ସାଂସଦଙ୍କ ପ୍ରତିନିଧିଙ୍କ ଧମକ ଭିଡିଓ ଭାଇରାଲ, ମୋ ଲାଇନ୍‌ କାହିଁକି କାଟିଲ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, April 2, 2021

ସାଂସଦଙ୍କ ପ୍ରତିନିଧିଙ୍କ ଧମକ ଭିଡିଓ ଭାଇରାଲ, ମୋ ଲାଇନ୍‌ କାହିଁକି କାଟିଲ

ଚୌଦ୍ୱାର(ଓଡ଼ିଶା ରିପୋର୍ଟର): ଟାଙ୍ଗୀ ବ୍ଲକର ବିଜେଡି ସଭାପତି ତଥା କେନ୍ଦ୍ରାପଡ଼ା ସାଂସଦ  ଅନୁଭବ ମହାନ୍ତିଙ୍କ ଟାଙ୍ଗୀ ପ୍ରତିନିଧି ଶ୍ରୀପତି ସାମଲଙ୍କ ଏକ ଭିଡିଓ ଭାଇରାଲ୍ ହେବାରେ ଲାଗିଛି । ବିଦ୍ୟୁତ୍‌ ବିଲ ବକେୟା ଥିବାରୁ ବିଦ୍ୟୁତ୍‌ କର୍ମଚାରୀମାନେ ତାଙ୍କ ବିଜୁଳି କାଟିବାକୁ ଆସିଥିବା ବେଳେ ସେ ଧମକଚମକ ଦେଉଥିବା ଭିଡିଓରେ ଦେଖିବାକୁ ମିଳିଛି।  ମାର୍ଚ୍ଚ ମାସରେ ବିଦ୍ୟୁତ୍ ବିଭାଗ ବକେୟା ବିଦ୍ୟୁତ୍ ବିଲ୍ ଆଦାୟ କରୁଥିବା ବେଳେ ବାକି ଥିବା ଉପଭୋକ୍ତାଙ୍କ ବିଜୁଳି କଟାଯାଉଛି।

ବିଦ୍ୟୁତ୍‌ କର୍ମଚାରୀଙ୍କୁ ଧମକାଉ ଥିବାର ଦୃଶ୍ୟ ଭାଇରାଲ ହେଉଛି।

ସେମିତି  ଶ୍ରୀପତିଙ୍କର ବିଦ୍ୟୁତ୍‌ ବିଲ୍ ବାକି ଥିବାରୁ ବିଦ୍ୟୁତ୍ ବିଭାଗ କର୍ମଚାରୀ ମାନେ ତାଙ୍କ ଲାଇନ୍ କାଟିବା ପାଇଁ ଆସିଥିଲେ। ଏହି ସମୟରେ ନିଜ କ୍ଷମତା ଦେଖାଇ ସେ ସେମାନଙ୍କୁ ଧମକାଇଛନ୍ତି । ଯାହା ଭିଡିଓରେ ଦେଖିବାକୁ ମିଳିଛି ।

ଅଡ଼ିଓରା ଯାହା ଶୁଣିବାକୁ ମିଳୁଛି ସେଥିରେ କୁହାଯାଉଛି ଯେ, କାହିଁକି ଲାଇନ କାଟିଲ ଆଗେ କୁହ। ତାର ହିସାବ ମୋତେ ଦିଅ। ପରେ କିଛି ଅସଭ୍ୟ ଭାଷା ମଧ୍ୟ ଶୁଣିବାକୁ ମିଳୁଛି। ଏହା ପରେ ସେ ବିଦ୍ୟୁତ୍‌ କର୍ମଚାରୀଙ୍କ ସହ ଯୁକ୍ତିତର୍କ କରୁଥିବା ଭିଡିଓରେ ଦେଖିବାକୁ ମିଳୁଛି। ବିଦ୍ୟୁତ କର୍ମଚାରୀ କହିଥିଲେ ଆପଣଙ୍କର ବିଲ୍‌ ବାକି ଅଛି। ଟଙ୍କା ପୈଠ କରାଯାଇ ନାହିଁ । ସେଥିପାଇଁ ବିଜୁଳି କଟାଯାଉଛି। ଏହା ପରେ ସେ ଆହୁରି ଧମକଚମକ ଦେଇଥିବା ଦେଖିବାକୁ ମିଳିଛି। ତେବେ ଶେଷରେ ତେବେ ବିଦ୍ୟୁତ୍ ବିଭାଗ ଲାଇନ୍ ନକାଟି ଫେରି ଆସିଥିବା ଜଣା ପଡ଼ିଛି । ସେପଟେ ତେବେ ଶାସକ ଦଳର ଭୟରେ ବିଦ୍ୟୁତ୍ ବିଭାଗ ଡରିମରି ପଳାଇ ଆସିଥିବା ଚର୍ଚ୍ଚା ହେଉଛି।

The post ସାଂସଦଙ୍କ ପ୍ରତିନିଧିଙ୍କ ଧମକ ଭିଡିଓ ଭାଇରାଲ, ମୋ ଲାଇନ୍‌ କାହିଁକି କାଟିଲ appeared first on Odisha Reporter.



from Odisha Reporter https://ift.tt/3ucfOSK

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages