ମଙ୍ଗଳ ଗ୍ରହରେ ନୀଳ ରଙ୍ଗର ବାଲିକୁଦ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, April 11, 2021

ମଙ୍ଗଳ ଗ୍ରହରେ ନୀଳ ରଙ୍ଗର ବାଲିକୁଦ

ନାସା: ମଙ୍ଗଳ ଗ୍ରହରେ ନୀଳ ରଙ୍ଗର ବାଲିକୁଦ (Blue dunes on Mars)। ମହାକାଶ ଉପରେ ଗବେଷଣା କରୁଥିବା ସଂସ୍ଥା ନାସା ଶୁକ୍ରବାର ଏହି ନୀଳ ରଙ୍ଗର ବାଲିକୁଦର ଫଟୋ ଜାରି କରିଛି। ସାଧାରଣତଃ ମଙ୍ଗଳ ଗ୍ରହର ଆଭ୍ୟନ୍ତର ବାଦାମୀ କିମ୍ୱା ଧୂସର ଦେଖାଯାଏ। ହେଲେ ଏବେ ମଙ୍ଗଳ ଗ୍ରହ ଭିତରେ ଏହି ନୀଳ ରଙ୍ଗର ଏକ ବାଲିକୁଦ ଦେଖିବାକୁ ମିଳିଛି।

ମଙ୍ଗଳ ଗ୍ରହକୁ ନେଇ ଗବେଷଣା ଜାରି ରହିଥିବା ବେଳେ ଏଭଳି ଏକ ଫଟୋ ଜାରି କରିଛି ନାସା। ଏହି ଫଟୋ ଜାରି କରି ନାସା କହିଛି, ରେଡ୍ ପ୍ଲାନେଟରେ ବ୍ଲ୍ୟୁ ଡ୍ୟୁନ୍ସ (ଲାଲ ଗ୍ରହରେ ନୀଳ ରଙ୍ଗର ବାଲିକୁଦ)। ଏହି ଫଟୋ ମଙ୍ଗଳ ଗ୍ରହର ଉତ୍ତର ମେରୁରୁ ନିଆଯାଇଛି। ଏଭଳି ବାଲିକୁଦ ଗ୍ରହରେ ପ୍ରବଳ ପବନ ବୋହିବାରୁ ତିଆରି ହୋଇଛି। ପ୍ରାୟ ୩୦ କିଲୋମିଟର ବ୍ୟାସାର୍ଦ୍ଧରେ ଏହି ନୀଳ ରଙ୍ଗର ବାଲିକୁଦ ଦୃଶ୍ୟମାନ ହେଉଛି।

ସାଧାରଣତଃ ମଙ୍ଗଳ ଗ୍ରହ ଜଳିବା ଭଳି ଦେଖାଯାଏ। ହେଲେ ଏହାର ଭିତରେ ଏଭଳି ନୀଳ ରଙ୍ଗର ବାଲିକୁଦ ଫଟୋ ଉଠାଇବା ପାଇଁ ନାସା ମଙ୍ଗଳ ଓଡିସୀ ଅର୍ବିଟ (କକ୍ଷପଥ)ରେ ଇନଫ୍ରାଡ୍ କ୍ୟାମେରା ବ୍ୟବହାର କରିଛି। ଏହି କ୍ୟାମେରାକୁ ଥର୍ମାଲ୍ ଏମିସନ୍ ଇମେଜିଙ୍ଗ୍ ସିଷ୍ଟମ୍ (THEMIS) ମଧ୍ୟ କୁହାଯାଏ।

ଏହି କ୍ୟାମେରା ଫଟୋ ଉଠାଇବା ସହିତ ମଙ୍ଗଳ ଗ୍ରହର ତାପମାତ୍ରା ମାପିଥାଏ। ଏହାଦ୍ୱାରା ଗ୍ରହରେ କେଉଁ ପ୍ରକାରର ଜିନିଷ ଅଛି ଏବଂ ସେଗୁଡ଼ିକର ତାପମାତ୍ରା ବାବଦରେ ବିଶେଷଜ୍ଞ ଜାଣି ପାରିବେ।

ଏହି ନୀଳ ବାଲିକୁଦର ଫଟୋ କିନ୍ତୁ ଏବେର ନୁହେଁ। ନଭେମ୍ବର ୨୦୦୨ ଏବଂ ୨୦୦୪ ମଧ୍ୟରେ ଏହି ଫଟୋ ଉଠାଯାଇଥିଲା।ମଙ୍ଗଳ ଗ୍ରହରେ ଓଡିସୀ ଅର୍ବିଟରେ ଇନଫ୍ରାଡ୍ କ୍ୟାମେରା ଦ୍ୱାରା ଏହି ଫଟୋ ଉଠାଯାଇଥିଲା। ଏବେ ଏହି ଅର୍ବିଟକୁ ୨୦ ବର୍ଷ ପୂରଣ ହୋଇଛି। ଏହି ଅବସରରେ ଏଭଳି ଫଟୋ ଜାରି କରିଛି ନାସା।

୭ ଏପ୍ରିଲ ୨୦୦୧ରେ ଫ୍ଲୋରିଡାର କେପ କେନାଭେରଲ ଏୟାର ଫୋର୍ସ ଷ୍ଟେସନରୁ ଏହି ମାର୍ସ ଓଡିସୀ ଅର୍ବିଟରକୁ ଲଞ୍ଚ କରାଯାଇଥିଲା। ଏବେ ଏହାକୁ ୨୦ ବର୍ଷ ପୂରଣ କରିଛି। ଏହି ଅବସରରେ ନାସା ଏହି ଫଟୋ ଜାରି କରିଛି।

ବୈଜ୍ଞାନିକମାନେ କହିଛନ୍ତି, ମଙ୍ଗଳ ଗ୍ରହରେ ଲଗାତାର ପ୍ରବଳ ପବନ ବୋହିଛି। ତେଣୁ ଏଭଳି ନୀଳ ରଙ୍ଗର ବାଲିକୁଦ ତିଆରି ହୋଇଯାଇଛି। ଛୋଟିଆ ଧୂଳିକଣାର କୌଣସି ରଙ୍ଗ ନଥାଏ। ହେଲେ ଏଗୁଡ଼ିକ ଏକାଠି ହେବା ପରେ ନୀଳ ରଙ୍ଗ ଭଳି ଦେଖାଯାଉଛି।

ଇନଭର୍ସ ୱେବସାଇଟ୍ ପ୍ଲାନେଟାରୀ ଇମେଜ୍ ରିସର୍ଚ୍ଚ ଲାବୋରେଟୋରୀର ଜିଓଲୋଜିଷ୍ଟ୍ ମ୍ୟାକ୍ ଏଓ୍ୱନ କହିଛନ୍ତି, ଧୂଳିର ପ୍ରକୃତ ରଙ୍ଗ ହାଲୁକା ବାଦାମୀ। କିନ୍ତୁ ଏଗୁଡ଼ିକ ଅଧିକ ଦୂରତା ଯାଏ ବିସ୍ତାର କରିଥିବାରୁ ଏହାର ରଙ୍ଗ ନୀଳ ଦେଖାଯାଉଛି।

The post ମଙ୍ଗଳ ଗ୍ରହରେ ନୀଳ ରଙ୍ଗର ବାଲିକୁଦ appeared first on Odisha Reporter.



from Odisha Reporter https://ift.tt/324g8qT

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages