ରାସ୍ତା ମରାମତି ଦାବିରେ ଏନ୍‌ଏଚ୍‌ ଅବରୋଧ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, April 11, 2021

ରାସ୍ତା ମରାମତି ଦାବିରେ ଏନ୍‌ଏଚ୍‌ ଅବରୋଧ

ବାଲେଶ୍ୱର(ଓଡ଼ିଶା ରିପୋର୍ଟର): ରାସ୍ତା ମରାମତି ଦାବିରେ ୬୦ ନମ୍ୱର ଜାତୀୟ ରାଜପଥ(ଏନ୍‌ଏଚ୍‌) ଅବରୋଧ କଲେ ଲୋକେ। ଆଜି ସକାଳେ ସକାଳେ ଏପରି ଚିତ୍ର ବାଲେଶ୍ୱର ଜିଲ୍ଲାରେ ଦେଖିବାକୁ ମିଳିଛି। ରାସ୍ତାରୋକ ଯୋଗୁ ଯିବାଆସିବା ଏକ ପ୍ରକାର ଠପ୍‌ ହୋଇଯାଇଛି।

ଚଷାଖଣ୍ଡ-ଜଙ୍କିରା ରାସ୍ତା ସୋଚନୀୟ ହୋଇଛି। ଯାହାଫଳରେ ଲୋକେ ନାହିଁନଥିବା ଅସୁବିଧାରେ ସମ୍ମୁଖୀନ ହେଉଛନ୍ତି। ଏନେଇ ପ୍ରଶାସନ ପାଖରେ ଅଭିଯୋଗ କଲେ ମଧ୍ୟ କେହି ଶୁଣୁନାହାନ୍ତି। ପ୍ରଶାସନଠାରୁ ନିରାଶ ହୋଇ ଚଷାଖଣ୍ଡ ରାସ୍ତା ସୁରକ୍ଷା କ୍ରିୟାନୁଷ୍ଠାନ କମିଟି ଆଜି ରାସ୍ତାରୋକ କରିଛି।

ସ୍ଥାନୀୟ ଲୋକ ଓ କ୍ରିୟାନୁଷ୍ଠାନ କମିଟିର ସଦସ୍ୟମାନେ ୬୦ ନମ୍ୱର ଜାତୀୟ ରାଜପଥର ଫୁଲାଡ଼ିଠାରେ ରାଜପଥ ଅବରୋଧ କରିଛନ୍ତି। ରାସ୍ତାରୋକ ଯୋଗୁ ଗାଡ଼ି ମୋଟର ଅଟକି ରହିଛି। ଏ ସମ୍ପର୍କରେ ଖବର ପାଇ ସ୍ଥାନୀୟ ତହସିଲଦାର ଓ ପୁଲିସ ଆନ୍ଦୋଳନକାରୀଙ୍କୁ ବୁଝାଇବାକୁ ଚେଷ୍ଟା କରିଥଇଲେ। ମାତ୍ର ସେମାନେ ନିଜ ଜିଦ୍‌ରେ ଅଟଳ ରହିଛନ୍ତି। ରାସ୍ତା ମରାମତି ପାଇଁ ପ୍ରତିଶ୍ରୁତି ନମିଳିବା ଯାଏ ରାସ୍ତାରୋକ ଚାଲିବ ବୋଲି ରୋକ୍‌ଠୋକ୍‌ ଶୁଣାଇଦେଇଛନ୍ତି।

ସୂଚନାରୁ ପ୍ରକାଶ, ଚଷାଖଣ୍ଡ-ଜଙ୍କିରା ରାସ୍ତାରେ ରହିଛି ସହିଦ ବାଘା ଯତୀନଙ୍କ ସ୍ମୃତି ପୀଠ। ଏଠାକୁ ପ୍ରତିଦିନ ବହୁ ଲୋକ ଆସିଥାଆନ୍ତି। ହେଲେ ରାସ୍ତା ଖରାପ ଯୋଗୁ ଲୋକେ ନାହିଁନଥିବା ଅସୁବିଧାରେ ପଡ଼ୁଛନ୍ତି।

The post ରାସ୍ତା ମରାମତି ଦାବିରେ ଏନ୍‌ଏଚ୍‌ ଅବରୋଧ appeared first on Odisha Reporter.



from Odisha Reporter https://ift.tt/3d73eyq

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages