସଂଖ୍ୟା। ଗତ ୨୪ ଘଣ୍ଟାରେ ଦେଶରେ ରେକର୍ଡ ସଂଖ୍ୟକ ୮୯ ହଜାର ୧୨୯ଟି ନୂଆ କରୋନା ମାମଲା ସାମ୍ନାକୁ ଆସିଛି। ଯାହା ଚଳିତ ବର୍ଷର ସର୍ବାଧିକ।

ଏହାକୁ ମିଶାଇ ଦେଶରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୨.୩୯ ନିୟୁତ ଟପିଛି। ସେହିପରି ଦିନକରେ ୭୧୪ ଜଣ କରୋନାରେ ଆକ୍ରାନ୍ତ ହୋଇ ପ୍ରାଣ ହରାଇଛନ୍ତି। ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଟୁଇଟ୍‌ କରି ସୂଚନା ଦେଇଛି।

ଗତ ୨୪ ଘଣ୍ଟାରେ ଚିହ୍ନଟ ହୋଇଥିବା ନୂତନ ଆକ୍ରାନ୍ତଙ୍କୁ ମିଶାଇ ଦେଶରେ ସମୁଦାୟ ସଂକ୍ରମିତଙ୍କ ସଂଖ୍ୟା ୧,୨୩,୯୨,୨୬୦ରେ ପହଞ୍ଚିଛି। ସେହିପରି ମୋଟ ସମୁଦାୟ କୋଭିଡ୍‌-୧୯ଜନିତ ମୃତ୍ୟୁସଂଖ୍ୟା ୧,୬୪,୧୧୦ରେ ପହଞ୍ଚିଛି।୧,୧୫,୬୯,୨୪୧ ଜଣ ସୁସ୍ଥ ହୋଇଛନ୍ତି। ଏହାଛଡ଼ା, ଏବେ ଦେଶରେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୬,୫୮,୯୦୯ ରହିଛି ।

ସ୍ୱାସ୍ଥ୍ୟ ମନ୍ତ୍ରାଳୟ ତଥ୍ୟ ଅନୁସାରେ, ଶୁକ୍ରବାର ସନ୍ଧ୍ୟା ୬ଟା ସୁଦ୍ଧା ସମୁଦାୟ ୭,୩୦,୫୪,୨୯୫ ହିତାଧିକାରୀଙ୍କୁ ଟିକା ଦିଆଯାଇଛି। ‘ଆଇସିଏମ୍‌ଆର୍‌’ କହିବା ଅନୁସାରେ, ଏହି ଭୂତାଣୁଜନିତ ରୋଗ ଚିହ୍ନଟ ପାଇଁ ଏପ୍ରିଲ୍‌ ୨ ସୁଦ୍ଧା ସମୁଦାୟ ୨୪,୬୯,୫୯,୧୯୨ ନମୁନା ପରୀକ୍ଷା ସରିଛି।

The post ଦିନକରେ ୭୦୦ ଡେଇଁଲା ମୃତ୍ୟୁ ସଂଖ୍ୟା, ୮୯ ହଜାରରୁ ଅଧିକ ପଜିଟିଭ appeared first on Odisha Reporter.



from Odisha Reporter https://ift.tt/31Mb2Py

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages